‘ଡାକ୍ତର କହିଥିଲେ ଆସନ୍ତା 24 ଘଣ୍ଟା କିଛି….’ ଦେଖନ୍ତୁ Video

ବନ୍ଧୁଗଣ ଆଜି ଏକ ଦୁଃଖମୟ ଖବର ସାମ୍ନାକୁ ଆସିଛି ଓଡିଆ ଫିଲ୍ମ ଇଣ୍ଡଷ୍ଟର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ମିହିର ଦାସଙ୍କ ପରଲୋକ ପରେ ଓଡିଆ ଇଣ୍ଡଷ୍ଟ୍ରି ଓ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଦିଗଜ ଅଭିନେତା ଥିଲେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ ।

ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବନ୍ଧୁଗଣ ଗତ କିଛି ସମୟ ତଳେ ଖବର ଆସିଲା ମିହିର ଦାସ ଆଉ ଏହି ଦୁନିଆରେ ନାହାନ୍ତି । ଦୀର୍ଘ ବର୍ଷ ଧରି ମିହିର କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ଓ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା ।

ବନ୍ଧୁଗଣ ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଜଣେ ବ୍ୟକ୍ତି କିଛି ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବ୍ୟକ୍ତିଙ୍କ ମତରେ-‘ଦିନ ୧୨ଟା ବେଳେ ଆଜି ମୋର ଆଉ ଅମ୍ଳାନର ଦେଖିବାକୁ ଆସିଥିଲୁ ଓ ଡାକ୍ତରଙ୍କ ସହ କଥା ହେଇଥିଲୁ’ ।

ଆଗକୁ ବ୍ୟକ୍ତି କହିଛନ୍ତି-‘ଡାକ୍ତର କହିଥିଲେ ଯେ ଆଉ ଅଧିକ ଦିନ ନୁହେଁ ୨୪ ଘଣ୍ଟା ମଧ୍ୟରେ କିଛି ହୋଇପାରେ । ତାଙ୍କର ଚିକିତ୍ସା ଚାଲିଥିଲା ଓ ଆପଣ ମାନେ ତ ଜାଣିଥିବେ ତାଙ୍କର ଆଗରୁ କିଡ୍ନି ଜନିତ ରୋଗ ଥିଲା । ଆସ୍ତେ ଆସ୍ତେ ଆମେ ତାଙ୍କର ଚିକିତ୍ସା କରାଉ ଥିଲୁ। ୧୦ ଘଣ୍ଟା ପର୍ଯ୍ୟନ୍ତ ତାଙ୍କର ଭେଣ୍ଟିଲେଟର ଖୋଲା ହେଉଥିଲା । ଟା ପରେ ଆସ୍ତେ ଆସ୍ତେ ବ୍ଲଡ଼ ପ୍ରେସର ଡାଉନ ଫଲ ହେଲା । ଏମିତି ୫ ଦିନ ହେବ ହେଇ ଚାଲିଥିଲା ଓ ଆଜି ଆମେ ୧୨ଟାରେ ଦେଖିକି ଗଲୁ ଏବଂ  ଡାକ୍ତରଙ୍କ ସହ ବି କଥା ହେଇଥିଲୁ’ ।

ତା ହେଲେ ବନ୍ଧୁଗଣ ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଏମିତି ଏକ ବଡ ଖୁଲାସା ହୋଇଛି । ଗତ ପାଞ୍ଚ ଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ଥିଲା ଓ ଡାକ୍ତର ମଧ୍ୟ କହିଦେଇଥିଲେ ଯେ, ମିହିର ଆଉ ୨୪ ଘଣ୍ଟା ମଧ୍ୟରେ ଚାଲିଯିବେ । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *