‘ଶ୍ରେଣୀରୁ ଯାତ୍ରାବାଲାକୁ ଭଲ ପାଇଲା ଅର୍ଚ୍ଚନା, ହିରୋ ସହ ଲୁଚି ପଳେଇ ଆସିଲା ହିରୋଇନ ହେବା ପାଇଁ, ହେଲେ ସେଠାରେ ସେ…’

ବନ୍ଧୁଗଣ, ସାଧାରଣତଃ ଦିନ ପରେ ଦିନ ଗାଡି ଚାଲିଛି ଏବଂ ସୁନ୍ଦରୀ ବ୍ଲାକମେଲିଙ୍ଗ ଅର୍ଚ୍ଚନା ନାଗ ଙ୍କ ଖିଅ ବର୍ତ୍ତମାନ ସାମ୍ନା କୁ ଆସୁଛି । ତେବେ ବର୍ତ୍ତମାନ ଆଉ ଏକ ଖବର ଆସିଛି ଯେ ଯାତ୍ରାରେ ହିରୋଇନ ହେବା ପାଇଁ ଘର ଛାଡିଥିଲା ସୁନ୍ଦରୀ ଅର୍ଚ୍ଚନା । ୨୦୦୮ ମସିହା ରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ସୁନ୍ଦରୀ ଅର୍ଚ୍ଚନା । ଲାଞ୍ଜିଗଡ ସ୍କୁଲ ଛାଡିଥିଲା କାରଣ ସେହି ସମୟରେ ସେ ଦୁଷ୍କର୍ମ ଅଭିଯୋଗ ଆଣିଥିଲା ।

୨୦୦୮ ମସିହାରେ କେଶିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେ ନାମ ଲେଖାଇଥିଲା । ଏହା ପରେ ୨୦୦୯ ମସିହାରେ କେଶିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶ୍ରେଣୀରେ ନାମ ଲେଖାଇଥିଲା ସୁନ୍ଦରୀ ଅର୍ଚ୍ଚନା । ୨୦୧୨ ମସିହାରେ ମାଟ୍ରିକ ପରୀକ୍ଷା ରେ କେଶିଙ୍ଗା ସହରରେ ଏକ ଯାତ୍ରାପାଟି ପଡିଥିଲା ।

ଆଉ ସେହି ଯାତ୍ରା ଅପେରା ପାଟି ର ଜଣେ ସହ କଳାକାର ଙ୍କ ସହିତ ସୁନ୍ଦରୀ ଅର୍ଚ୍ଚନା ଘର ଛାଡି ପଳାଇ ଥିଲେ । ଆଉ ଏହି ନେଇ କେଶିଙ୍ଗା ଥାନା ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଆଉ ଏହାପରେ କେଶିଙ୍ଗା ପୋଲିସ ଅର୍ଚ୍ଚନା ଙ୍କୁ ଖୋଜି ଖୋଜି ଭୁବନେଶ୍ଵର ପହଞ୍ଚିଥିଲା । ଯେଉଁ ଯାତ୍ରା ପାଟି ର କଳାକାର ସହିତ ଅର୍ଚ୍ଚନା ଫେରାର ହୋଇଯାଇଥିଲା ସେହି ଯାତ୍ରା ପାଟି ଭୁବନେଶ୍ବରରେ ଯାତ୍ରା କରୁଥିଲା ।

ଆଉ ସେହିଠାରୁ ସୁନ୍ଦରୀ ଅର୍ଚ୍ଚନା ଙ୍କୁ ଠାବ କରିଥିଲା କେଶିଙ୍ଗା ପୋଲିସ । ଆଉ ଏହାପରେ ମାଟ୍ରିକ ପରୀକ୍ଷା ଦେଇଥିଲା ଅର୍ଚ୍ଚନା । ଆଉ ଏହାପରେ ପୁଣି ଅର୍ଚ୍ଚନା ଙ୍କ ପୁରୁଣା ପ୍ରେମ କୁହୁଳି ପଡିଥିଲା । ସେ ସେହି ଯୁବକ ସହିତ ମୁମ୍ବାଇ ଚାଲିଯାଇଥିଲେ । ଯାତ୍ରା ରେ ହିରୋଇନ ହେବା ସୁନ୍ଦରୀ ଅର୍ଚ୍ଚନା ଚାହିଁଥିଲେ ସିନେମାରେ ହିରୋଇନ ହେବା ନିମନ୍ତେ । ଆଉ ହିରୋଇନ ହେବା ନିଶା ତାଙ୍କୁ ମାଟ୍ରିକ ପଢିଲାବେଳୁ ହିଁ ଥିଲା ।

ଆଉ ଅର୍ଚ୍ଚନା ଙ୍କୁ ଦୁଷ୍କର୍ମ ଏବଂ ଅପହରଣ ଅଭିଯୋଗ ହେବା ପରେ ପରିବାର ଲୋକ ଅପମାନିତ ହୋଇ କେଶିଙ୍ଗା ରୁ ଚାଲି ଆସିଥିଲେ । ଆଉ ବର୍ତ୍ତମାନ ଯେତେବେଳେ ସୁନ୍ଦରୀ ଅର୍ଚ୍ଚନା ଗିରଫ ହୋଇ ଜେଲରେ ଅଛି, ଆଉ ତା ସ୍ଵାମୀ ଜଗବନ୍ଧୁ ଚାନ୍ଦ କାଲି ଗିରଫ ହୋଇଛି । ଠିକ ସେତିକି ବେଳେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଏହାକୁ ନେଇ ପୁଣି ଅର୍ଚ୍ଚନା ମାମଲାରେ ଆଉ ଏକ ଚର୍ଚ୍ଚା ହେଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *