ପତ୍ନୀଙ୍କ ମାନସିକ ନିର୍ଯ୍ୟାତନା ସହି ନପାରି ନିଜ ଜୀବନ ଦେଇ ଦେଲେ ଫିଲ୍ମ ‘ଏମଏସ ଧୋନୀ’ ର ଏହି ଫେମସ ଆକ୍ଟର, ସୋସିଆଲ ମିଡିଆରେ ଶେୟାର କରିଥିଲେ ନିଜ ଦୁଃଖଭରା କାହାଣୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏକ ଦୁଃଖ ର ଖବର ଆସିଅଛି । ବର୍ତ୍ତମାନ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ରହିଛି । ବଲିଉଡ ଅଭିନେତା ‘ସନ୍ଦୀପ ନାହାର’ ସୁଇଇ -ସାଇଡ କରିଛନ୍ତି । ପୋଲିସ ବର୍ତ୍ତମାନ ଏହି ମାମଲାର ତଦାରଖ କରୁଅଛି । ଅଭିନେତା ସନ୍ଦୀପ ନାହାର ସୁଇଇ -ସାଇଡକରିବା ପୂର୍ବରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ଏକ ଭିଡିଓ ଏବଂ ସୁଇଇ -ସାଇଡନୋଟ ପୋଷ୍ଟ କରିଥିଲେ ।

ଯେଉଁଥିରେ ସେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ ଏବଂ ନିଜର ଜୀବନ ତ୍ୟାଗ କରିବା ସମ୍ବନ୍ଧରେ ମଧ୍ୟ କହିଥିଲେ । ନିଜ ସୁଇଇ -ସାଇଡନୋଟ ରେ ସେ ଏହା ମଧ୍ୟ କହିଥିଲେ ଯେ, ଯେପରି ତାଙ୍କର ଏହି ପଦକ୍ଷେପ ପାଇଁ ଯେପରି ତାଙ୍କ ପରିବାର ଲୋକଙ୍କୁ ଦୋଷୀ ନ କରାଯାଉ ।

ମୁମ୍ବାଇ ପୋଲିସ ତଦାରଖ କରିବା ପରେ ଏହା ଖବର ଦେଇଥିଲେ ହେ ଅଭିନେତା ସନ୍ଦୀପ ନାହାର ଙ୍କ ମୁ ତୟୁ ମୁମ୍ବାଇ ର ଗୋରେଗାଁଓ ସ୍ଥିତ ନିଜ ଆବାସ ରେ ସୁଇଇ -ସାଇଡକାରଣରୁ ହୋଇଛି । ପୋଲିସ ଏହାର ସମ୍ପୂର୍ଣ୍ଣ ଯାଞ୍ଚ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ସନ୍ଦୀପ ନାହାର କ୍ରିକେଟର ମହେନ୍ଦ୍ର ସିଂ ଧୋନି ଙ୍କ ବୟୋଗ୍ରାଫି ଫିଲ୍ମ ‘ଏମ. ଏସ.ଧୋନି- ଦ ଅନଟୋଲ୍ଡ଼ ଷ୍ଟୋରୀ’ ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଅଭିନୟ କରିଛନ୍ତି ଏବଂ ଅକ୍ଷୟ କୁମାର ଙ୍କ ଫିଲ୍ମ ‘କେଶରୀ’ ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

ଅଭିନେତା ସନ୍ଦୀପ ନାହାର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଭିଡିଓ ସହିତ ଏକ ଲମ୍ବା ନୋଟ ପୋଷ୍ଟ କରିଛନ୍ତି । ଏହି ନୋଟ ରେ ରୋମନ ହିନ୍ଦୀ ରେ ସେ ଲେଖିଛନ୍ତି ଯେ, “ବର୍ତ୍ତମାନ ସେ ବଞ୍ଚିବାକୁ ଚାହୁଁଛନ୍ତି, କିନ୍ତୁ ଜୀବନ ର ସେ ଏଭଳି ଏକ ପରିସ୍ଥିତି ରେ ସେ ଅଛନ୍ତି ଯାହା ତାଙ୍କ ପାଇଁ କଷ୍ଟକର ହୋଇଯାଇଛି । ସେ ଷ୍ଟ୍ରେସ୍ ରେ ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଜାଣିଛନ୍ତି ସୁଇଇ -ସାଇଡକରିବା ଭୀରୁତା ର ପରିଚୟ ଅଟେ ।

କିନ୍ତୁ ଏଭଳି ଲାଇଫ ରେ ବଂଚିବା ଦ୍ଵାରା କୌଣସି ଲାଭ ନାହିଁ ଯେଉଁଥିରେ ସୁଖ ଶାନ୍ତି ଏବଂ ସେଲ୍ଫ ରେସ୍ପେକ୍ଟ ନାହିଁ । “ଏହି ନୋଟ ମାଧ୍ୟମରେ ଅଭିନେତା ସନ୍ଦୀପ ନାହାର ନିଜ ବ୍ୟକ୍ତିଗତ ଜୀବନର ଅସୁବିଧା ସମ୍ବନ୍ଧରେ ମଧ୍ୟ ପ୍ରକାଶ କରିଛନ୍ତି ।

ଅଭିନେତା ସନ୍ଦୀପ ନାହାର ନିଜର ସୁଇଇ -ସାଇଡନୋଟ ରେ ଏହା ମଧ୍ୟ ଲେଖିଛନ୍ତି ଯେ, ସେ ମୁମ୍ବାଇ ରେ ରହି ବହୁତ ସମୟ ଧରି ସଂଘର୍ଷ କରିଛନ୍ତି । ସେ ଡବିଙ୍ଗ କରିଛନ୍ତି, ଜିମ୍ ଟ୍ରେନର ମଧ୍ୟ ହୋଇ ସାରିଛନ୍ତି । ଏତେ ସଂଘର୍ଷ ପରେ ମଧ୍ୟ ସେ ହାର ମାନି ନଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ସେ ଜୀବନ ରେ ବହୁତ କିଛି ଆଚିଭ କରିଛନ୍ତି । ମୁମ୍ବାଇ ପୋଲିସ ଆଗକୁ ଏହି ସମ୍ବନ୍ଧରେ କାର୍ଯ୍ୟବାହୀ କରିବା ନିମନ୍ତେ ଡାକ୍ତରଙ୍କ ରିପୋର୍ଟ ର ଅପେକ୍ଷା କରିଛନ୍ତି ।

ସନ୍ଦୀପ ଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଫିଲ୍ମ ଏମ.ଏସ.ଧୋନି- ଦ ଅନଟୋଲ୍ଡ ଷ୍ଟୋରି ର କିଛି ଫଟୋ ଓ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ସନ୍ଦୀପ ଓ ସୁଶାନ୍ତ ସିଂ ରାଜପୁତ ଙ୍କ ସମେତ ଅନ୍ୟ କଳାକାର ଙ୍କୁ ମଧ୍ୟ ମସ୍ତି କରୁଥିବା ର ଦେଖିବାକୁ ମିଳିଛି ।

ଗତ ବର୍ଷ ୧୪ ଜୁନ ରେ ସୁଶାନ୍ତ ଙ୍କ ପର ଲୋକ ହୋଇଥିଲା ଏବଂ ପ୍ରଥମେ ଏହାକୁ ସୁଇଇ -ସାଇଡବୋଲି କୁହାଯାଉଥିଲା କିନ୍ତୁ ସି.ବି.ଆଇ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ତଦାରଖ ଜାରି ରହିଛି । ଫିଲ୍ମ ସହିତ ସନ୍ଦୀପ ଙ୍କୁ ଅନେକ ବିଜ୍ଞାପନ ରେ ମଧ୍ୟ ଦେଖିବାକୁ ମିଳିଥିଲା । ସନ୍ଦୀପ ଙ୍କ ପର ଲୋକ ରେ ଶୋକ ପ୍ରକାଶ କରି ତାଙ୍କୁ ଫେସବୁକ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଛି ଏବଂ ଏହା ସହିତ ଇଂଷ୍ଟାଗ୍ରାମ ରେ ମଧ୍ୟ ଅଭିନେତା ସନ୍ଦୀପ ନାହାର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Leave a Reply

Your email address will not be published. Required fields are marked *