ମାଟ୍ରିକ ପରୀକ୍ଷାରେ ଜିତିଥିବା ପୁଅ ଜୀବନ ପରୀକ୍ଷାରେ ହାରିଗଲା, ରେଜଲ୍ଟ ବାହାରିବା ପରଦିନ ଆରପାରିକୁ ଚାଲିଗଲା !

ନମସ୍କାର ବନ୍ଧୁଗଣ ।  ଚଳିତ ବର୍ଷ ଦଶମ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବା ସୂଚନା ମିଳିଛି ।  ଭଦ୍ରକ ଗ୍ରାମାଞ୍ଚଳ ସିଙ୍ଗାପୁର ପିଲା ଚନ୍ଦନ ମହାପାତ୍ର ଦଶମ ପରୀକ୍ଷାରେ ସର୍ବତ୍ତମ ନମ୍ବର ରଖିଥିଲା । ଏହି ଶୁଭସମାଚାର କୁ ଘର ଲୋକମାନଙ୍କ ଆଗରେ ଯେବେ କହିଥିଲା ତେବେ ବାପାମା ବହୁତ ଖୁସି ହୋଇଯାଇଥିଲେ ଏବଂ ପୁଅକୁ ଲଡୁ ମିଠା ଖୁଆଇ ମା ତାଙ୍କୁ କୋଳରେ ଛୋଟ ପିଲା ପରି ସ୍ନେହ କରୁଥିଲା ।

ମାତ୍ର ଆଜି ମା ‘ ର କୋଳ ହେଇଗଲା ଖାଲି ପୁଅ ନାହିଁ ଗେଲ କରିବାକୁ । ଭୋ ଭୋ କରି କାନ୍ଦୁଛି ମା ଟିଏ । ପୁଅ ପରୀକ୍ଷାରେ ଭଲ ନମ୍ବର ରଖିଥିବା ଖୁସି ରହିଲା ନାହିଁ କିଛି ଦିନ କାହାର ନଜର ଲାଗିଥିଲା କେଜାଣି ଘର ଏବେ ପାଲଟି ଗଲା ଶ୍ମଶାନ । ଯୁବା ପୁଅ କୁ ହରାଇ ମା ‘ ବିଳକ ହୋଇ କାନ୍ଦୁଛି । ଦଶମ ରେ ଭଲ ନମ୍ବର ରଖିଲେ ପୁଅ ଯାଇଥାନ୍ତା ଦେଶ ସେବା କରିବା ପାଇଁ ଓ ନାଭିରେ ଦାଖଲ କରିଥାନ୍ତା ।

କିନ୍ତୁ ଆଜି ସବୁ ରହିଗଲା ଅଧା ପୁଅ ର ସ୍ଵପ୍ନ ଆଉ କେବେ ପୁରା  ହେବନି । ପରୀକ୍ଷାରେ ଜିତିଥିବା ପୁଅ ଜୀବନ ପରୀକ୍ଷାରେ ହେଇଯାଇଛି ପରାଜିତ । ଚଳିତ ବର୍ଷ ଦଶମ ପରୀକ୍ଷାରେ ଉତ୍ତମ ନମ୍ବର ରଖିଥିବା ଚନ୍ଦନ ମହାପାତ୍ର ନାଭିରେ ଯିବା ପାଇଁ ଛୋଟ ବେଳୁ ସ୍ଵପ୍ନ ଦେଖୁଥିଲେ । ସ୍ଵପ୍ନକୁ ଆଖି ଆଗରେ ରଖି ଦିନ ରାତି ପରିଶ୍ରମ କରି ଦଶମ ପରୀକ୍ଷାରେ ଟପ୍ପର ହେଇଥିଲେ ଚନ୍ଦନ୍ । ନାଭିରେ ଯିବାକୁ ହେଲେ ପହରା ଜାଣିଥିବା ନିହାତି ଜରୁରୀ ହୋଇଥାଏ ।

ଚନ୍ଦନ ଜାଣିନ ଥିଲେ ପହରା ତେଣୁ ସ୍ଵପ୍ନ ମଧ୍ୟରେ ଆସିଥିବା ପ୍ରତିବନ୍ଧକ କୁ ଦୂର କରିବା ପାଇଁ ଭାଇଙ୍କ ସହ ଯାଇଥିଲେ ନଦୀକୁ ପହରା ଶିଖିବା ପାଇଁ  ।  ଆଖି ପିଛୁଳା କେ ଘଟିଗଲା ଦୁର୍ଘଟଣା ସୂଚନା ପାଇଁ  ଦମକଳ ପହଞ୍ଚି ସ୍ଥାନୀୟ ଡାକ୍ତର ଖାନା କୁ ପହଞ୍ଚାଇଲେ । ଚିକିତ୍ସା କରି ଡାକ୍ତର ପୁଅ ନାହିଁ ବାର୍ତ୍ତା କହିବା  ପରେ ପୁରା ଘର ଅବି କାନ୍ଦି କାନ୍ଦି ଘରକୁ କମ୍ପାଉଛି  ।

ପୁଅ ପାଇଁ ବାପାମାଙ୍କ କାନ୍ଦୁଥିବା ଦୃଶ୍ୟ ଆପଣମାନଙ୍କ ଆଖିରେ ଲୁହକୁ ଆସିବାରୁ ଅଟକାଇ ପାରିବ ନାହିଁ ।  ଏହି ଖବର ସମ୍ବନ୍ଧରେ ଅଧିଜ ଜାଣିବାକୁ ଚାହାନ୍ତି ।  ତେବେ ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ, କମେଣ୍ଟ କରି ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।  

Leave a Reply

Your email address will not be published. Required fields are marked *