ମାତ୍ର 2 ଟଙ୍କା ଡିପୋଜିଟ କରି ପାଇ ପାରିବେ 36 ହଜାର ଟଙ୍କା ପେନସନ, ବାସ କରିବାକୁ ହେବ ଏହି କାମ

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି ଏହି ଖୁସି ଖବର ହେଉଛି ଶ୍ରମିକ ମାନଙ୍କ ପାଇଁ । ମାତ୍ର ଦୁଇ ଟଙ୍କା ଜମା କରିଲେ ମିଳିବ ୩୬ ହଜାର ଟଙ୍କାର ପେନସନ । ସରକାରଙ୍କର ଏହି ଜନହିତକାର ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଏହି ଯୋଜନା ଦେଉଛି ବେସ ଫାଇଦା । 

ରାସ୍ତା କଡରେ ଠେଲା ଗାଡିରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରରେ ଜଡିତ ଲୋକମାନେ ନିଜ ବୃଦ୍ଧାବସ୍ତାକୁ ସୁରକ୍ଷିତ କରିବା ପାଇଁ ତାଙ୍କୁ ଏହି ଯୋଜନାଟି ଅନେକ ସହାୟତା କରିବ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାରେ ଶ୍ରମିକଙ୍କୁ ପେନସନ ଗ୍ୟାରେଣ୍ଟି ଦେଉଛନ୍ତି ସରକାର । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣ ମାନଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ହେବ ।

୧୮ ବର୍ଷରୁ ଯଦି ଜଣେ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୁଏ ତା ହେଲେ ସେ ଦିନକୁ ଦୁଇ ଟଙ୍କା ସଞ୍ଚୟ କରି ବାର୍ଷିକ ୩୬ ହଜାର ଟଙ୍କା ଲାଭ ଉଠାଇ ପାରିବ । ୪୦ ବର୍ଷ ବୟସ୍କର ଜଣେ ବ୍ୟକ୍ତି ଏହି ସ୍କିମକୁ ଆରମ୍ଭ କରିବା ପାଇଁ ପ୍ରତି ମାସରେ ତାଙ୍କୁ ୨୦୦ ଟଙ୍କା ଜମା କରିବାକୁ ହେବ । ୬୦ ବର୍ଷ ହେବା ପାରେ ତାଙ୍କୁ ପେନସନ ମିଳିବା ଆରମ୍ଭ ହୋଇଯିବ । ୬୦ ବର୍ଷ ପରେ ଆପଣଙ୍କୁ ୩୦୦୦ ଟଙ୍କା ମାସିକ ତଥା ବର୍ଷକୁ ୩୬ ହଜାର ଟଙ୍କା ପେନସନ ମିଳିବ ।

ଏହି ସ୍କିମର ଲାଭ ଉଠାଇବା ପାଇଁ ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ଏବଂ ୪୦ ବର୍ଷରୁ କମ ହୋଇଥିବା ଆବଶ୍ୟକ । ପଞ୍ଜୀକରଣ ପାଇଁ ଆପଣଙ୍କୁ ନିଜ ଆଧାର କାର୍ଡ, ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ଦରକାର ହେବ । ଏହା ସହିତ ବ୍ୟାଙ୍କ ଶାଖାର ଏକ ସହମତି ପତ୍ର ମଧ୍ୟ ଦେବାକୁ ପଡିବ । ନିଜର ସେଭିଙ୍ଗ ଆକାଉଣ୍ଟ ଓ ଆଧାର କାର୍ଡ ଧରି ଆପଣ କମନ ସର୍ଭିସ ସେଣ୍ଟରରେ ପଞ୍ଜୀକରଣ କରିପାରିବେ ।

ଏହା ସହିତ ଏହି ସ୍କିମରେ ଆବେଦନ କରୁଥିବା ବ୍ୟକ୍ତିର ଆୟ ମାସିକ ୧୫ ହଜାର ଟଙ୍କାରୁ କମ ହେବା ଉଚିତ । ତେବେ ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆପଣ ଟୋଲ ଫ୍ରି ନମ୍ବର-୧୮୦୦୨୬୭୬୮୮୮ ନମ୍ବରରେ କଲ୍ କରିପାରିବେ ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *