ଡରାଉଛି ବାତ୍ୟା ! ମେ’ 10 ବେଳକୁ ଆସୁଛି ଭୟଙ୍କର ବାତ୍ୟା, ଓଡିଶା ଉପରେ କିପରି ରହିବ ଏହାର ପ୍ରଭାବ ? ଦେଖନ୍ତୁ… 

ବନ୍ଧୁଗଣ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଦାନା ବାନ୍ଧୁଛି ବାତ୍ୟା ଯଦି ପ୍ରାକ ଆକଳନ ଠିକ ହୁଏ ତା ହେଲେ ମେ’ ୧୦ ତାରିଖ ବେଳକୁ ଆସିପାରେ ବାତ୍ୟା । ଏହି ଖରା ଦିନିଆ ସମ୍ଭାବ୍ୟ ବାତ୍ୟା ଚିନ୍ତା ବଢାଇ ବାରେ ଲାଗିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ ।

ଅଧିକାଂଶ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେଇପାରେ । ଏହା ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର- ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ କିମ୍ବା ଦକ୍ଷିଣ-ଓଡିଶା ଉପକୂଳରେ ମାଡ ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ-ଆଣ୍ଡାମାନ ସାଗରରେ ଘୂର୍ଣ୍ଣୀ ବଳୟ ସୃଷ୍ଟି ସମ୍ଭାବନା ଅଛି ।

୫ରେ ଏହା ଲଘୁଚାପରେ ପରିଣତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘର୍ଣ୍ଣୀଭୁତ ହୋଇପାରେ । ବିଦେଶୀ ପାଣିପାଗ ସଂସ୍ଥା ECMWFର ପୂର୍ବାନୁମାନ ସମ୍ଭାବ୍ୟ ବାତ୍ୟା ଓଡିଶାରେ ମାଡ ହେବାର ସମ୍ଭାବନା ଅଧିକ ଅଧିକ ଅଛି । ଆମେରିକା ପାଣିପାଗ ସଂସ୍ଥା GFS ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି । ବନ୍ଧୁଗଣ ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦିପ ପଟ୍ଟନାୟକ ଏହି ବାତ୍ୟା ବିଷୟରେ ନିଜ ମତ ରଖିଛନ୍ତି  ।

ସେ  କହିଛନ୍ତି, ବର୍ତ୍ତମାନ ଆମେ ଗୋଟେ ଘୂର୍ଣ୍ଣୀ ବଳୟ କ୍ଷେତ୍ର ଆଶା କରୁଛୁ ଯାହା ଆସନ୍ତା ୪ ତାରିଖରେ । ଏହା ପରେ ଘୂର୍ଣ୍ଣୀ ବଳୟଟି ଘର୍ଣ୍ଣୀଭୁତ ହେବ । ଆସନ୍ତା ୬ ରୁ ୮ ତାରିଖ ମଧ୍ୟରେ ଏହା ଲଘୁଚାପ କ୍ଷେତ୍ର ନଚେତ ଅବପାତର ରୂପ ନେଇପାରେ । କିନ୍ତୁ ତାହା ପରେ ଘର୍ଣ୍ଣୀଭୁତ ହେବ ଆଉ କୁଆଡେ ଯିବ ତାହା ବିଷୟରେ କୌଣସି ସଠିକ ତଥ୍ୟ ନାହିଁ ।

ହେଲେ ମେ ମାସର ଇତିହାସ ଦେଖିଲେ ଆମ ଭାରତର ଇଷ୍ଟ କୋଷ୍ଟରେ ଯେଉଁ ସବୁ ରାଜ୍ୟ ଗୁଡିକ ଅଛନ୍ତି ତଥା ଆନ୍ଧ୍ର ପ୍ରଦେଶ, ଓଡିଶା, ୱେଷ୍ଟ ବେଙ୍ଗଲ ଓ ବାଂଲାଦେଶ ଆଦି ଜୋନରେ ରହୁଛନ୍ତି । ୧୨-୧୨ ରୁ ନେଇ ୧୪-୧୫ ତାରିଖରେ ପ୍ରଭାବ ପଡିପାରେ ହେଲେ କେଉଁଠି ହେବ ଆଉ କେତେ ପ୍ରଭାବ ରହିବ ତା ପାଇଁ ଅପେକ୍ଷା କରିବାକୁ ପଡିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *