ନିଜ ପିଲାର ଜୀବନ ପାଇଁ ବାର ଦୁଆର ବୁଲୁଛନ୍ତି ଏଇ ବାପା ମା, ଦେଖନ୍ତୁ କେମିତି କଇଁ କଇଁ ହେଇ କାନ୍ଦୁଛି ମା’ କରୁଛି ଆକୁଳ ନିବେଦନ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ତେବେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅନ୍ତର୍ଗତ ଆମ୍ବପଡା ରେ ରହୁଥିବା ଦମ୍ପତି ଜଣଙ୍କ ମିଡ଼ିଆ ଆଗରେ ସମଗ୍ର ରାଜ୍ୟବାସୀ ଙ୍କୁ ନେହୁରା ହେଉଛନ୍ତି ଏବଂ ସାହାର୍ୟ୍ଯ ର ଭିକ୍ଷା ମାଗୁଛନ୍ତି କାରଣ ତାଙ୍କ କୁନି ପୁଅ ଯିଏ ମାତ୍ର ୧୮ ମାସର ତାର ନିଶ୍ୱାସ ର ଦାମ ୧୬ କୋଟି ଟଙ୍କା । ତେବେ ଏହି ନିଷ୍ପାପ ଛୁଆ କୁ ଦେଖି ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ କି ଏହି ପିଲାଟିର ଦୋଷ କଣ କଣ ପାଇଁ ଭଗବାନ ତାକୁ ଏତେ କଷ୍ଟ ଦେଲେ । ତେବେ କୁନି ପୁଅ ଟି ଦେଖିବାକୁ ଯେମିତି ନାଁ ବି ସେମିତି ରାଜବୀର ।

ତେବେ ରାଜବୀର କୁ ଏକ ବିରଳ ରୋଗ ହୋଇ ଯାଇଛି ଯାହାର ନାମ ହେଉଛି ଏସେମେ ଟାଇପ ୨ ଏହା ହେଲେ ଲୋକଟିର ବଞ୍ଚିବା ବହୁତ ମୁସ୍କିଲ ହୋଇ ଯାଇଥାଏ । ତେବେ ରାଜବୀର ର ବାପା ମାଆ ଙ୍କ କହିବା କଥା ସେମାନେ ଦୁଇ ମାସ ତଳେ ଏହି ରୋଗ ବିଷୟରେ ଜାଣିବାକୁ ପାଇଥିଲେ । ତେବେ ଏହାର ଚିକିତ୍ସା କରେଇବା ପାଇଁ ଗୋଟିଏ ଇଂଜେକସନ ଦରକାର ଯାହାର ଦାମ ୧୬ କୋଟି ଏବଂ ସେ ଭାରତ ବାହାରେ ମିଳିଥାଏ ।

ତେବେ ରାଜବିର କୁ କିଛିଦିନ ଚିକିତ୍ସା କରିବା ପରେ ବାପ୍ତିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଗଲା । ତେବେ ରାଜବୀର ର ବାପା ହେଉଛନ୍ତି ଜଣେ ସ୍ୱିଗି ର ଡେଲିବରି ବୟ ଏବଂ ସେ ମାସକୁ ୧୦ହଜାର ଟଙ୍କା ପାଇଥାନ୍ତି । ତେବେ ପୁଅ ର ଏତେ ବଡ଼ ଖର୍ଚ୍ଚ କୁ ସେ ଉଠେଇବା ପାଇଁ ସକ୍ଷମ ନୁହଁନ୍ତି ତଥାପି ସେ ତିନି ଲକ୍ଷ ରୁ ଅଧିକ ଖର୍ଚ୍ଚ କରି ସାରିଛନ୍ତି କିନ୍ତୁ ବର୍ତ୍ତମାନ ତାଙ୍କ ପୁଅ ର ଜୀଵନ ବଞ୍ଚେଇବା ପାଇଁ ୧୬ କୋଟି ର ଇଂଜେକସନ ର ଆବଶ୍ୟକ ରହିଛି ।

ତେବେ ସେଥିପାଇଁ ରାଜବୀର ର ବାପା ମାଆ ସମଗ୍ର ଓଡିଶା ବାସୀ ଙ୍କୁ ନିବେଦନ କରିଛନ୍ତି କି ସମସ୍ତେ କିଛି କିଛି ଟଙ୍କା ଦାନ କଲେ ହୁଏତ ତାଙ୍କ ପୁଅ ର ଜୀଵନ ବଂଚି ପାରିବ ।
ତେବେ ରାଜବୀର ଙ୍କୁ ସାହାର୍ୟ୍ଯ କରିବା ପାଇଁ ଠିକଣା ହେଉଛି କୁଳମଣି ରଣା ।


ଆକାଉଣ୍ଟ ନମ୍ବର ୬୨୫୦୦୨୦୧୦୦୧୧୬୦୦ ଆଇଏଫଏସଇ କୋଡ଼ ହେଉଛି UBIN562505 । ଫୋନ ପେ ବା ଗୁଗୁଲ ପେ ପାଇଁ 6360371595 । ତେବେ ଆମେ ପାର୍ଥନା କରୁଛୁ କି ଭଗବାନ ଏହି କୁନି ଜୀଵନ କୁ ବଞ୍ଚେଇ ଦିଅନ୍ତୁ । ଦୟାକରି ପୋସ୍ଟ ଟି କୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯେପରି ଏହି ଦମ୍ପତ୍ତି ଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ ଓ ପିଲାଟିର ଜୀବନ ବଞ୍ଚି ପାରିବ । ଦୟା କରି ସହଯୋଗର ହାତ ବଢାନ୍ତୁ ।

Leave a Reply

Your email address will not be published. Required fields are marked *