ମାତ୍ର 1 ଦିନରେ ହିଁ ଫଟା ଗୋଇଠି ରୁ ମିଳିବ ମୁକ୍ତି, କେବଳ ଆପଣାନ୍ତୁ ଏହି ରାମବାଣ ଉପାୟ- Home Remedy For Cracked Heels

ବନ୍ଧୁଗଣ ସାଧାରଣତଃ ଶୀତ ଋତୁରେ ଅଧିକାଂଶ ଲୋକଙ୍କର ଗୋଇଠି ଫାଟିବା ଆଦି ସମସ୍ୟା ଦେଖାଯାଇଥାଏ । ହେଲେ ଯେଉଁ ମାନଙ୍କର ସ୍କିନ ଶୁଷ୍କ ହୋଇଥାଏ ସେମାନଙ୍କର ସବୁ ଋତୁରେ ଏହି ସମସ୍ଯା ଦେଖା ଦେଇଥାଏ । ବନ୍ଧୁଗଣ ସାଧାରଣତଃ ଆମେ ମାନେ ନିଜ ଶରୀରର ବହୁତ ଧ୍ୟାନ ରଖିଥାଉ ହେଲେ ଆମ ଗୋଇଠି ଉପରେ ଆମେମାନେ ଅଧିକ ଧ୍ୟାନ ଦେଇ ନଥାଉ । ଗୋଇଠି ଆମ ଶରୀରର ଏକ ମହତ୍ଵପୂର୍ଣ୍ଣ ଅଙ୍ଗ ଅଟେ । କାରଣ ଗୋଇଠି ଉପରେ ଆମ ଶରୀରର ସମସ୍ତ ଓଜନ ରହିଥାଏ ।

ଗୋଇଠି ଫାଟିବା ଦ୍ଵାରା ଆମକୁ ଏହାର ଧ୍ୟାନ ରଖିବା ନିହାତି ଆବଶ୍ୟକ । କାରଣ ଅଧିକ ସମୟ ଗୋଇଠି ଫାଟିକି ରହିବା ଦ୍ଵାରା ସେହି ଫଟା ସ୍କିନରୁ ରକ୍ତ ମଧ୍ୟ ବାହାରି ଥାଏ । ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ଗୋଟିଏ ସପ୍ତାହ ମଧ୍ୟରେ ନିଜର ଏହି ଗୋଇଠି ଫଟା ସମସ୍ଯାକୁ ଦୂର କରିପାରିବେ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ମାନଙ୍କୁ ମହମବତୀ ବା କ୍ୟାଣ୍ଡେଲର ଆବଶ୍ୟକତା ପଡିବ । ମହମବତୀ ଫଟା ଗୋଇଠି ସ୍କିନକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣ ଦୁଇ ଚାମଚ ମହମ ଗୁଣ୍ଡକୁ ନେଇ ଏକ ପାତ୍ରରେ ରଖନ୍ତୁ ।


ଏହା ପରେ ଆପଣ ସେହି ପାତ୍ରରେ ଏକ ଚାମଚ ସୋରିଷ ତେଲ ପକାନ୍ତୁ । ଏହାପରେ ଆପଣ ଏହି ମିଶ୍ରଣରେ ଅଧା ଚାମଚ ନଡିଆ ତେଲ ପକାନ୍ତୁ । ବନ୍ଧୁଗଣ ନଡିଆ ତେଲ ଆପଣଙ୍କ ଗୋଇଠିକୁ ବହୁତ ଅଧିକ ନରମ ଓ ସୁସ୍ଥ ରଖିବ । ଏହା ପରେ ଆପଣ ଏହି ମିଶ୍ରଣରେ ଏକ ଚାମଚ ଆଲୋବେରା ଜେଲ ମିଶାଇ ଦିଅନ୍ତୁ ।


ବନ୍ଧୁଗଣ ଯଦି ଆପଣ ମାନଙ୍କ ପାଖରେ ଆଲୋବେରା ଗଛ ଅଛି ତାହାଲେ ଆପଣ ସେହି ଗଛରୁ ଜେଲ ନେଇ ବ୍ୟବହାର କରିପାରିବେ, ନଚେତ ଆପଣ ମାର୍କେଟରୁ ମଧ୍ୟ ଆଲୋବେରା ଜେଲ କ୍ରିମ ଆଣି ପାରିବେ । ଆଲୋବେରା ମିଶାଇବା ପରେ ଆପଣ ଏହି ମିଶ୍ରଣକୁ ଗ୍ଯାସରେ ବସାଇ ଦିଅନ୍ତୁ ଓ ଦୁଇ ମିନିଟ ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ ।

ବନ୍ଧୁଗଣ ଗରମ କରିବା ପରେ ଆପଣ ଏହାକୁ ଏକ ପ୍ଲାଷ୍ଟିକ ପାତ୍ରରେ ରଖି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି କ୍ରିମକୁ ଗୋଟେ ସପ୍ତାହରେ ଦୁଇ ରୁ ତିନି ଥର ନିଶ୍ଚୟ ବ୍ୟବହାର କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଆପଣ ଏହି କ୍ରିମକୁ ନିଜ ଗୋଇଠିରେ ଭଲ ଭାବରେ ମାଲିସ କରନ୍ତୁ । ବନ୍ଧୁଗଣ ଏହି ଗୋଟିଏ ଉପାୟକୁ କରି ଦେଖନ୍ତୁ ନିଶ୍ଚୟ ଆପଣଙ୍କ ଫଟା ଗୋଇଠି ଗୋଟିଏ ସପ୍ତାହ ମଧ୍ୟରେ ଠିକ ହେଇଯିବ । ଆପଣ ନିଜେ ଏହି ଉପାୟର ବ୍ୟବହାର କରନ୍ତୁ ଓ ଅନ୍ୟ ମାନଙ୍କୁ ମଧ୍ୟ ଏହି ଉପାୟର ପରାମର୍ଶ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *