ଏହି ହ୍ୟାଣ୍ଡସମ ହଙ୍କ ଙ୍କ ପ୍ରେମରେ ଡୁବିଛନ୍ତି ‘ଗୀତା ମା’, 48 ବର୍ଷ ବୟସରେ ବି ଅଛନ୍ତି କୁଆଁରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କରିଓଗ୍ରାଫର ଗୀତା କପୁରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗୀତା କପୁର ଇଣ୍ଡଷ୍ଟ୍ରିରେ ‘ଗୀତା ମା’ଙ୍କ ନାମରେ ପରିଚିତ ଅଛନ୍ତି । ଗୀତା ନିଜ ବଲିଉଡ କାରିୟରରେ ଦିଲ ତୋ ପାଗଳ ହେ, ମହବତେ, କଲ ହୋ ନା ହୋ, ମେ ହୁଁ ନା ଓ  ଓମ ଶାନ୍ତି ଓମ ପରି ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଗୀତା ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ତେବେ ଗୀତାଙ୍କୁ ବର୍ତ୍ତମାନ ୪୮ ବର୍ଷ ବୟସ ହୋଇସାରିଛି ହେଲେ ସେ ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି । ଗତ କିଛି ଦିନ ହେବ ଗୀତା ଓ ତାଙ୍କ ବୟଫ୍ରେଣ୍ଡଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ କିଏ ହେଉଛନ୍ତି ତାଙ୍କ ବୟଫ୍ରେଣ୍ଡ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଗୀତା ନିଜ ରିଲେସନସିପକୁ ନେଇ ସବୁବେଳେ ଚୁପ ରୁହନ୍ତି । ହେଲେ ଗତ କିଛି ଦିନ ହେବ ଖବର ଆସୁଛି ଯେ, ଗୀତା କପୁର ରାଜୀବ ଖିଞ୍ଚିଙ୍କୁ ଡେଟ କରୁଛନ୍ତି । ଗୀତା ନିଜ ରିଲେସନକୁ ନେଇ କୌଣସି ବୟାନ ଦେଇ ନାହାନ୍ତି । ଯେତେବେଳେ ଗୀତାଙ୍କୁ ରିଲେସନ ବିଷୟରେ ପଚରା ହୁଏ ସେତେବେଳେ ସେ ଏହି କଥାକୁ କାଟି ଦିଅନ୍ତି ।

ହେଲେ ରାଜୀବଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଗୀତାଙ୍କ ଫଟୋ ଲଗାତାର ଅପଲୋଡ ହେଉଛି । ଏହି ଫଟୋ ଗୁଡିକୁ ଦେଖି ଲାଗୁଛି ରାଜୀବ ଓ ଗୀତା ଗତ ବହୁତ ଦିନ ହେବ ପରସ୍ପର ସହ ରିଲେସନସିପରେ ରହୁଛନ୍ତି । ଭାଇରାଲ ହେଉଥିବା ଏହି ସବୁ ଫଟୋ ଦେଖି ଜଣା ପଡୁଛି ଏହି ଦୁଇଜଣ ଧୀରେ ଧୀରେ ପରସ୍ପର ସହ କ୍ଳୋସ ହୋଇ ଆସୁଛନ୍ତି । ଗୀତାଙ୍କ ବୟଫ୍ରେଣ୍ଡ ରାଜୀବ ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଟନ୍ତି ।

ରାଜୀବ ଅନେକ ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି । ଏମିତି ପ୍ରଥମ ଥର ହୋଇଛି ଯେ ଗୀତାଙ୍କ ନାମ କୌଣସି ବ୍ୟକ୍ତିଙ୍କ ସହ ଯୋଡା ଯାଇଛି ତେଣୁ ଗୀତାଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚା ହେଉଛି । ଗୀତା ସବୁବେଳେ ଇଣ୍ଟର୍ବ୍ୟୁରେ କୁହନ୍ତି, ସେ ସିଙ୍ଗଲ ଖୁସି ଅଛନ୍ତି ଓ ସେ କାହା ସହ ରିଲେସନସିପରେ ଆସିବାକୁ ଚାହୁଁ ନାହାନ୍ତି ।

ଗୀତା ଓ ରାଜୀବ ଗତ କିଛି ଦିନ ହେବ ଅନେକ ସ୍ଥାନ ତଥା ପାର୍ଟି ଓ ରେଷ୍ଟୁରେଣ୍ଟରେ ଏକା ସହ ନଜର ଆସୁଛନ୍ତି । ଏମିତି ମଧ୍ୟ କୁହାଯାଉଛି ଏହି ଦୁଇଜଣ ଆଗାମୀ ସମୟରେ ବିବାହ ମଧ୍ୟ କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୀତା ଓ ରାଜୀବଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *