49 ରୁ 12 ଗଲେ କେତେ ? ମିଳିଗଲା ଉତ୍ତର ‘ଗଣମାଧ୍ୟମ ସ୍କୁଲକୁ ପଶିଲେ FIR ଦେବେ’, ଇଏ ହେଉଛି ଆମ ଶିକ୍ଷା ବ୍ୟବସ୍ଥାର ଅସଲ ଚେହେରା…

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଧାନ ଶିକ୍ଷକ ମାନଙ୍କୁ ଚିଠି ଲେଖିଛନ୍ତି BEO । ଏଥିରେ ଲେଖା ହୋଇଛି ଯେ ଗଣମାଧ୍ୟମ ପ୍ରତିନିଧି କୁଆଡେ ବେଆଇନ ଭାବେ ସ୍କୁଲକୁ ପ୍ରବେଶ କରୁଛନ୍ତି । ଆଉ ଯଦି ପରବର୍ତ୍ତୀ ସମୟରେ ଏଭଳି ହୁଏ ସିଧା ତାଙ୍କ ନାଁ ରେ ମାମଲା ରୁଜୁ କରିବାକୁ ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି BEO ମହୋଦୟ । ମାତ୍ର ଏହା ପରିବର୍ତ୍ତେ ଯଦି ଭଲ ପାଠ ନ ପଢାଇଲେ ଶିକ୍ଷକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହନ୍ତେ ତେବେ ଶିକ୍ଷା ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆସିଥାନ୍ତା ।

କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଗଣମାଧ୍ୟମ ବିଦ୍ୟାଳୟକୁ ଯାଇ ଗଣିତ ସାର ପାଠ ପଢାଉଥିବା ବେଳେ ତାଙ୍କୁ ପଚାରିଥିଲେ ୪୯ ରୁ ୧୨ ଗଲେ କେତେ ? ମାତ୍ର ସାର ବଡ ଆଶ୍ଚର୍ଯ୍ୟ ଜନକ ଭାବରେ ଚାହିଁ ରହିଲେ କିନ୍ତୁ ଉତ୍ତର ଦେଇପାରିଲେ ନାହିଁ । ଏହା ସହିତ ସେହି ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ପିଲା ସପ୍ତମ କିଭଳି ଲେଖାହେବା ଜାଣି ନଥିଲେ ।

ତେବେ ଶିକ୍ଷକ ସାଧାରଣ ପ୍ରଶ୍ନର ଉତ୍ତର ଦେବାରେ ଅକ୍ଷମ । ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଜାଣି ନାହାଁନ୍ତି । ସପ୍ତମ ଶ୍ରେଣୀର ପିଲା ସପ୍ତମର ବନାନ କରିପାରୁନାହାଁନ୍ତି । ଆଉ ଗଣମାଧ୍ୟମ ସତ କଥା ଦେଖାଇଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାଧୁଛି । ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିପକାଉଛନ୍ତି, ଆଉ ବ୍ଲକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ମାନଙ୍କୁ । ସ୍କୁଲ ଭିତରକୁ ଗଣମଧ୍ୟମର ପ୍ରବେଶ କୁଆଡେ ବେଆଇନ ପ୍ରବେଶ ।

ବୀନା ଅନୁମତିରେ ପ୍ରବେଶ କରିଲେ ଗଣମଧ୍ୟାମ ପ୍ରତିନିଧିଙ୍କ ନାଁ ରେ ମାମଲା ରୁଜୁ ହେବ । ତେବେ ଏଠାରେ ଏକ ପ୍ରଶ୍ନ ଶିକ୍ଷକଙ୍କୁ ୪୯ ରୁ ୧୨ ଗଲେ କେତେ ରହିବ ଜଣା ନଥିଲେ କାହା ନାମରେ ରୁଜୁ ହେବ ମାମଲା ? ଛାତ୍ର ଛାତ୍ରୀଙ୍କୁ ପାଠ ଜଣା ନଥିଲେ କାହା ନାମରେ ମାମଲା ରୁଜୁ ହେବ ? ଇଂରାଜୀ ଶିକ୍ଷକଙ୍କୁ ସାଧାରଣ ସ୍ପେଲିଙ୍ଗ ଜଣାନଥିଲେ କିଏ ହେବ ଦୋଷୀ ?

ଆଉ ଏହିସବୁ ପରେ ମଧ୍ୟ ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ବିଷୟରେ କିଛି ଜଣା ନଥିଲେ କାହା ନାମରେ ରୁଜୁ ହେବ ମାମଲା ? ମାତ୍ର ରାଜ୍ୟରେ ଏହିଭଳି ଶିକ୍ଷା ବ୍ୟବସ୍ଥା ପାଇଁ ଏହିମାନେ ହିଁ ଦାୟୀ ଅଟନ୍ତି । ତେବେ ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *