ଅନସ୍କ୍ରିନ ଭାଇ କୁ ହିଁ 5 ବର୍ଷ ପର୍ଯ୍ୟନ୍ତ ପ୍ରେମ କରୁଥିଲେ ଏହି Actress, ମାତ୍ର 16 ବର୍ଷ ବୟସରେ ହିଁ ବନି ଯାଇଥିଲେ ବୋହୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ କାଞ୍ଚି ସିଂ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଟିଭି ର ଅନେକ ସୋ ରେ ଅଭିନୟ କରିଛନ୍ତି । ମୁଖ୍ୟ ଅଭିନେତ୍ରୀ ରୂପରେ ଅଭିନୟ କରିବା ପୂର୍ବରୁ ଏହି ଅଭିନେତ୍ରୀ ବାଲ୍ୟ କଳାକାର ରୂପରେ ଟିଭି ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ତାଙ୍କର ଜବରଦସ୍ତ ଅଭିନୟ ପ୍ରଦର୍ଶନ ଯୋଗୁଁ ତାଙ୍କ ପାଖରେ ଅନେକ ଟିଭି ସୋ ର ଲାଇନ ଲାଗି ଯାଇଥିଲା ।

ଏହି ଅଭିନେତ୍ରୀ ଟିଭି ଇଣ୍ଡଷ୍ଟ୍ରୀ ର ସବୁଠାରୁ ସୁନ୍ଦର ଏବଂ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ନିଜର ଅଭିନୟ ଏବଂ ସୁନ୍ଦରତା ପାଇଁ ଏହି ଅଭିନେତ୍ରୀ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ମାତ୍ର ୧୬ ବର୍ଷ ବୟସରେ ହିଁ ଏହି ଅଭିନେତ୍ରୀ ପରଦା ରେ ବୋହୁ ଭୂମିକା ରେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀ ନିଜର ବ୍ୟକ୍ତିଗତ ଜୀବନ ରେ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ରେ ଆସନ୍ତି । ଏହି ଅଭିନେତ୍ରୀ ନିଜର ଅନସ୍କ୍ରିନ ଭାଇ ଙ୍କୁ ହିଁ ଭଲ ପାଇଥିଲେ । ତେବେ ସେହି ଅଭିନେତା ଜଣକ କିଏ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ କାଞ୍ଚି ସିଂ ଙ୍କ ଜନ୍ମ ୨୬ ମାର୍ଚ୍ଚ ୧୯୯୬ ମସିହାରେ ମୁମ୍ବାଇ ରେ ହୋଇଥିଲା । ଏହି ଅଭିନେତ୍ରୀ ଙ୍କୁ ମାତ୍ର ୫ ବର୍ଷ ବୟସରେ ୨୦୦୧ ମସିହାରେ ସିରିଆଲ ‘କୁଟୁମ୍ବ’ ରେ ଦେଖିବାକୁ ମିଳିଥିଲା । ଏହାପରେ ସେ ‘ସସୁରାଲ ସିମର କା’ ସିରିଆଲ ରେ ସପୋଟିଂ ରୋଲ ରେ ଅଭିନୟ କରିଥିଲେ ।

ଏହାପରେ ୨୦୧୪ ମସିହାରେ ସିରିଆଲ ‘ଔର ପ୍ୟାର ହୋ ଗୟା’ ରେ ଅଭିନେତ୍ରୀ କାଞ୍ଚି ସିଂ ଙ୍କୁ ଦେଖିବାକୁ ମିଳିଥିଲା । ସେହି ସମୟରେ ସେ ମାତ୍ର ୧୬ ବର୍ଷ ବୟସର ଥିଲେ ଏବଂ ଛୋଟ ପରଦା ରେ ବୋହୁ ଭୂମିକା ରେ ଅଭିନୟ କରିଥିଲେ । ଏହି ସିରିଆଲ ରେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ଏହି ସିରିଆଲ ମାଧ୍ୟମରୁ ହିଁ ଏହି ଅଭିନେତ୍ରୀ ବିଶେଷ ଲୋକପ୍ରିୟତା ହାସଲ କରି ପାରିଥିଲେ । ଏହାପରେ ସେ ଲଗାତାର ଅଭିନୟ କ୍ଷେତ୍ରରେ ଆଗକୁ ବଢ଼ି ଚାଲିଲେ ।

ଏହାପରେ ଅଭିନେତ୍ରୀ କାଞ୍ଚି ସିଂ ଙ୍କୁ ଟିଭି ର ଲୋକପ୍ରିୟ ଧାରବହିକ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ଗାୟତ୍ରୀ ନାମକ ଚରିତ୍ର ରେ ଦେଖିବାକୁ ମିଳିଥିଲା । ଏହି ସିରିଆଲ ରେ ଅଭିନେତା ରୋହନ ମେହରା ନକ୍ସ ନାମକ ଚରିତ୍ର ରେ ଅଭିନୟ କରିଥିଲେ । ଯାହା ଗାୟତ୍ରୀ ଙ୍କ ଭାଇ ଙ୍କ ଭୂମିକା ରହିଥିଲା । ଏହି ଦୁହେଁ ଏହି ସିରିଆଲ ମାଧ୍ୟମରେ ପରସ୍ପର କୁ ଭଲ ପାଇ ବସିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଭୟ ଏହି ସିରିଆଲ ରୁ ବିଦାୟ ନେଇଥିଲେ ।

ଏହି ଯୋଡ଼ି ଙ୍କ ସମ୍ପର୍କ ୫ ବର୍ଷ ଧରି ରହିଥିଲା । କିନ୍ତୁ ପରେ କୌଣସି କାରଣ ରୁ ଏହି ଯୋଡ଼ି ଙ୍କ ବ୍ରେକଅପ ହୋଇ ଯାଇଥିଲା । ଖବର ଅନୁସାରେ ଏହି ଦୁହିଁଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଯାହାକୁ ଦୁହେଁ ଠିକ କରିପାରୁ ନଥିଲେ । ଯେଉଁ କାରଣରୁ ଉଭୟ ଙ୍କ ବ୍ରେକଅପ ହୋଇଗଲା । ବର୍ତ୍ତମାନ ଅଭିନେତ୍ରୀ କାଞ୍ଚି ସିଂ ନିଜର ପ୍ରଫେସନ ଏବଂ ପର୍ସନାଲ ଲାଇଫ ରେ ଖୁସି ରେ ଅଛନ୍ତି ଏବଂ ଅଭିନେତା ରୋହନ ମେହେରା ମଧ୍ୟ ନିଜ ଲାଇଫ ରେ ବ୍ୟସ୍ତ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *