ମୋ ବାପା ତାକୁ ଜୀବନଠୁ ଅଧିକ ଭଲ ପାଉଥିଲେ , ସେଥିପାଇଁ ତାକୁ ତାଙ୍କ ପାଖକୁ ନେଇ ଗଲେ, ଆଉ ମତେ ଏକୁଟିଆ କରିଦେଲେ…

ନମସ୍କାର ବନ୍ଧୁଗଣ, ସଂସାରରେ ଜନ୍ମ ମୃତ୍ୟୁର ସତ୍ୟକୁ ଚାହିଁଲେ ମଧ୍ୟ କେହି ଅଟକାଇ ପାରିବେ ନାହିଁ । ଏହା କେବଳ ଭଗବାନଙ୍କ ଉପରେ ନିର୍ଭର ଥାଏ । ତେବେ ବର୍ତ୍ତମାନ ଖବର ଅନୁଯାୟୀ ସ୍ଵର୍ଗତ ମିହିର ଦାସଙ୍କ ସାନ ପୁଅ ପୁଅ ଅକ୍ଲାନ୍ତ ଦାସଙ୍କ ଦେହାନ୍ତ ହୋଇଛି । ଯାହାଫଳରେ  ଏବେ ସବୁଆଡେ ଶୋକର ଛାୟା ଖେଳିଯାଇଛି । ଏହି ସତ୍ୟକୁ ଏବେ ତାଙ୍କ ବଡ ଭାଇ ତଥା ମିହିର ଦାସଙ୍କ ବଡ ପୁଅ ଅମ୍ଳାନ ଗ୍ରହଣ କରିବା ପାଇଁ ଅରାଜି ହେଲେ ନିୟତିର କଥାକୁ କେ କରିବ ବା ଆନ ।

ସମୟ ପୂର୍ବରୁ ହାତ ଛାଡି ଚାଲିଯାଉଛନ୍ତି ଅମ୍ଳାନଙ୍କ ପରିବାର ଲୋକେ । ନା ଅମ୍ଳାନଙ୍କର ମା ଙ୍କ ବୟସ ହୋଇଥିଲା ମୃତ୍ୟୁ ପାଇଁ ନା ଅମ୍ଳାନଙ୍କ ବାପାଙ୍କର ବୟସ ହୋଇଥିଲା ମୃତ୍ୟୁ ପାଇଁ । ଏହିଭଳି ଦୁଃଖଡ ପରିବେଶ ଏବଂ ଚିନ୍ତାରେ ଗତିକରୁଥିବା ବେଳେ ଅମ୍ଳାନଙ୍କ ଗେଲ୍ହା ସାନ ଭାଇଆ ଅକ୍ଲାନ୍ତର ମୃତ୍ୟୁ ଘଟିଛି କେମିତି ବା ସିଏ ଏହି କଥାକୁ ବିଶ୍ଵାସ କରିବେ । ଏହି ସମସ୍ତ ଘଟଣା ତାଙ୍କୁ ଭାଙ୍ଗି ଦେଇଛି ।

ତାଙ୍କୁ ଦୁନିଆରେ ଏକା କରି ଛାଡି ଚାଲିଯାଇଛନ୍ତି ତାଙ୍କ ମା ବାପା ଆଉ ସାନ ଭାଇ । ସତରେ ଏହି କଥା ଶୁଣିଲା ବେଳକୁ ଛାତି ଥରି ଉଠୁଛି । ଅମ୍ଳାନ ତାଙ୍କ ମନେ ମନେ କହୁଛନ୍ତି ବାପା ତାକୁ ମୋ ଠାରୁ ବେଶି ଭଲ ପାଉଥିଲେ ତ ସେଥିପାଇଁ ତାକୁ ଆରପାରିକୁ ନେଇଗଲେ ତାଙ୍କ ବାପା । କାରଣ ବାପା ବଞ୍ଚିଥିବା ସମୟରେ ଯୁଆଡେ ବି ଯାଉଥିଲେ ତାଙ୍କୁ ସାଙ୍ଗରେ ନେଇ ଯାଉଥିଲେ ।

ଆଉ ଏବେ କେମିତି ବା ଆର ପାରିରେ ତାଙ୍କ ଅଲିଅଳ ପୁଅକୁ ଛାଡିକି ରହିବେ । ସେଥିପାଇଁ ସେ ତାଙ୍କ ପ୍ରିୟ ପୁଅକୁ ତାଙ୍କ ପାଖକୁ ନେଇଗଲେ । ହେଲେ ଏହି କାଥା କହି ସେ ଯେତେ ତାଙ୍କ ମନକୁ ବୁଝାଇଲେ ମଧ୍ୟ ତାଙ୍କ ଅବୁଝା ମନ ଏହି ସତକୁ କଦାପି ଗ୍ରହଣ କରିପାରୁ ନାହିଁ । ପରିବାର ସଦସ୍ୟଙ୍କ ହେଉଥିବା ଅକାଳ ବିୟୋଗ ତାଙ୍କୁ ମର୍ମାହତ କରିଛି ।

ଅମ୍ଳାନ ତାଙ୍କ ମା ଭଳି ଦେଖା ଯାଉଥିବା ବେଳେ ଅକ୍ଲାନ୍ତ ଅବିକଳ ତାଙ୍କ ବାପା ମିହିର ଦାସଙ୍କ ଭଳି ଦେଖା ଯାଉଥିଲା । ଅମ୍ଳାନ ଦାସଙ୍କ ମନରେ ଉଠୁଥିବା ଏହି ସମସ୍ତ ପ୍ରଶ୍ନର ଉତ୍ତର କିଏ ବା ତାଙ୍କୁ ଦେବ । ଆମର ଏହି ପୋଷ୍ଟଟିକୁ ଲାଇକ ଶେୟାର କରିବାକୁ ଭୁଲିବେନି ବନ୍ଧୁଗଣ ।

Leave a Reply

Your email address will not be published. Required fields are marked *