ମାତ୍ର ଗୋଟିଏ ରାତିରେ ଫଟା ଗୋଇଠି ରୁ ପାଆନ୍ତୁ ମୁକ୍ତି, କେବଳ ଆପଣାନ୍ତୁ ଏହି ଚମତ୍କାରୀ ଘରୋଇ ଉପାୟ- Health Tips

ବନ୍ଧୁଗଣ ଆଜି ଆମେ ଯଦି ଆମ ପାଦ ଫାଟୁ ଥାଏ ତେବେ ତାକୁ କିପରି ଘରୋଇ ଉପଚାର ମାଧ୍ୟମରେ ଦୂର କରି ପାରିବା ସେ ବିଷୟରେ ଆଲୋଚନା କରିବା।ଆମେ ଆମ ମୁହଁ ର ତ୍ୱଚା ର ଯତ୍ନ ଠିକ ଭାବରେ ନେଇ ଯାଇଥାଉ କିନ୍ତୁ ଆମେ ଆମ ପାଦ ର ଧ୍ୟାନ ଠିକ ରେ ରଖି ପାରୁନାହିଁ। ଏବଂ ସେଥିପାଇଁ ଆମ ପାଦ ବହୁତ ଫାଟିବାରେ ଲାଗି ଯାଏ।

ସେଥିପାଇଁ ପ୍ରଥମେ ଆମକୁ ଗରମ ପାଣି ନେବାର ଅଛି ଏବଂ ସେଥିରେ ଏକ ଚାମଚ ସାମ୍ପୁ ପକାଇଦେବା ଏବଂ ତା ସହ ଲେମ୍ବୁ ମଧ୍ୟ ଚିପୁଡି ଦେବା ଏବଂ ଦଶ ରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ସେହି ପାଣିରେ ଗୋଡ଼ ପୁରାଇ ରଖିବା ଏବଂ ମଝିରେ ମଝିରେ କୌଣସି କପଡା କିମ୍ବା ବଜାରରେ ମିଳୁଥିବା ଲୋପା ଏବଂ କିଛି ନ ମିଳିଲେ ପୁରୁଣା ବ୍ରସ କୁ ମଧ୍ୟ ବ୍ୟବହାର କରି ପାଦ କୁ ଘସୁ ଥିବା।
ଏହି ପରି କରିବା ଦ୍ୱାରା ଆମ ପାଦରେ ଥିବା ସମସ୍ତ ମୃତ କୋଷ ବାହାରି ଯାଇଥାଏ। ଏବଂ ଖରାରେ କଳା ପଡି ଯାଇଥିଲେ ତାହା ମଧ୍ୟ ଦୂର କରିବାରେ ସାହାର୍ଯ୍ୟ କରେ।

ଏହା ଛଡା ଆମେ ଖାଲି ପାଦରେ ବୁଲିଲେ କିମ୍ବା କୌଣସି ଧୂଳି ଓ ମଇଳା ହେଲେ। ଏବଂ ଯଦି ଆମେ ବାହାରୁ ଆସି ଘରେ ପାଦ ନ ଧୋଇ ଥାଉ ତେବେ ଏହା ଯୋଗୁଁ ମଧ୍ୟ ଆମ ପାଦ ବହୁତ ଫାଟିବାରେ ଲାଗିଯାଏ।ସର୍ଵ ପ୍ରଥମେ ପାଦ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପୋଛି ଦିଅନ୍ତୁ। ଏବଂ ତାପରେ ଘରୋଇ ଉପଚାର ହେଉଛି। ପ୍ରଥମେ ଆମେ କୌଣସି ବି ଧଳା ପେଷ୍ଟ ନେଇଯିବା। ଏବଂ ସେହି ପେଷ୍ଟ ରେ ଭିଟାମିନ-ଇ ର କ୍ୟାପ୍ସୁଲ କୁ ମିଶେଇ ଦେବା ଏବଂ ତା ପରେ ଏହି ମିଶ୍ରଣ କୁ ଫାଟିଥିବା ପାଦ ଉପରେ ଲଗାଇବା।

ଏହା ଛଡା ଯଦି ଆପଣଙ୍କ ପାଦ ଫାଟୁ ଥାଏ ତେବେ ଆପଣ ବହୁତ ଅଧିକ ପାଣି ପିଅନ୍ତୁ। ଏବଂ ସବୁବେଳେ ନିଜ ଶରୀର କୁ ହାଇଡ୍ରେଡ଼ ରଖନ୍ତୁ। ଥଣ୍ଡା ଦିନେ ଆମେ କମ ପାଣି ପିଇଥାଉ ସେଥିପାଇଁ ଆମ ପାଦ ବେଶୀ ଫାଟିବାରେ ଲାଗିଥାଏ। ତେଣୁ ଆମକୁ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ।

ଏହି ଘରୋଇ ଉପଚାର କୁ କେବଳ ରାତି ସମୟରେ ହିଁ ବ୍ୟବହାର କରିବା ଉଚିତ। ଏହି ମିଶ୍ରଣ କୁ ଲଗାଇବା ପରେ କୌଣସି ପଲିଥିନ ରେ ତାକୁ ଘୋଡେ଼ଇ ରଖିବା। ଯଦି ଆପଣଙ୍କ ପାଦ ବହୁତ ଅଧିକ ଫାଟିଛି ତେବେ ଆପଣ ଏହି ମିଶ୍ରଣ ରେ ଲେମ୍ବୁ ରସ ମିଶାନ୍ତୁ ନାହିଁ କିନ୍ତୁ ଯଦି ଆପଣଙ୍କ ପାଦ ଅଳ୍ପ ଫାଟୁଛି ତେବେ ଆପଣ ଲେମ୍ବୁ ରସ ମିଶେଇ ପାରିବା। ଏହି ଲେମ୍ବୁ ଆମ ଫଟା ପାଦକୁ ଭଲ କରିବାରେ ଅଧିକ ସାହାର୍ଯ୍ୟ କରିଥାଏ। ଏବଂ ଏଥିରେ ଥିବା ଭିଟାମିନ- ସି ଆମ ଶରୀର ପାଇଁ ଲାଭଦାୟକ।

ଏହି ମିଶ୍ରଣ କୁ ଲଗେଇଲେ ଆମ ପାଦ ବହୁତ ନରମ ଓ କୋମଳ ମଧ୍ୟ ହୋଇଯାଏ। ଆମେ ଗରମ ପାଣି ରେ ଭଲ ଭାବରେ ଧୋଇ ଥିବା ପାଦ କୁ ଭଲରେ ପୋଛି ତା ଉପରେ ଏହି ପେଷ୍ଟ କିମ୍ବା ଏହି ମିଶ୍ରଣ କୁ ଭଲ ଭାବରେ ମାଲିସ କରି ଲଗାଇବା ଉଚିତ ଏବଂ ବହୁତ ଭଲ ଭାବରେ ମାଲିସ କରି ଲଗାଇବା ଦ୍ବାରା ଆମ ରକ୍ତ ସଞ୍ଚାଳନ ମଧ୍ୟ ଠିକ ରୁହେ। ଏହାକୁ ଲଗେଇବା ପରେ କୌଣସି ପଲିଥିନ ରେ ଘୋଡାଇ ରାତି ଯାକ ରଖିବା। ଏବଂ ସକାଳେ ଧୋଇ ଦିଅନ୍ତୁ। ଏହି ଭାବରେ କରିବା ଦ୍ୱାରା ଆମ ପାଦ କେବେବି ଫାଟିବ ନାହିଁ ଏବଂ ତା ସହ ନରମ ଓ କୋମଳ ମଧ୍ୟ ରହିବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *