ପ୍ରଧାନମନ୍ତ୍ରୀ Narendra Modi ଙ୍କ ପାକିସ୍ଥାନୀ ଭଉଣୀ, ଯିଏ ଦୀର୍ଘ ୨୬ ବର୍ଷରୁ ପିଏମ ଙ୍କୁ ବାନ୍ଧି ଆସୁଛନ୍ତି ରାକ୍ଷୀ, ଜାଣନ୍ତୁ କିଏ ଏହି ମହିଳା ?

ବନ୍ଧୁଗଣ, କିଛି ଦିନ ପରେ ଆସୁଅଛି ଭାଇ ଭଉଣୀ ଙ୍କ ଅତୁଟ ପର୍ବ ରାକ୍ଷୀ ପୂର୍ଣ୍ଣିମା । ପ୍ରଥା ଅନୁଯାୟୀ ଏହିଦିନ ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଏହା ପ୍ରତିବଦଳରେ ଭାଇ ସାରା ଜୀବନ ଭଉଣୀ ର ରକ୍ଷା କବଜ ସାଜିବା ନିମନ୍ତେ ପ୍ରତିଶୃତି ଦେଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କ ନିକଟରେ ଏକ ସ୍ଵତନ୍ତ୍ର ଭାଇ ଭଉଣୀ ସମ୍ବନ୍ଧରେ ଆଲୋଚନା କରିବାକୁ ଯାଉଅଛୁ । ଏହି ସ୍ଵତନ୍ତ୍ର ଭାଇ ଜଣକ ହେଉଛନ୍ତି ଆମ୍ଭ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କର ପାକିସ୍ଥାନୀ ଭଉଣୀ ହେଉଛନ୍ତି କମରଜାହାଁ ।

ଗତ ୨୬ ବର୍ଷ ହେବ ସେ ପ୍ରଧାନ ମନ୍ତ୍ରୀ ଙ୍କୁ ରାକ୍ଷୀ ପିନ୍ଧାଇ ଆଶୀର୍ବାଦ ନେଇ ଆସୁଛନ୍ତି । ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ସେ ନିଜ ଭାଇ ମୋଦୀ ଙ୍କ ନିମନ୍ତେ ରାକ୍ଷୀ ନେଇ ଆସିଛନ୍ତି । ସେ ଏହି ରାକ୍ଷୀ ସହିତ ଭାଇ ଭଉଣୀ ସମ୍ପର୍କ ର ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ମୋଦୀ ଯେତେବେଳେ ବିଜେପି ର ଜେନେରାଲ ସେକ୍ରେଟେରୀ ଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମୋଦୀ ଙ୍କ ପ୍ରଧାନ ମନ୍ତ୍ରୀ ହେବା ମଧ୍ୟରେ ଭାଇ ଭଉଣୀ ଙ୍କ ସମ୍ପର୍କ ଅତୁଟ ରହିଅଛି ।

ମାତ୍ର ଗତବର୍ଷ କରୋନା କଟକଣା ହେତୁ କମରଜାହାଁ ମୋଦୀ ଙ୍କ ପାଖକୁ ରାକ୍ଷୀ ପିନ୍ଧାଇବା ନିମନ୍ତେ ଯାଇପାରି ନଥିଲେ । କମରଜାହାଁ ଙ୍କ ଘର ଗୁଜୁରାଟ ର ଅହମଦାବାଦ ରେ ମାତ୍ର ତାଙ୍କୁ କେଉଁ କାରଣ ନିମନ୍ତେ ପାକିସ୍ଥାନୀ ଭଉଣୀ କୁହାଯାଉଅଛି । ଏହା ପଛରେ ରହିଛି ଏକ ଇତିହାସ । କମରଜାହାଁ ଙ୍କ ଜନ୍ମ ପାକିସ୍ଥାନ ର କରାଚିରେ ହୋଇଥିଲା ।

ସେ ଭାରତର ଜଣେ ପେଣ୍ଟର ମହୁସିମ ଶେଖ କୁ ବିବାହ କରିଥିଲେ । ବର୍ତ୍ତମାନ ଭାରତରେ ହିଁ ରହୁଛନ୍ତି କମରଜାହାଁ । ତାଙ୍କ ସ୍ଵାମୀ ପ୍ରଧାନମନ୍ତ୍ରୀ ଙ୍କ ଜଣେ ଘନିଷ୍ଠ ବନ୍ଧୁ ଅଟନ୍ତି । ପ୍ରଥମଥର ଦିଲ୍ଲୀ ରେ କମରଜାହାଁ ମୋଦୀ ଙ୍କୁ ଭେଟିଥିଲେ । ମୋଦୀ ଯେତେବେଳେ ଜାଣିବାକୁ ପାଇଲେ କମରଜାହାଁ ପାକିସ୍ଥାନ ର ଅଟନ୍ତି ସେ ତାଙ୍କୁ ସେହି ସମୟରେ ଭଉଣୀ ବୋଲି ସମ୍ବୋଧିତ କରିଥିଲେ ।

ସେବେଠାରୁ ଏହି ସମ୍ପର୍କ ଭାଇଭଊଣୀ ସମ୍ପର୍କ ରେ ପରିଣତ ହୋଇଥିଲା । ଗତବର୍ଷ କରୋନା କଟକଣା ହେତୁ କମରଜାହାଁ ପ୍ରଧାନ ମନ୍ତ୍ରୀ ଙ୍କୁ ରାକ୍ଷୀ ପୋଷ୍ଟାଲ ମାଧ୍ୟମରେ ପଠାଇଥିଲେ ମାତ୍ର ବର୍ତ୍ତମାନ ପୂର୍ବରୁ ନିଜ ଭାଇଙ୍କୁ ରାକ୍ଷୀ ପିନ୍ଧାଇବା ଲାଗି ପ୍ରସ୍ତୁତ ଅଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ନିଆରା ପବିତ୍ର ସମ୍ପର୍କ ସମ୍ବନ୍ଧରେ ଜାଣି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *