ମୋ ଧନ କହିଥିଲା, ମୁଁ ମରିଗଲେ ମୋ ପାଦ ଆଉ ମୁଣ୍ଡ ତଳେ ବସିି କାନ୍ଦିବୁ ମୋ ଆତ୍ମା ଶାନ୍ତି ପାଇବ…

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ସବୁଠାରୁ ବଡ ଦୁଃଖ ଦାୟକ ଖବର ହେଉଛି ଅଭିନେତା ପିଣ୍ଟୁ ନନ୍ଦଙ୍କର ବିୟୋଗ । ତାଙ୍କ ବିୟୋଗର ଶୋକ ତାଙ୍କ ଘର ପରିବାର ଏବଂ ପଡୋଶୀ ସବୁଆଡେ ଛାଇ ଯାଇଛି । ତାଙ୍କୁ ହରାଇ ସମ୍ପୂର୍ଣ ମର୍ମାହତ ହୋଇପଡିଛନ୍ତି ସମସ୍ତେ । ଛାତି ଫଟାଇ ଆଖିରୁ ଲୁହ ଗଡାଇ କାନ୍ଦୁଛନ୍ତି ସମସ୍ତେ । କାହାକୁ କିଏ ବା ସମ୍ଭାଳିବା ତାଙ୍କୁ ହରାଇ ସମସ୍ତଙ୍କ ଛାତିରେ କଷ୍ଟ । ତାଙ୍କ ପୁଅ ଭଳି ପୁତୁରାଙ୍କୁ ହରାଇ ଥିବା ମାଉସୀଙ୍କର ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ଆଉ ଡେରି ନକରି ଜାଣିବା ।

ତାଙ୍କ ଘର ପାଖରେ ଜଣେ ମହିଳାଙ୍କୁ ପିଣ୍ଟୁ ନନ୍ଦ ମାଉସୀ ବୋଲି ଡାକନ୍ତି । ଆଉ ସେହି ମାଉସୀ ପିଣ୍ଟୁ ନନ୍ଦଙ୍କୁ ପୁଅ ମଧ୍ୟ କରିଥିଲେ । ପିଣ୍ଟୁ ନନ୍ଦ ତାଙ୍କ ନିଜ ପୁଅ ଠାରୁ ମଧ୍ୟ ଅଧିକ ଥିଲେ । ତାଙ୍କର ଯଦି କିଛି ଅସୁବିଧା ସୁବିଧା ହେଉଥିଲେ ପିଣ୍ଟୁ ନନ୍ଦା ସାଙ୍ଗେ ସଙ୍ଗେ ଠିଆ ହେଉଥିଲେ । ଏହି କଥା କହି କାନ୍ଦି ପକାଉଛନ୍ତି ତାଙ୍କ ମାଉସୀ ।

ସେ କହିଛନ୍ତି ତାଙ୍କୁ କାମ କରୁଥିବାର ଦେଖିଲେ ପିଣ୍ଟୁ ସବୁବେଳେ କୁହନ୍ତି ମାଉସୀ କାହିଁକି ଏତେ କାମ କରୁଛୁ ଆମେ ଗୋଟିଏ ଚାକରାଣୀ ରଖିଦେବା ଏତେ କାମ କରନା ବୋଲି । ପିଲା ହିସାବରେ ପିଣ୍ଟୁ ନନ୍ଦା ସମସ୍ତଙ୍କ ପାଇଁ ବହୁତ ଭଲ ଥିଲେ । କାହାର ଦୁଃଖ ମଧ୍ୟ ସେ ଦେଖି ପାରନ୍ତି ନାହିଁ ତେଣୁ ସବୁବେଳେ ସମସ୍ତଙ୍କୁ ସାହାର୍ଯ୍ୟର ହାତ ପ୍ରଥମେ ବଢାନ୍ତି ପିଣ୍ଟୁ । ଆଉ ମୋର ସେହି ପୁଅ ନାହିଁ ।

ସବୁଦିନ ପାଇଁ ସଂସାର ଛାଡି ଚାଲି ଯାଇଛି । ଆଉ କେବର ବି ମୁଁ ମାଉସୀ ଡାକ ଶୁଣିବା ପାଇଁ ପାଇବିନି କହି ଖୁବ କାନ୍ଦୁଛନ୍ତି ତାଙ୍କ ମାଉସୀ । ପିଣ୍ଟୁ ତାଙ୍କର ସେବା ତାଙ୍କ ମାଆ ପରି କରୁଥିଲେ । ଯଦି ତାଙ୍କ ମାଉସୀଙ୍କ କୀବେ ଗୋଡ ହାତ ବିନ୍ଧୁଥିବାର ଦେଖନ୍ତି ତେବେ ସାଙ୍ଗେ ସଙ୍ଗେ ନିଜେ ବସି ତାଙ୍କ ଗୋଡ ହାତ ମୋଡି ଦିଅନ୍ତି ।

ନା ଆଉ ସେ ଫେରିବା ନା ମତେ ମାଉସୀ ଡାକିବା ଏହି କଥା ତାଙ୍କ ଛାତି ଫଟାଇ ଦେଉଛି । ମନରେ କୋହ ନେଇ ଆସୁଛି । ଏଭଳି କିଛି ପ୍ରତିକ୍ରିୟା ଥିଲା ତାଙ୍କ ଘର ପାଖ ପଡୋଶୀ ମାଉସୀଙ୍କର । ଆଶା କରୁଛୁ ତାଙ୍କୁ ହରାଇ ଥିବା ନିଜ ଲୋକଙ୍କୁ ଭଗବାନ ସାହସ ଏବଂ ଧର୍ଯ୍ୟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *