‘ମୋ ପତ୍ନୀ 8 ମାସର ଗର୍ଭବତୀ, ଯାହାଙ୍କୁ ଭାରତ ମନା, କେମିତି ଯିବି…’ ୟୁକ୍ରେନ ରେ ଫସିଥିବା ଏହି ଯୁବକଙ୍କ ଦୁଃଖ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ନମସ୍କାର ବନ୍ଧୁଗଣ ତେବେ ଆଜି ରୁଷିଆ ଓ ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ତେବେ ଇତିମଧ୍ୟରେ ଦୁଇଦେଶ ମଧ୍ୟରେ ତୃତୀୟ ଥର ପାଇଁ ଆଲୋଚନା ବିଫଳ ହୋଇଥିବା ବେଳେ ୟୁକ୍ରେନରେ ଲଗାତର ଭାବେ ଯୁଦ୍ଧର ତାଣ୍ଡବ ଜାରି ରହିଛି । ଇତିମଧ୍ୟରେ ୧୭ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେଇଥିବା ମିଳିତ ଜାତିସଂଘର ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ରୁଷର ଜେନେରାଲ ଭିଟାଲି ଗେରାସିମୋଭଙ୍କ ମୃତ୍ୟୁ ଘଟିଥିବା ୟୁରୋପୀୟ ମିଡ଼ିଆ ସେକ୍ସଟା ପକ୍ଷରୁ କୁହା ଯାଇଛି । ମାର୍କିଭ ବେକରୀ ଉପରେ ରୁଷ ସେନା ହମଲା କରିବା ଦ୍ୱାରା ୧୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି । ୟୁକ୍ରେନ ବୈଦଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧.୪୬ ଲକ୍ଷ ବିଦେଶୀ ନାଗରିକଙ୍କୁ ଦେଶ ଛାଡ଼ିବାରେ ସହଯୋଗ କରାଯାଇଛି ।

ସେଥିମଧ୍ୟରେ ୨୦ ହଜାର ଭାରତୀୟ ସାମିଲ ଅଛନ୍ତି । ୟୁକ୍ରେନ ସମେତ ଜର୍ଜିଆ, ମାଲଦୀପର ସଦସ୍ୟତା ପାଇଁ ୟୁରୋପୀୟ ସଂଘ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରି ଦେଇଛି । କାନାଡ଼ା ପ୍ରଧାନ ମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଲଣ୍ଡନରେ କହିଛନ୍ତି, ଆମକୁ ଲୋକତନ୍ତ୍ରର ରକ୍ଷା କରିବାକୁ ପଡ଼ିବ । ୟୁକ୍ରେନ ଆକ୍ରମଣ ମାମଲା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଉତ୍ତର ଦାୟୀ ରହିବେ । ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ରୁଷ ସେନାଙ୍କ ମୃତ୍ୟୁ ଘଟିବା ସହ ୭୯ ଫାଇଟର ଜେଟ ଓ ହେଲିକପ୍ଟରକୁ ନଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ।


ତେବେ ଭାରତ ସରକାର ନିଜ ଦେଶ ର ଲୋକଙ୍କୁ ସେହି ୟୁକ୍ରେନ ଦେଶରୁ ନିଜ ଦେଶ କୁ ଫେରେଇ ଆଣିବାରେ ସକ୍ଷମ ହୋଇ ପାରିଛନ୍ତି ତେବେ କିଛି କିଛି ଲୋକ ନିଜ ଦେଶ ରେ ନିଜ ଘରେ ସୁରକ୍ଷିତ ଫେରି ପାରିଛନ୍ତି କିନ୍ତୁ ଆଉ କିଛି ଭାରତ ବର୍ତ୍ତମାନ ସୁଦ୍ଧା ମଧ୍ୟ ୟୁକ୍ରେନ ରେ ଫସି ରହିଛନ୍ତି ତେବେ ସେହି ମାନଙ୍କ ଭିତରୁ ଜଣେ ହେଲେ ଗଗନ ମୋଗା । ତେବେ ତାଙ୍କ ପାଖରେ ସୁଯୋଗ ଥାଅ ମଧ୍ୟ ସେ ନିଜ ଦେଶକୁ ଫେରି ପାରୁ ନାହାଁନ୍ତି ।

ତେବେ ଭାରତ ସରକାର ମଧ୍ୟ ତାଙ୍କୁ ଆଣିବା ପାଇଁ ପ୍ରସ୍ତୁତ କିନ୍ତୁ ସେ ଯାଇ ପାଫୁ ନାହାନ୍ତି କାରଣ ଗଗନ ଙ୍କ ପତ୍ନୀ ହେଉଛି ଜଣେ ୟୁକ୍ରେନୀୟ । ତେବେ ନିୟମ ଅନୁଯାୟୀ ଭାରତ ସରକାର କେବଳ ଭାରତୀୟ ମାନଂକୁ ହିଁ ନେଇ ପାରିବ ତେଣୁ ଗଗନ ଙ୍କୁ ନିଜ ସ୍ତ୍ରୀ କୁ ଛାଡି ଏକୁଟିଆ ଆସିବାକୁ ପଡିବ । ତେବେ ସେ ନିଜ ସ୍ତ୍ରୀ କୁ କେଉଁ ଭାବରେ ଏକୁଟିଆ ଛାଡି ଆସିଯିବେ ।

ତାଙ୍କ ପତ୍ନୀ ବର୍ତ୍ତମାନ ଗର୍ଭବତୀ ତେଣୁ ସେ ବର୍ତ୍ତମାନ ଅସହାୟ ହୋଇ ପୋଲାଣ୍ଡ କୁ ପଳେଇଛନ୍ତି । ତେବେ ଏହି ଖବର ପ୍ରକାଶ ପରେ କିଛି ଲୋକ ସହାନୁଭୂତି ଦେଖାଇବା ବେଳେ କିଛି ଲୋକ ତାଙ୍କୁ ଫେରେଇ ଆଣିବା ପାଇଁ ସରକାର ଙ୍କ ଆଗରେ ନିବେଦନ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *