PM Modi ଶକ୍ତିଶାଳୀ ନା Joe Biden ? ଏହି ଭିଡିଓ ଦୁନିଆକୁ ଦୋହଲେଇ ଦେଲା ! ଦେଖନ୍ତୁ ଏମିତି କଣ ଅଛି ଏହି Video ରେ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟ ରେ ଭାରତ କୁ କଡା ଧମକ ଦେଇଛି ଆମେରିକା । ତେବେ ଆମେରିକା ଏହା କହିଛି ଯେ ଋଷ ଠାରୁ ତୈଳ କ୍ରୟ କଲେ ପରିଣାମ ଭଲ ହେବ ନାହିଁ । ଭାରତ ମଧ୍ୟ ଏହାର ଉତ୍ତର ରେ କଡା ଜବାବ ଦେଇଛି । ୟୁକ୍ରେନ ଓ ଋଷ ଯୁଦ୍ଧ ରେ ଭାରତ ର ନିରବତା ଏବଂ ଋଷ ଠାରୁ ତୈଳ କିଣିବାକୁ ନେଇ ଭାରତକୁ ପରୋକ୍ଷ ଧମକ ଦେଇଛି ଆମେରିକା ।

ଆମେରିକା ର ଡେପୁଟି ଏନ୍ ଏସ୍ ଏ ତଥା ଜାତୀୟ ସୁରକ୍ଷା ଉପପରାମର୍ସ ଦାତା ଦଲିପ୍ ସିଂହ ସମ୍ପ୍ରତି ଭାରତ ଗ୍ରସ୍ଥ ରେ ଆସିଥିବା ବେଳେ ଋଷ ସହ ଭାରତ ର ବାଣିଜ୍ୟିକ ସମ୍ପର୍କ କୁ ନେଇ ଚେତାବନୀ ଦେଇଥିବା ଜଣା ପଡ଼ିଛି । ମାସାଧିକ ଧରି ୟୁକ୍ରେନ ଉପରେ ଋଷ ଯୁଦ୍ଧ କୁ ଅବ୍ୟାହତ ରଖି ଥିବାରୁ ଆମେରିକା ନେତୃତ୍ଵାଧୀନ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷ ବିରୋଧ ରେ ଏକାଧିକ କଟକଣା ଲାଗୁ କରି ସାରିଛନ୍ତି ।

ତେବେ ଏହି ପରିପ୍ରେକ୍ଷୀରେ ଯଦି କୌଣସି ରାଷ୍ଟ୍ର ଯଦି କୌଣସି ରାଷ୍ଟ୍ର ଏଭଳି କଟକଣା କୁ ଖାତିର୍ ନ କରି ଋଷ ଠାରୁ ତୈଳ କିଣନ୍ତି ତେବେ ପରିଣାମ ଭୟାବହ ହୋଇପାରେ ବୋଲି ଦଲିପ୍ କହିଛନ୍ତି । ଏପରିକି ଭାରତ ମଧ୍ୟ ଆମେରିକା ର ଆକ୍ରୋଶ ରୁ ବର୍ତିବ ନାହିଁ ବୋଲି ସେ ରୋକଠୋକ୍ ଶୁଣାଇଛନ୍ତି । ତେଲ କିଣା ପ୍ରସଙ୍ଗ ରେ ଋଷ ସହ ଟଙ୍କା ରୁବେଲ୍ ମେକାନିଯିମ୍ କୁ କାର୍ଯ୍ୟକାରୀ କରା ଗଲେ ଏହା ଆମେରିକା ପ୍ରତି ଶତ୍ରୁତା ଭାବେ ପରି ଗଣିତ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ଭାରତ ବି ଚୁପ୍ ରହି ନାହିଁ । ଦଲିପ୍ ଙ୍କ ସବୁ ଚେତାବନୀ ର କଡା ଜବାବ ଦେଇଛନ୍ତି ଭାରତର ଜାତିସଂଘ ସ୍ଥାୟୀ ଅଧିକାରୀ । ଦଲିପ୍ ଯେପରି ଭାରତ ପ୍ରତି ଭାଷା ବ୍ୟବହାର କରିଛନ୍ତି ତାହା କେତେ ଦୂର୍ ଗ୍ରହଣୀୟ ଆଉ ଏହା କଣ ଭାରତ ପ୍ରତି ଆମେରିକା ର ବନ୍ଧୁତ୍ୱ । ଏହା କୂଟନୀତି ର ଭାଷା ର ନୁହେଁ ଏହା ଜବରଦସ୍ତି ଚାପ ପ୍ରୟୋଗ ର ଭାଷା । ଦଲିପ ଙ୍କ ର ବୋଧ ହୁଏ ଏହା ଜ୍ଞାନ ରେ ନାହିଁ ଯେ ଏକ ତରଫା ଦଣ୍ଡାତ୍ମକ ପ୍ରତିବନ୍ଧକ ଅନ୍ତଃ ରାଷ୍ଟ୍ରୀୟ ଆଇନ୍ ର ଉଲଂଘନ ବୋଲି ।

ତେବେ ଏପରି କହିଛନ୍ତି ଭାରତର ଜାତିସଂଘ ସ୍ଥାୟୀ ଅଧିକାରୀ । ତେବେ ବର୍ତ୍ତମାନ ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଠି ହ୍ଵାଇଟ ହାଉସ ରେ ଏକ ମିଟିଂ ରଖା ଯାଇଥିଲା ତେବେ ବାଇଡେନ ସମସ୍ତ ଙ୍କ ସହ ହାତ ମିଳାଇବା ପାଇଁ ଆଗକୁ ବଢ଼ୁଥିଲେ କିନ୍ତୁ ସମସ୍ତେ ବାଇଡେନ ଙ୍କୁ ଏକୁଟିଆ କରି ପୂର୍ବ ରାଷ୍ଟ୍ରପତି ଵାରକ ଓବାମା ଙ୍କ ସହ ମିଶୁଥିଲେ ତେବେ ଏହା ଛଡା ଆଉ ଏକ ଭିଡିଓ ରେ ନରେନ୍ଦ୍ର ମୋଦୀ ଙ୍କ ସହ ବଡ଼ ବଡ଼ ବିଦେଶୀ ରାଜନେତା ମାନେ ଆସି ଦେଖା କରୁଛନ୍ତି ।

ତେବେ ରୁଷ ଓ ୟୁକ୍ରେନ ଯୁଦ୍ଧ ପରେ ବର୍ତ୍ତମାନ ପଶ୍ଚିମୀ ଦେଶ ମାନେ ଆମେରିକାର କୌଣସି କଥା ଶୁଣିବାକୁ ନାରାଜ ଏବଂ ସେମାନେ ରୁଷ ଠାରୁ ତେଲ ଡଲାର ରେ ନୁହେଁ ବରଂ ରୁଷ ପଇସା ରେ ନେବେ । ତେବେ ବର୍ତ୍ତମାନ ବଡ଼ ପ୍ରଶ୍ନ ଉଠୁଛି କି ସବୁଠାରୁ ଶକ୍ତିଶାଳୀ ରାଜନେତା ବର୍ତ୍ତମାନ ସମୟରେ କିଏ ନରେନ୍ଦ୍ର ମୋଦି କିମ୍ବା ଜୋ ବାଇଡେନ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *