‘ମୋ ଜୀଵନ ଆଉ ଭଲ ଲାଗୁନି, କ୍ଷମା କରିଦେବ Please…’ ଅଙ୍ଗନବାଡି ଭିତରେ ଜୀବନ ହାରିଲେ ଅଙ୍ଗନବାଡି କର୍ମୀ, ଶେଷ ସମୟରେ ଲେଖିଗଲେ ନିଜ ମନର ବେଦନା…

ନମସ୍କାର ବନ୍ଧୁଗଣ ତେବେ ଟେବୁଲ ଉପରେ ରହିଛି ମୋବାଇଲ, ଚାବିକାଠି, କଲମ ଏବଂ ଖାତା । ଖାତାରେ ଲେଖା ହୋଇଛି ସୁଇସାଇଡ ନୋଟ । ଆଉ ଟେବୁଲ ପାଖରେ ଝୁଲୁଛି ଅଙ୍ଗନବାଡି କର୍ମୀଙ୍କ ମୃତଦେହ । ଅଙ୍ଗନବାଡି ଖୋଲିବା ପରେ ଏଭଳି ଚିତ୍ର ଦେଖି ସଭିଏଁ ଆଶ୍ଚର୍ଯ୍ୟ । ତେବେ ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଲାଡାହି ଅଙ୍ଗନବାଡି କେନ୍ଦ୍ରରେ ।

କାଲାଡାହି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବେ କାମ କରନ୍ତି ବୁଲବୁଲ୍ ସୋରେନ । କାଲି ଅଙ୍ଗନବାଡି ସରିବା ପରେ ସେ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବୁଲବୁଲ ଘରକୁ ଫେରି ନ ଥିବାରୁ ଏ ବାବଦରେ ହେଲପରଙ୍କୁ ପଚାରିଥିଲେ । ଏବଂ ଅଙ୍ଗନବାଡି କର୍ମୀ ବୁଲବୁଲ କାମ ସାରି ଘରକୁ ଯିବେ ବୋଲି କହି ଏକୁଟିଆ ଅଙ୍ଗନବାଡିରେ ରହିଥିବା ସେ କହିଥିଲେ ।

ଏହା ପରେ ସନ୍ଧ୍ୟା ସମୟରେ ପରିବାର ଲୋକେ ଯାଇ ବାହାରୁ ତାଲା ପଡିଥିବା ଅଙ୍ଗନବାଡି ଗେଟ୍ ଖୋଲି ଘର ଭିତରକୁ ପଶିବା ପରେ ସେଠାରେ ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଏହା ସହ ବୁଲବୁଲଙ୍କ ମୃତଦେହ ନିକଟରେ ଥିବା ଏକ ଟେବୁଲରେ ସୁଇସାଇଡ ନୋଟ ରହିଥିଲା । ଯେଉଁଥିରେ ସେ ପର୍ସନାଲ ଲାଇଫ୍‌ରେ ଅବସାଦରେ ରହି ଏଭଳି ନିଷ୍ପତି ନେଇଥିବା ଏବଂ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଲେଖା ହୋଇଛି ।


କପ୍ତିପଦା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ପର୍ସନାଲ ଲାଇଫରେ କଣ କାରଣ ପାଇଁ ସେ ଏଭଳି ନିଷ୍ପତି ନେଲେ ତାହାର ଖୋଳତାଡ କରୁଛି ପୋଲିସ । ତେବେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଏବେ ସୁଦ୍ଧା ସୁଇସାଇଡ ନୋଟକୁ ଦେଖିଲେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଘଟଣାରେ ଟ୍ୱିଷ୍ଟ ଆସିଛି ।

ଯାହାକି ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଯଦି ପ୍ରେମିକଙ୍କର ଏଥିରେ ସଂପୃକ୍ତି ଥାଏ ତେବେ ଘଟଣା ଭିନ୍ନ ମୋଡ ନେବ । ପୋଲିସ୍ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ହିଁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହେବ । ତେବେ ସେ ସେହି ସୁଇସାଇଡ଼ ନୋଟ ରେ ଲେଖିଛନ୍ତି କି ମୋ ଜୀଵନ ହାରିବାର କାରଣ ମୋ ମାନସିକ ସ୍ତର ରେ ଚାପଗ୍ରସ୍ତ ଥିଲି ।

ମୋ ବୃତ୍ତିଗତ ଜୀଵନ ବହୁତ ଭଲରେ କଟୁଥିଲା ମୋ ଜୀଵନ ହାରିବାର କାରଣ ମୋ ବୃତ୍ତି କେବେ ନୁହେଁ । ମୋ ବ୍ୟକ୍ତିଗତ ଜୀଵନ କୁ ନେଇ ମୁଁ ଚିନ୍ତାରେ ଥିଲି କଷ୍ଟରେ ଥିଲି ମୋତେ କ୍ଷମା କରିଦେବ ସମସ୍ତେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *