ଏବେ ରହିବନି ଆଉ ଭବିଷ୍ୟତ ଚିନ୍ତା ! ମୋଦି ସରକାରଙ୍କର ବଡ ଯୋଜନା, 2 ଟଙ୍କା ଜମା କଲେ ପାଇ ପାରିବେ 36 ହଜାର ଟଙ୍କା, ଜାଣନ୍ତୁ କିପରି ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହିଭଳି ଏକ ଯୋଜନା ମୋଦି ସରକାର ଙ୍କ ଦ୍ଵାରା ହେବାକୁ ଯାଉଅଛି । 2 ଟଙ୍କା ଜମା କରିଲେ ଆପଣଙ୍କୁ ମିଳିବ 36 ହଜାର ଟଙ୍କା । ସାଧାରଣତଃ ଗରିବ ପରିବାରର ଲୋକେ ତାଙ୍କର ଭବିଷ୍ୟତ କୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି । ଦିନ ମଜୁରୀ କରି ଯାହା ଟଙ୍କା ଆଣନ୍ତି ତାହା ପରିବାର ପ୍ରତିପୋଷଣରେ ଖର୍ଚ୍ଚ ହୋଇଯାଏ । ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିବା ସମ୍ଭବ ହୋଇପାରିନଥାଏ ।

ଏହିଭଳି ପରିସ୍ଥିତିରେ ପିଏମ ଶ୍ରମଯୋଗୀ ବନ୍ଧନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜର ଭବିଷ୍ୟତ କୁ ସୁଦୃଢ କରିପାରିବେ । ଏହି ଯୋଜନାରେ ସାମିଲ ହେବାକୁ ହେଲେ ୧୮ ବର୍ଷ ବୟସରୁ ଉର୍ଦ୍ଧ ଏବଂ ୪୦ ବର୍ଷରୁ କମ ବୟସ ହୋଇଥିବା ଆବଶ୍ୟକ । ଯଦି ଆପଣ ଏହି ଯୋଜନାରେ ସାମିଲ ହେଉଛନ୍ତି ଆଉ ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣଙ୍କୁ ମାସକୁ ମାତ୍ର ୫୫ଟଙ୍କା ଜମା କରିବାକୁ ପଡିବ ।

ଅର୍ଥାତ ଆପଣଙ୍କୁ ଦୈନିକ ୨ ଟଙ୍କା ଦେବାକୁ ପଡିବ । ସେହିଭଳି ୨୯ ବର୍ଷ ବୟସରେ ଯେଉଁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ ତାଙ୍କୁ ମାସିକ ୧୦୦ ଟଙ୍କା ଏବଂ ୪୦ ବର୍ଷ ବୟସର ଲୋକଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ । ତେବେ ଏହି ଯୋଜନାରେ କେମିତି ସାମିଲ ହେବେ ଜାଣିବା ପୂର୍ବରୁ କିଛି ସର୍ତ୍ତ ଉପରେ ନଜର ପକାନ୍ତୁ ।

ଏହି ଯୋଜନାରେ ସାମିଲ ହେବାକୁ ହେଲେ ବ୍ୟକ୍ତି ଙ୍କ ରୋଜଗାର ୧୫ ହଜାରରୁ କମ ହୋଇଥିବା ନିହାତି ଆବଶ୍ୟକ । ବ୍ୟକ୍ତି ଜଣକ ଶ୍ରମିକ, ଡ୍ରାଇଭର, ଇଲେଟ୍ରିସିଆନ, କିମ୍ବା ସ୍ଵିପର ଶ୍ରେଣୀର ହୋଇଥିବା ଜରୁରୀ । ଏହା ସହିତ ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହି ଯୋଜନାର ଅନ୍ତର୍ଭୁକ୍ତ କିଭଳି ହେବେ ? ରେଜିଷ୍ଟେସନ କରିବାକୁ ହେଲେ, ପ୍ରଥମେ ଆପଣଙ୍କୁ ସିଏମସି ସେଣ୍ଟର ଯିବାକୁ ପଡିବ ।

ସେଠାରେ ଆପଣଙ୍କୁ ଆଧାରକାର୍ଡ ଏବଂ ଜନଧନ ଯୋଜନା ଖାତାରେ ଥିବା ଆଇଏଫସି କୋର୍ଡ ଦେବାକୁ ପଡିବ । ଆପଣଙ୍କ ଦସ୍ତାବୀଜ କମ୍ପ୍ୟୁଟରରେ ସବମିଟ ହେବା ମାତ୍ରେ ଆପଣଙ୍କୁ ସମଯୋଗୀ କାର୍ଡ ମିଳିଯିବ । ଏହା ଏକ ପେନସନ ଯୋଜନା ଅଟେ । ବ୍ୟକ୍ତି ଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ ବ୍ୟକ୍ତି ଙ୍କୁ ଏଥିରେ ଟଙ୍କା ଜମା କରିବାକୁ ପଡିବ । ୬୦ ବର୍ଷ ପରେ ଆପଣଙ୍କୁ ପେନସନ ଆକାରରେ ମାସକୁ ୩ ହଜାର ଟଙ୍କା ଅର୍ଥାତ ବାର୍ଷିକ ୩୬ ହଜାର ଟଙ୍କା ମିଳିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *