ମୋତି ଭଳି ଚମକୁଥିବା ଦାନ୍ତ ପାଇବା ପାଇଁ ନିଶ୍ଚୟ ଆପଣାନ୍ତୁ ଏହି ଘରୋଇ ଉପାୟ, ରାତିକ ମଧ୍ୟରେ ଦେଖିବେ ଏହାର କମାଲ

ସବୁ ବ୍ୟକ୍ତିମାନେ ମୋତି ଭଳି ଚମକୁଥିବା ଦାନ୍ତ ପାଇବାକୁ ଇଚ୍ଛା କରନ୍ତି କାହିଁକିନା ଏହା ମଣିଷର ସୁନ୍ଦରତା ଓ ଆକର୍ଷଣ ବଢାଇ ଥାଏ । ଏହି ସୁନ୍ଦରତା ହସ ଯୋଗୁ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଓ ସାର୍ବଜନୀନ ସ୍ଥାନରେ ଆପଣଙ୍କୁ ଖୁସି ଅନୁଭବ କରାଏ । ଆପଣଙ୍କ ଦାନ୍ତ ହାଲୁକା ହଳଦିଆ ରଙ୍ଗର ହୋଇଥିଲେ ଏହା ଆପଣଙ୍କ ସୁନ୍ଦରତାକୁ କମ କରିଥାଏ ।ଏହାକୁ ଦୂର କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଟୁଥପେଷ୍ଟ ବ୍ୟବହାର କରନ୍ତି । ଏହା ପରେ ମଧ୍ୟା ତାଙ୍କ ଦାନ୍ତର ସମସ୍ୟା ଦୂର ହୋଇପାରେ ନାହିଁ ।

ଦାନ୍ତ ସଫା ରଖିବା ଆମ ଲାଇଫ୍ ରେ ମହତ୍ତ୍ୱପୂର୍ଣ୍ଣ ଅଟେ । ଏମିତିକି ମଧ୍ୟ ଲେଜର ଉପଚାର ଦ୍ଵାରା ଏହାର ଅସୁବିଧା ଦୂର ହେଇପାରେ । ତଥାପି ଆପଣ ଘରେଇ ଉପଚାରକୁ ବ୍ୟବହାର କରି ଆପଣଙ୍କ ସମସ୍ୟା ଦୂର କରିପାରିବେ।

କଣ ପାଇଁ ହୋଇଥାଏ ଦାନ୍ତ ହଳଦିଆ

ଯେଉଁ ଲୋକମାନେ ତାଙ୍କ ଦାନ୍ତର ଦାୟିତ୍ଵ ନିଅନ୍ତି ନାହିଁ ଓ ଖାଇ ସାରିବା ପରେ ଭଲ ଭାବରେ ବ୍ରସ କରନ୍ତି ନାହିଁ ସେମାନଙ୍କ ଦାନ୍ତ ହଳଦିଆ ପଡିଯାଏ । ଏହାପରେ ମଧ୍ୟ ଯେଉଁମାନେ ଅଧିକ ସିଗାରେଟ, ଗୁଟଖା, ଚା ଓ କଫି ସେବନ କରନ୍ତି ସେମାନଙ୍କ ଦାନ୍ତ ହଳଦିଆ ରଙ୍ଗ ହୋଇଯାଏ । ଏଥିପାଇଁ ଦିନ ଗଡ଼ିବା ସହିତ ଆପଣଙ୍କର ଦାନ୍ତ ଦୁର୍ବଳ ହୋଇଯାଏ ଓ ଶୀଘ୍ର ଝଡି ପଡିବାର ଆଶଙ୍କା ରହିଥାଏ ।

ଏହି ଉପାୟ ଦ୍ଵାରା ଦାନ୍ତର ହଳଦିଆପଣ ହେବ ଦୂର

ଲିମ୍ବ ଦାନ୍ତକାଠି

ଲିମ୍ବ ଦାନ୍ତକାଠି କୁ ବ୍ୟବହାର କଲେ ଆପଣଙ୍କ ଦାନ୍ତ ସଫା ହେବା ସହିତ ହଳଦିଆ ରଙ୍ଗ ଦୂର ହୋଇଥାଏ । ଲିମ୍ବ କାଠି କୁ ଗୋଟେ ସପ୍ତାହ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ମଝବୁତ ହେବା ସହିତ ହଳଦିଆ ରଙ୍ଗ ଦୂର ହୋଇଥାଏ ।

ଲେମ୍ବୁ ରସ ଓ ଏହାର ଚୋପାର ବ୍ୟବହାର

ଲେମ୍ବୁ ଭିଟାମିନ ସି ର ସମ୍ପୂର୍ଣ୍ଣ ସ୍ରୋତ ବୋଲି କୁହଯାଏ ଓ ଭିଟାମିନ୍ ସି ଦାନ୍ତ ସଫା ହେବାରେ ସାହାର୍ଯ୍ୟ କରେ । ସଫା ଦାନ୍ତ ପାଇବା ପାଇଁ ହେଲେ ଲେମ୍ବୁ ର ଚୋପା ବହୁତ ଉପଯୋଗୀ ହୋଇଥାଏ । ଲେମ୍ବୁ ର ଚୋପାକୁ ଦାନ୍ତର ଭିତର ଅଂଶରେ ଭଲ ଭାବରେ ଘଷିଲେ ଦାନ୍ତରେ ଚମକ ଆସିଥାଏ । ଏହି ଉପାୟ ସବୁଠାରୁ ଶାସ୍ତା ସୁନ୍ଦର ଓ ମଝବୁତ ହୋଇଥାଏ । ଏହାକୁ ନିୟମିତ ଭାବରେ ବ୍ୟବହାର କଲେ ଆପଣଙ୍କ ଦାନ୍ତ ସଫା ରହିବ ।

ସେଓ ଜୁସ ର ବ୍ୟବହାର

ସେଓ ର ଜୁସ କୁ ମାଢ଼ିରେ ବ୍ୟବହାର କଲେ ଦାନ୍ତ ସଫା ହେବା ସହିତ ମଝବୁତ ହୋଇଥାଏ ।ଏହି ରସ ଦାନ୍ତ ର ପିଏଚକୁ ସନ୍ତୁଳିତ ରଖିବା ସହ ବ୍ୟାକ୍ଟେରିଆ ମାରିବାରେ ସାହାର୍ଯ୍ୟ କରିଥାଏ । ସେଓ ର ରସକୁ ବ୍ୟବହାର କରିବା ଦ୍ୱାରା ଦାନ୍ତ ସଫା ରହିବା ସହିତ ଏହାର ହଳଦିଆ ରଙ୍ଗ ଦୂର ହୋଇଥାଏ ।

ନଡ଼ିଆ ତେଲ

ନଡ଼ିଆ ତେଲ ମଧ୍ୟ ଦାନ୍ତ ପାଇଁ ବହୁତ ଲାଭ ହୋଇଥାଏ । ଏଥିପାଇଁ ଆପଣଙ୍କ ପାଟିରେ ଅଳ୍ପ ନଡ଼ିଆ ତେଲ ନେଇ ତାକୁ ସେମିତି ହିଁ ମୁହଁରେ 15 ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ନିଜ ପାଟିକୁ ଏହି ତେଲ ସହିତ୍ ଘସନ୍ତୁ ଓ ଧ୍ୟାନ ରଖିବେ କି ତେଲ ଯେମିତି ଆପଣଙ୍କ ଦାନ୍ତର ସବୁ ଭାଗରେ ଛୁଇଁବ । ପୁଣି କାଢି ଦିଅନ୍ତୁ ଓ ପାଣି ଦ୍ଵାରା ନିଜ ପାଟିକୁ ଧୋଇ ଦିଅନ୍ତୁ । ନଡ଼ିଆ ତେଲ ଗୋଟେ ଅର୍ଗାନିକ୍ ଓ ନେଚୁରାଲ ଟିଥ ହ୍ଵାଇଟନର ଅଟେ ।

କଦଳୀ ଚୋପା ଘସନ୍ତୁ

କଦଳୀ ଚୋପା ସାହାଯ୍ୟରେ ମଧ୍ୟ ଦାନ୍ତକୁ ଧଳା କରା ଯାଇ ପାରିବ । ଆପଣ ଗୋଟେ କଦଳୀର ଚୋପା ନିଅନ୍ତୁ ତାପରେ ଏହାକୁ ଦାନ୍ତରେ ଭଲସେ ରଗଡ଼ନ୍ତୁ । ପ୍ରତିଦିନ ଗୋଟେ ସପ୍ତାହ ଯାଏ ଏମିତି କରିବା ଦ୍ୱାରା ଆପଣଙ୍କ ଦାନ୍ତ ସଫା ହୋଇଯିବ ।

ପ୍ରାକୃତିକ କ୍ଲିଞ୍ଜର ବେକିଙ୍ଗ ସୋଡା

ବେକିଙ୍ଗ ସୋଡା ଗୋଟେ ପ୍ରାକୃତିକ କ୍ଲିଞ୍ଜର ଅଟେ ଯାହାକୁ ଦାନ୍ତକୁ ଚିକଚିକ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହା ଦାନ୍ତ ମଧ୍ୟରେ ଲୁଚିଥିବା ଜୀବାଣୁକୁ ନଷ୍ଟ କରିଥାଏ । ବେକିଙ୍ଗ ସୋଡା ଓ ପେଷ୍ଟ୍ ସେମ ମାତ୍ରାରେ ମିଶେଇ ଦିଅନ୍ତୁ । ତାପରେ ଏହାକୁ ସମାନ ଭାବେ ତଳ ଓ ଉପର ଦାନ୍ତରେ ଲଗାଇ ଦିଅନ୍ତୁ । ଯେମିତି ପେଷ୍ଟ ଭଲସେ ଚାରିଆଡ଼େ ଲାଗିବ । ଅଧଘଣ୍ଟାପାଇଁ ଏହାକୁ ସେମିତି ଛାଡି ଦିଅନ୍ତୁ । ପୁଣି ପାଣିରେ ଭଲସେ ପାଟିକୁ ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ ଦେଖିବେ ଦାନ୍ତ କେମିତି ଦେଖା ଯାଉଛି।

ଭୋଜନ ପରେ ଦାନ୍ତ ଘସନ୍ତୁ

ଖାଇବା ପରେ ନିଶ୍ଚୟ ବ୍ରଶ କରିବେ । କାହିଁକି ନା ବ୍ରଶ ନ କଲେ ଖାଦ୍ୟ ଦାନ୍ତରେ ଲାଗି କି ରହିଯାଏ ଯେଉଁଥି ପାଇଁ ଦାନ୍ତ ହଳଦିଆ ରଙ୍ଗର ହୋଇଥାଏ । ଦାନ୍ତରେ କୀଟାଣୁ ଲାଗିବାରୁ ବଞ୍ଚିବା ପାଇଁ 1-2 ଅଖରୋଟ ଦାନାକୁ ପେଷ୍ଟରେ ଲଗାଇ ଏଥିରେ ବ୍ରଶ କରନ୍ତୁ । ଯଦି ସମ୍ଭବ ହେବ ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ସକାଳୁ ବ୍ରଶ କରିବା ପରେ ହ୍ଵାଇଟ ଭିନେଗାର ରେ ସମାନ ମାତ୍ରାରେ ପାଣି ମିଶେଇ କୁଳି କରନ୍ତୁ । ଏହି ଉପାୟ ଦ୍ଵାରା ପାଟିର ଦୁର୍ଗନ୍ଧ ଦୂର ହେବ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *