MCA ଛାତ୍ରୀ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, Boyfreind କରୁଥିଲା ଏମିତି କାଣ୍ଡ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ୱରର MCA ଛାତ୍ରୀ ଆଶ୍ରିତା ସେନାପତିଙ୍କ ଜୀବନ ହାରିବା ଘଟଣା, ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାସ ଗିରଫ ହୋଇଛନ୍ତି, ଗତକାଲି ଅଟକ ପରେ ଆଜି ସହିଦନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି, ଆଉ ଆଜି କୋର୍ଟ ଚାଲାଣ କରିବ ପୋଲିସ । ତେବେ ଆଶ୍ରିତା ସେନାପତି ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର MCA ର ଛାତ୍ରୀ । ସେ ନିଜ ଜୀବନରେ ଇଛା ରଖିଥିଲେ ଚାକିରୀଟିଏ କରିବା ପାଇଁ କିନ୍ତୁ ସେ ନିଜ ଇଚ୍ଛା ପୂରଣ କରି ପାରିଲେ ନାହିଁ, ଏହା ସେ ତାଙ୍କ ଶେଷ ଚିଠିରେ ଲେଖିଛନ୍ତି ।

ଆଉ ସବୁଠାରୁ ବଡ କଥା ହେଉଛି ସେ ଭଲପାଉଥିବା ପୁଅ ସତ୍ୟପ୍ରକାଶ ଦାସଙ୍କ ଘର ତାଙ୍କର ଗ୍ରାମରେ ଆଉ ସେ ତାଙ୍କୁ ୨୦୧୪ ମସିହାରୁ ପ୍ରେମ କରୁଥିଲେ । ଉଭୟଙ୍କ ମଧ୍ୟରେ ୨୦୧୪ ମସିହାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ସତ୍ୟପ୍ରକାଶ ଭୁବନେଶ୍ଵରର ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ଆଉ ସେପଟେ ଆଶ୍ରିତା ମଧ୍ୟ ଭୁବନେଶ୍ବରର ଏକ ଇଞ୍ଜିନିୟରିଂ କଲେଜର MCAରେ ପାଠ ପଢୁଥିଲେ ।

ସମୟ ମିଳିଲେ ଆଶ୍ରିତା ଏବଂ ସତ୍ୟପ୍ରକାଶଙ୍କର ଦେଖା ସାକ୍ଷାତ ହୁଏ, କଥାବାର୍ତ୍ତା, ଥଟାମଜା ମଧ୍ୟ ଚାଲେ ଉଭୟଙ୍କ ମଧ୍ୟରେ । କିନ୍ତୁ ୨୦୧୯ ମସିହା ଠାରୁ ଆଶ୍ରିତା ଜଣେ ପୁଅଙ୍କ ସହିତ କଥା ହେଉଥିଲେ । ଏହାକୁ ସନ୍ଦେହ କରୁଥିଲେ ସତ୍ୟପ୍ରକାଶ, ଏବଂ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ସତ୍ୟପ୍ରକାଶ । ଏବଂ ଏହି ସବୁ ଭିତରେ ମଧ୍ୟ ସବୁ ଠିକ ଥିଲା ।

ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଏମିତିକି ବେଳେ ବେଳେ ସେହି ତୃତୀୟ ପିଲାଟି ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୁଏ । ଏବଂ ତାହା ଠିକ ମଧ୍ୟ ହୋଇଯାଏ । କିନ୍ତୁ ହଠାତ ୯ ବର୍ଷର ପ୍ରେମ ସମ୍ପର୍କରେ ଉଠିଥିଲା ଝଡ, ହଠାତ ସବୁ ମୂହୁର୍ତ୍ତରେ ଆଶ୍ରିତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ସତ୍ୟପ୍ରକାଶ । ଯାହାକୁ ସହିପାରିନଥିଲେ ଆଶ୍ରିତା ସେନାପତି ।

ତେବେ ଶେଷରେ ଏକ ଚିଠି ଲେଖି ନିଜ ଜୀବନକୁ ହାରିଦେଇଛନ୍ତି । ବର୍ତ୍ତମାନ ତାଙ୍କ ପିରୁଷ ବନ୍ଧୁ ସତ୍ୟପ୍ରକାଶ ଦାସଙ୍କୁ ଗିରଫ କରିଛି ପୋଲିସ । ଏବଂ ତାଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ଭଲପାଇବାରେ ପ୍ରେମିକଙ୍କ ଏହିଭଳି ସନ୍ଦେହ କାରଣରୁ ପ୍ରେମିକାଙ୍କ ଜୀବନ ଗଲା । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *