‘ଏମବିଏ ପାଠ ପଢିବି ବୋଲି ଘରେ ମିଛ କହିଥିଲି, ମୋର କେବେ ଚାକିରୀ କରିବାକୁ ଇଛା ନଥିଲା, ସେଦିନ ଆମେ ଗୋଟିଏ ରାତିରେ 1.5 ଲକ୍ଷ ଟଙ୍କା….’

ବନ୍ଧୁଗଣ, ଜଣେ ଯୁବକ ଯିଏ କି ଦିଲ୍ଲୀରେ ବ୍ୟବସାୟ କରିଲେ, ଏହାପରେ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ବର୍ତ୍ତମାନ ବ୍ୟବସାୟ କରୁଛନ୍ତି । ମାତ୍ର କେବଳ ବ୍ୟବସାୟ ନୁହେଁ ସେ ସାରା ଭୁବନେଶ୍ଵରରେ ଏଭଳି ଏକ ପ୍ରଥମ ବ୍ୟବସାୟ କରିଛନ୍ତି ଯେ ସମସ୍ତଙ୍କ ଆଖି ବର୍ତ୍ତମାନ ତାଙ୍କ ଉପରେ । ଯୁବକ ଜଣକ କହିଛନ୍ତି ଯେ ପ୍ରଥମେ ଯେତେବେଳେ ଗ୍ରାଜୁଏସନ ସରିଲା ତାଙ୍କର ଏକ ସ୍ଵପ୍ନ ଥିଲା ଯେ ସେ କିଛି ଉତ୍ତମ କରିବେ ଘରର ଆର୍ଥିକ ପରିସ୍ଥିତି ଠିକ ନଥିଲା ।

ସବୁକିଛି ଚିନ୍ତା ମୁଣ୍ଡରେ ଥିଲା, ଏହାପରେ ଯୁବକ ଜାଣିନଥିଲେ ଯେ What next ? ସେ ଜାଣି ନଥିଲେ ଯେ ତାଙ୍କୁ କଣ କରିବାକୁ ହେବ ? କିନ୍ତୁ ତାଙ୍କୁ ଚାକିରୀ କରିବାକୁ ଇଚ୍ଛା ନଥିଲା ନା ହିଁ ସେ ଚାହୁଁଥିଲେ ଚାକିରୀ କରିବାକୁ । ଘରେ ମିଛ କହିଲେ ଯେ ତାଙ୍କୁ ଏମବିଏ ପଢିବାର ଅଛି ବୋଲି । କିନ୍ତୁ ଏ ସବୁ ଅଭିନୟ ଥିଲା, ଆଜି ତାଙ୍କ ବାପା ମା’ ବହୁତ ଗାଳି ଦେଉଛନ୍ତି ତାଙ୍କୁ ।

ତାଙ୍କ ଜଣେ ବନ୍ଧୁ ସେତେବେଳେ ଡିଜିଟାଲ ମାର୍କେଟିଙ୍ଗ ପଢିବାକୁ ଦିଲ୍ଲୀ ଯାଊଥିଲେ । ଏହି ସୁଯୋଗ ବେଷ୍ଟ ବୋଲି ସେ ଘରେ କହି ଦିଲ୍ଲୀ ଗଲେ । ଏହାପରେ ଦିଲ୍ଲୀରେ 4 ମାସ ଯାଇ ରହିଲେ । ଏହାପରେ ୪ ମାସ ରହିବା ପରେ କଣ କରିବେ ବୋଲି ଚିନ୍ତା କରିଲେ । ସେ ଏବଂ ତାଙ୍କର ୪ ଜଣ ସାଙ୍ଗ ମିଶି ଏକ କମ୍ପାନୀ ଖୋଲିଥିଲେ ଦିଲ୍ଲୀ ରେ ।

ସେଥିରେ ଦିଲ୍ଲୀ ୟୁନିଭର୍ସିଟିର କିଛି ପିଲା ଆସିଥିଲେ ଏକ ଛୋଟ ପ୍ରଡ଼କ୍ଟ ନେଇ ଯାହା ଗୋଟିଏ କମ୍ବିନେସନ ଅଫ ଭି-ଡି-ଓ ଇଫେକ୍ଟ ଥିଲା । ସେମାନେ କହିଲେ ଏହାକୁ ବିକ୍ରି କରିବାର ଅଛି ତଥା ପ୍ରୋମୋଟ କରିବାର ଅଛି ମାର୍କେଟିଙ୍ଗ ଏଜେନ୍ସି ଥ୍ରୁ ରୁ । ଏହାପରେ ସେମାନେ କହିଲେ ଯେ ରିସର୍ଜ କରୁ ପ୍ରଥମେ ଏହାର ବ୍ୟାଗରାଉଣ୍ଡ ଦେଖି କଣ ବଜେଟ ରହିବ କ’ଣ ରହିବ ସେହି ଅନୁସାରେ ଜଣାଇବୁ ।

ରିସର୍ଜ କରିବା ପରେ ଜାଣିବାକୁ ପାଇଲେ ଯେ ଇଣ୍ଡିଆରେ ତାହାକୁ କେହି ରୁପିସରେ ବିକ୍ରି କରୁନଥିଲେ ସମସ୍ତେ ଡଲର୍ସରେ ବିକ୍ରି କରୁଥିଲେ । ଏହା ଜାଣିବା ପରେ ସେହି ଜିନିଷ କୁ ୯୦ ହଜାର ଟଙ୍କା ଦେଇ ନିଜ ପାଇଁ କିଣିଦେଲେ । ଏହାପରେ ଅଗଷ୍ଟ ୬, ୨୦୨୦ ରେ ସେହି ଜିନିଷ ପାଇଁ ଷ୍ଟାର୍ଟ କରିଲେ ମାର୍କେଟିଙ୍ଗ । ସେଦିନ ଗୋଟେ ଦିନରେ ସେମାନେ ବିକ୍ରିକରିଥିଲେ ୧୦୦ ରୁ ଅଧିକ ଏବଂ ସେ କହିଛନ୍ତି ଯେ ତାଙ୍କ ଜୀବନରେ ସେ କେବେ ଏତେ ପଇସା ଦେଖିନଥିଲେ । ପ୍ରଥମ ରାତିରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଖିଲେ ୧.୫ ଲକ୍ଷରୁ ଅଧିକ ମୂଲ୍ୟ ଆସିଛି ।

ଏହା ତାଙ୍କ ପାଇଁ ବହୁତ ଭଲ କାମ ଦେଲା ସେତେବେଳେ ମାସକୁ ୭ ରୁ ୮ ଲକ୍ଷ ରେଭିନିଉ ଆସୁଥିଲା । ମାତ୍ର ଯେଉଁ ଜିନିଷ ଆପଣଙ୍କର ନୁହେଁ ତାକୁ ଆପଣ ଡେଭଲୋପ କରିପାରିବେ ନାହିଁ । ଏହାଥିଲା ତାଙ୍କ ପାଇଁ କିଛି ମୂହୁର୍ତ୍ତର ବାହାନା । ମାତ୍ର ୪ ଜଣଙ୍କ ଖର୍ଚ୍ଚ ସେତେବେଳେ ୧ ଲକ୍ଷ ୨୦ ହଜାର ଥିଲା ।

ଏହା ତଳକୁ ଯେତେବେଳେ ଆୟ ଆସିବାକୁ ଲାଗିଲା ସେତେବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ଦିଲ୍ଲୀ ରେ ମାର୍କେଟିଙ୍ଗ ଏଜେନ୍ସି ବନ୍ଦ ହୋଇଗଲା ପରେ ଭୁବନେଶ୍ଵରକୁ ଫେରି ଆସି ମୋମୋ ବିକ୍ରି କରି ବର୍ତ୍ତମାନ ବହୁତ ଆଗକୁ ପହଞ୍ଚି ପାରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *