‘ତୃପ୍ତି ଆସିଲେ ମୁଁ ବହୁତ ଖୁସି, ସେ ମୋ ସ୍ତ୍ରୀ ମତେ ନେବାକୁ ଆସିବେନି ତ ଆଉ କାହାକୁ ନେବାକୁ ଆସିବେ, ତାଙ୍କ ପାଇଁ ମୁଁ ଆଜି…’ ସ୍ତ୍ରୀଙ୍କ ପାଇଁ କଣ କହିଲେ ବାବୁଶାନ ?

ନମସ୍କାର ବନ୍ଧୁଗଣ ତେବେ ଆଉ ନାହିଁ ରାଗ କି ଅଭିମାନ । କେମିତି ବା ରହିବ ଦର୍ଶକ ବନ୍ଧୁ । ଯେତେବେଳେ ସ୍ତ୍ରୀ ତୃପ୍ତି ଶୁଣିଲେ ତାଙ୍କ ସ୍ଵାମୀ ବାବୁଶାନଙ୍କ ଦେହ ଖରାପ ସେତେବେଳେ ସ୍ତ୍ରୀ ସିଧା ଯାଇ ପହଞ୍ଚିଲେ ହସ୍ପିଟାଲରେ । ଯେଉଁ ହସ୍ପିଟାଲରେ ତାଙ୍କ ସ୍ଵାମୀ ସୁପରଷ୍ଟାର ବାବୁଶାନ୍ ଚିକିତ୍ସିତ ହେଉଥିଲେ । ଆଉ ହସ୍ପିଟାଲ ବେଡ଼ରେ ସୁପରଷ୍ଟାର ବାବୁଶାନ୍ ଥିବା ବେଳେ ସବୁ ରାଗ ଆଉ ଅଭିମାନକୁ ଭୁଲି ବାବୁଶାନଙ୍କ ପାଖରେ ପହଞ୍ଚି ଯାଇଛନ୍ତି ତାଙ୍କ ସ୍ତ୍ରୀ ।

ପତି, ପତ୍ନୀ ଆଉ ପ୍ରକୃତି ବିବାଦ ପରେ ବାପାଙ୍କ ପାଖରେ ରହୁଥିଲେ ତୃପ୍ତି । ଆଉ ନିଜ ପୁଅ ଗୁଆନଙ୍କୁ ବି ସେ ନିଜ ପାଖରେ ରଖିଥିଲେ । ତେବେ ତୃପ୍ତି କେବେ ବାବୁଶାନଙ୍କ ପାଖକୁ ଫେରିବେ ଆଉ ନାତି ଗୁଆନଙ୍କୁ ଧରି କେବେ ଖୁସି ହେବେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଏବଂ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ଏମିତି ଅନେକ ଚର୍ଚ୍ଚା ଲାଗି ରହିଥିଲା ଯାହା ଆଜିଠାରୁ ବନ୍ଦ ହୋଇଛି ।

କାରଣ ବାବୁଶାନଙ୍କ ପାଖରେ ଏବେ ତାଙ୍କ ସ୍ତ୍ରୀ ତୃପ୍ତି ଅଛନ୍ତି ଆଉ ବାବୁଶାନ୍ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଉ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି । ବାବୁଶାନଙ୍କ ପାଖରେ ତାଙ୍କ ସ୍ତ୍ରୀ ତୃପ୍ତି ଏକା ନାହାଁନ୍ତି ତାଙ୍କ ପରିବାର ଏବଂ ବନ୍ଧୁବାନ୍ଧବ ସମସ୍ତେ ତାଙ୍କ ପାଖରେ ଅଛନ୍ତି । ଓଲିଉଡ ସୁପରଷ୍ଟାର ଏବଂ ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଅସୁସ୍ଥ ହୋଇପଡ଼ିଛନ୍ତି ।

ସୂଚନା ମୁତାବକ, ପତି-ପତ୍ନୀ ଓ ପ୍ରକୃତି ବିବାଦ ପରେ ବାପାଙ୍କ ପାଖରେ ରହୁଥିଲେ ତୃପ୍ତି । ଏମିତିକି ତାଙ୍କ ପୁଅ ଗୁଆନଙ୍କୁ ମଧ୍ୟ ନିଜ ପାଖରେ ରଖିଥିଲେ । କେବେ ସେ ନିଜ ପୁଅକୁ ନେଇ ଶାଶୁ ଘର ଫେରିବେ, ସେନେଇ ଅନେକ ଚର୍ଚ୍ଚା ଲାଗି ରହୁଥିଲା, ଯୋହାକି ଆଜିଠାରୁ ବନ୍ଦ ହୋଇଛି । କାରଣ ବାବୁସାନଙ୍କ ପାଖରେ ବର୍ତ୍ତମାନ ତାଙ୍କ ପତ୍ନୀ ତୃପ୍ତି ଅଛନ୍ତି । ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବାବୁସାନଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ତାଙ୍କ ପତ୍ନୀ ତୃପ୍ତି ।

କେବଳ ତୃପ୍ତି ନୁହଁନ୍ତି, ତାଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ବାବୁସାନଙ୍କ ପାଖରେ ଅଛନ୍ତି । ଡିସଚାର୍ଜ ହେଲେ ଓଲିଉଡ୍ ଷ୍ଟାର ବାବୁସାନ୍ ମହାନ୍ତି । ଗତକିଛି ଦିନ ତଳେ ଶରୀରରେ ଅମ୍ଲଜାନ ଅଭାବ ଯୋଗୁ ଅସୁସ୍ଥ ହୋଇ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାରୁ ଡାକ୍ତର ତାଙ୍କୁ ଡିସଚାର୍ଜ କରିଦେଇଥିଲେ । ତେବେ ଆଜି ବାବୁସାନ୍ ଡିସଚାର୍ଜ ହେବା ସମୟରେ ସ୍ତ୍ରୀ ତୃପ୍ତି ମଧ୍ୟ ଆସି ପହଞ୍ଚିଥିଲେ ସେଠାରେ ।

ସ୍ୱାମୀଙ୍କୁ ଘରକୁ ଭଲରେ ଭଲରେ ଫେରାଇନେବା ପାଇଁ ଆସିଥିଲେ ତୃପ୍ତି । ନିଜ ଚାକିରି ଯୋଗୁ ତୃପ୍ତି ବାବୁସାନଙ୍କ ପାଖରେ ହସ୍ପିଟାଲରେ ରହିନପାରିଥିଲେ ମଧ୍ୟ ପ୍ରାୟ ସମୟରେ ଆସି ବାବୁସାନଙ୍କ ସ୍ୱାସ୍ଥ ଅବସ୍ଥା ବୁଝି ଦେଇ ଯାଉଥିଲେ । ତେବେ ଅନେକ ଖାଲ ଢିପ ,ରାଗ ଋଷା ,ମାନ ଅଭିମାନ ପରେ ଦୁହିଁଙ୍କ ମଧ୍ୟରେ ପୂର୍ବଭଳି ଭଲପାଇବା ଦେଖିବାକୁ ମିଳିଛି । ଏନେଇ ବାବୁସାନ୍‌ଙ୍କ ପଶଂସକମାନେ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

ତେବେସୂଚନା ଅନୁଯାୟୀ ବାବୁସାନ୍ ୭ ଦିନ ପୂର୍ବରୁ ନିଜ ଫିଲ୍ମ ଦମନର ପ୍ରମୋସନ ପାଇଁ ଲଦାଖ ରେ ରାଇଂଡି ଅଫ୍ ଦମନ ରେ ଯାଇଥିଲେ । ସେଠାରେ ୬୦ କିଲୋମିଟର ପର୍ଯ୍ୟାନ୍ତ ରାଇଡିଂ ଶୋର ଆୟୋଜନ କରାଯାଇଥିଲା । କିନ୍ତୁ ବାବୁଶାନ୍ ୬୦ କିଲୋମିଟର ବଦଳରେ ୨୦୦ କିଲୋମିଟର ଯାଏଁ ବାଇକ ଚଲାଇଥିଲେ ।

ଫଳରେ ତାଙ୍କ ଶରୀରରେ ଅମ୍ଳଜାନ ଅଭାବ ହୋଇ ସେଠାରେ ସେ ଅସୁସ୍ଥ ହୋଇ ପଡିଥିଲେ । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା । ତେବେ ତାଙ୍କୁ ଯେତେବେଳେ ତୃପ୍ତି କଥା ପଚରାଗଲା ତେବେ ସେତେବେଳେ ବାବୁଶାନ କହିଥିଲେ କି ମୋ ସ୍ତ୍ରୀ ସେ ନିଶ୍ଚିତ ଆସିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *