‘ମୋ ବୋହୁ ଫେରିଲା, ମୋ ପୂଅ-ବୋହୁଙ୍କୁ ସେମାନେ…’ ବୋହୁ ଫେରିବା ଖୁସିରେ ଶାଶୁ କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାହୁଲ ଓ ହରପ୍ରିୟାଙ୍କ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏହି ମାମଲାଟି ଗତ କିଛି ଦିନ ହେବ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଗତ କିଛି ଦିନ ହେବ ନିଜ ସ୍ତ୍ରୀର ଫଟୋ ଓ ବାହାଘର ଶାଢୀକୁ ଦେଖି ଭୋ ଭୋ ହୋଇ ରାତି ଦିନ କାନ୍ଦିବା ପରେ ରାହୁଲ ନିଜ ସ୍ତ୍ରୀକୁ ପାଇ ସାରିଛନ୍ତି । ରାହୁଲ ଓ ହରପ୍ରିୟା ପରସ୍ପର ସହ ପ୍ରେମ ବିବାହ କରିଥିଲେ ।

ବିବାହକୁ 6 ମାସ ହୋଇଥିବା ବେଳେ ହରପ୍ରିୟା ଗର୍ଭବତୀ ମଧ୍ୟ ଥିଲେ । କଲେଜ କହି ହରପ୍ରିୟା କୁଆଡେ ଚାଲି ଯାଇଥିଲେ ଏହା ପରେ ରାହୁଲ ଭୋ ଭୋ ହୋଇ ଅନେକ ଦିନ କାନ୍ଦିଲେ । ନିଜ ସ୍ତ୍ରୀର ଫଟୋ ଦେଖି ରାହୁଲ କାନ୍ଦୁ ଥିଲେ । ହେଲେ ବନ୍ଧୁଗଣ ଗତ କାଲି ରାହୁଲ ଓ ହରପ୍ରିୟା ମିଶି ଯାଇଛନ୍ତି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଛାଡି ଚାଲି ଯାଇଥିଲେ ସେ ଆଜି ପୁଣି ଫେରିଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ ।

ରାହୁଲ ଓ ହରପ୍ରିୟା ଏବେ ପରସ୍ପରକୁ ପାଇ ବହୁତ ଅଧିକ ଖୁସି ଅଛନ୍ତି । ତେବେ ବର୍ତ୍ତମାନ ରାହୁଲଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମନ୍ତବ୍ୟ ଦେଇଛନ୍ତି । ରାହୁଲଙ୍କ ମା କହିଛନ୍ତି-‘ବହୁତ ଖୁସି ଅଛି ମୁଁ ମୋ ବୋହୁକୁ ଫେରି ପାଇଛି । କାରଣ ସେ ଦୁଇଜଣ ପରସ୍ପରକୁ ଭଲ ପାଇ ବାହା ହେଇଥିଲେ । ଆମ ଖୁସିରେ ତ ସେମାନେ ଖୁସି ନୁହନ୍ତି ନା ପୁଅ ଝିଅ ତାଙ୍କ ଦୁଇଜଣଙ୍କୁ ଦୁହେଁ ଭଲ ପାଇଥିଲେ ।

ତାଙ୍କ ଜୀବନକୁ ରକ୍ଷା କରିଲେ ମିଡିଆ ଭାଇ ମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ । ମୋ ପୁଅ ବୋହୁକୁ ମୁଁ ଆଜି ଫେରି ପାଇଛି ମୁଁ ବହୁତ ଖୁସିରେ ଅଛି । ଆମେ ଖବର ପାଇଲୁ ଆମ ପୁଅ ଖାଉନି ପିଉନି ପାଗଳ ହେଇଯାଇଛି ଝିଅ ଯିବା ପରେ । ଆମେ ଜାଣିଲୁ ସେ ଏମିତି ମନ୍ଦିରକୁ ଆସୁଛି ବାହାଘର ପାଇଁ କି କଣ ପାଇଁ ତାହା ଆମେ କହିପାରିବୁନି ।

ଆମେ ଖୋଜ ଖବର ପାଇ ସେଠି ଜଗିଲୁ ତା ପରେ ବୋହୁ କାରରେ ଗଲା ଆମେ ସେଠି ପାଇଲୁ ଆଉ । ପୁଅ ଫୋନ କରି କହିଲା ମା ମୋ ସ୍ତ୍ରୀକୁ ପାଇଛି ମୁଁ ବହୁତ ଖୁସି । ମୁଁ କହିଲି ବାବା ତୋ ଖୁସିରେ ମୋ ଖୁସି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାହୁଲଙ୍କ ମା ନିଜ ମନର କଥା କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *