‘ମୋର ଗୋଟେ ବୋଲି ସ୍ତ୍ରୀ ସେ ବି ହୁଳ ହୁଳି ପକଉନି…’ ଦେଖନ୍ତୁ ଏମିତି କାହିଁକି କହିଲେ Tara Prasad, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତାରା ପ୍ରସାଦ ବାହିନିପତି ଙ୍କୁ ଆପଣ ମାନେ ଜାଣିଥିବେ ତେବେ ସେ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ଓ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।


ତେବେ ତାରା ପ୍ରସାଦ ବାହିନିପତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ତେବେ ଜିଲ୍ଲାର କୌଣସି ସ୍ଥାନରେ ବି ଧାନ କିଣିବା ପାଇଁ ସ୍ବତନ୍ତ୍ର ମଣ୍ଡି ଵ୍ୟଵସ୍ଥା  ନାହିଁ ସୋସାଇଟି ଏବଂ ଅସ୍ଥାୟୀ ଘରକୁ ମଣ୍ଡି ଭାବରେ ବ୍ୟବହାର କରାଯାଉଛି । କେଉଁଠି ଭିତ୍ତିଭୁମିର ଅଭାବ ଦେଖାଯାଉଛି ତ  ଅନ୍ୟ କେଉଁଠି ପିଇବା ପାଣି  ନାହିଁ  ।

ଇଣ୍ଟେରନେଟ  ସମସ୍ୟା ପ୍ରାୟ ସବୁ ମଣ୍ଡିରେ  ।  ଚାଷି ନେତା ରମେଶ ମହାପାତ୍ର ସୂଚନା ଅଧିକାର ମାଗିଥିବା ତଥ୍ୟ ଅନୁସାରେ ଗତ  ୨୦୦୯-୧୦ ରୁ ୨୦୧୮-୧୯ ଆର୍ଥିକ  ବର୍ଷରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ଆର ଏମ ସି ରେ ୮୫ କୋଟି ୮୫ ଲକ୍ଷ ଟଙ୍କା ଏବଂ ବରଗଡ଼ ଆର ଏମ ସି ରେ ୫୮ କୋଟି ୯୦ ଲକ୍ଷ ଟଙ୍କା ଜମା ଅଛି  କିନ୍ତୁ କୋଟି କୋଟି ଟଙ୍କା ଜମା ସତ୍ତ୍ବେ ମଣ୍ଡି ଭିତ୍ତିଭୂମି ଦିଗରେ ଟଙ୍କା ଖର୍ଚ୍ଚ ହେଉନି ।

ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ରିପୋର୍ଟ ଅନୁସାରେ ରାଜ୍ୟର ୧୫ଟି ଜିଲ୍ଲାରେ ମଣ୍ଡି ନାହିଁ | ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହ ପାଇଁ ସବୁ ପ୍ରକାର ସୁବିଧା ଥିବା ଗୋଟିଏ ବି ମଣ୍ଡି ନିର୍ମାଣ କରାଯାଇ ପାରିନାହିଁ । ବାଲେଶ୍ଵର, ଅନୁଗୁଳ,  ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର ଯାଜପୁର, କେନ୍ଦୁଝର, ଖୋର୍ଧା,ମୟୂରଭଞ୍ଜ ନୟାଗଡ଼, ପୁରୀ ଏବଂ ସୁନ୍ଦରଗଡ଼ ମଧ୍ୟ ମଣ୍ଡି ଶୂନ୍ୟ ହୋଇ ରହିଛି ।

ଅନ୍ୟ ଜିଲ୍ଲାରେ ମଣ୍ଡି ଥିଲେ ମଧ୍ୟ ତାହା ମଧ୍ୟ ଆବଶ୍ୟକତା ଅନୁସାରେ ନାହିଁ ।   ରାଜ୍ୟର ୮୫୯ କ୍ରୟ କେନ୍ଦ୍ରରେ ଗୋଟିଏ ମଧ୍ୟ ଶୌଚାଳୟ ନାହିଁ | ୨୨୯ଟିକେନ୍ଦ୍ରରେ ବସିବାକୁ ସ୍ଥାନ ନାହିଁ, ୧୨୬ ସ୍ଥାନରେ ପାନୀୟ ଜଳ, ୧୮୭ କେନ୍ଦ୍ରର ଇଣ୍ଟରନେଟ୍ ସୁବିଧା ଏବଂ ୯୬୧ଟି କେନ୍ଦ୍ରର ନିଜସ୍ବ ଜମି ମଧ୍ୟ ନାହିଁ ।   ଏ ନେଇ ଚାଷୀ ନେତା ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇବା ସହ ମିର୍ଲସଙ୍କ ମର୍ଜିରେ ଧାନ କିଣା ଚାଲିଥିବା ଅଭିଯୋଗ ଆଣିଛନ୍ତି  ।

ତେବେ ଏହାକୁ ନେଇ ବର୍ତ୍ତମାନ ତାରା ପ୍ରସାଦ କହିଛନ୍ତି କି ଯେପର୍ଯ୍ୟନ୍ତ ଧାନ ବିକିବି ନାହିଁ ମଣ୍ଡି ସମସ୍ୟା ଦୂର ହେବ ନାହିଁ ସେ ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦିଆଯାଉ । ତେବେ ଏହା ସହ ସେ କହିଛନ୍ତି କି ଓଡିଶା ରେ ଦୁର୍ନୀତି, ରେପ, ବେକାରୀ ଆଦି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ନବୀନ ହଟାଅ ରାଜ୍ୟ ବଞ୍ଚାଅ ଆଦି ଏହିଭଳି ଭାବରେ ସେ ନିଜର ଭାଷଣ ଦେଇଥିଲେ ।

ତେବେ ଶେଷ ରେ ସେ ସମସ୍ତଙ୍କୁ ହୁଳହୁଳି ପକେଇବାକୁ କହିଥିଲେ ହୁଳହୁଳି ପାଇଁ ପଇସା ଲାଗେ ନାହିଁ । ତେବେ କହିଥିଲେ କି ମୋର ଗୋଟିଏ ବୋଲି ସ୍ତ୍ରୀ ସେ ବି ହୁଳହୁଳି ପକାଉନି ତେବେ ସଭାରେ ସମସ୍ତେ ଏହି କଥା ଶୁଣି ହସିବାକୁ ଲାଗିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *