ମାତ୍ର 24 ବର୍ଷ ବୟସରେ ଝିଅଟି ରଚିଲା ଇତିହାସ, ଗାଁ ର ବିକାଶ ପାଇଁ ଡାକ୍ତରୀ ଛାଡି କରିଲେ ଏମିତି କାମ ଶୁଣିଲେ ଆପଣ କରିବେ ସଲାମ !

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରନ୍ତି । ବର୍ତ୍ତମାନର ସମୟରେ ଝିଅ ଓ ପୁଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଅନେକ କ୍ଷେତ୍ରରେ ଝିଅ ମାନେ ପୁଅ ମାନଙ୍କ ଠାରୁ ଆଗରେ ଅଛନ୍ତି ଓ ନିଜ ବାପା ମାଙ୍କ ନାମ ଉଚ୍ଚରେ ରଖୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର ୨୪ ବର୍ଷ ବୟସରେ ଇତିହାସ ରଚିଛି ।

ଏହି ଝିଅ ପ୍ରଥମେ ଏମବିବିଏସ ଡାକ୍ତର ଓ ପରେ ସରପଞ୍ଚ ହେଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ଜଣକଙ୍କ ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ସହନାଜ ଖାନ । ସହନାଜ ମାତ୍ର ୨୪ ବର୍ଷର ଅଟନ୍ତି ଓ ସେ ରାଜସ୍ଥାନରେ ସବୁଠାରୁ କମ ବର୍ଷରେ ସରପଞ୍ଚ ହୋଇଛନ୍ତି । ସହନାଜ ପ୍ରଥମେ ନିଜ ଏମବିବିଏସ ପଢା ଶେଷ କରିଲେ । ହେଲେ ସେ ନିଜ ଗାଁର ବିକାଶ ପାଇଁ ଏମବିବିଏସ ଛାଡି ସରପଞ୍ଚ ହେଲେ । ନିଜ ଗାଁର ଭାଗ୍ୟ ସହନାଜ ବଦଳି ଦେଲେ ।

ରାଜସ୍ଥାନର ଭରତପୁର ଜିଲ୍ଲାରେ ଥିବା ଏକ ଛୋଟ ଗାଁ କାମାରୁ ଆସୁଥିବା ସହନାଜ ଗତ ୫ ମାର୍ଚ୍ଚ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢି ଥିଲେ । ସେ ଏହି ନିର୍ବାଚନରେ ବିଜୟ ହୋଇ ମାତ୍ର ୨୪ ବର୍ଷ ବୟସରେ ସରପଞ୍ଚ ହେଲେ । ନିର୍ବାଚନରେ ସହନାଜ ନିଜ ପ୍ରତିଦ୍ଵନ୍ଦୀ ପକ୍ଷର ବ୍ୟକ୍ତିଙ୍କୁ ୧୯୫ ଭୋଟରେ ହରାଇ ବିଜୟୀ ହାସଲ କରିଥିଲେ । ଏବେ ସହନାଜ ରାଜସ୍ଥାନର ପ୍ରଥମ ମହିଳା ଡାକ୍ତର ସରପଞ୍ଚ ହୋଇଛନ୍ତି ।

ବନ୍ଧୁଗଣ ସହନାଜ ଖାନଙ୍କ ପାଳନ ପୋଷଣ ସହରରେ ହୋଇଥିଲେ ଗାଁ ସେ ବହୁତ କମ ଅନୁଭୃତି ରଖିଛନ୍ତି । ଛୁଟି ହେବା ସମୟରେ ସେ ନିଜ ଗାଁକୁ ଯାଉଥିଲେ । ସହରରେ ସହନାଜ ଏମବିବିଏସ ପାଠ ପାଢୀଥିଲେ । ଏବେ ସରପଞ୍ଚ ହେବା ପରେ ସେ ନିଜ ଗାଁର ବିକାଶ ପାଇଁ ଲାଗିଛନ୍ତି । ସହନାଜଙ୍କ ଏହି ପ୍ରୟାସ ନିଶ୍ଚୟ ସଫଳ ହେବ ବୋଲି ଗାଁ ଲୋକଙ୍କର ଆତ୍ମବିଶ୍ଵାସ ଅଛି ।

ରାଜସ୍ଥାନର କିଛି ଗାଁରେ ଆଜି ମଧ୍ୟ ଝିଅ ମାନଙ୍କୁ ପାଠ ପଢାଇବା ପାଇଁ ସହର ଛାଡୁ ନାହାନ୍ତି । ଯାହାଫଳରେ ଝିଅ ମାନେ ସେହି ଚାରି କାନ୍ଥ ଭିତରେ ରହିଯାଉଛନ୍ତି । ହେଲେ ସହନାଜ ଲୋକ ମାନଙ୍କର ଏହି ଚିନ୍ତାଧାରାକୁ ବଦଳାଇ ଛନ୍ତି ଓ ଏମବିବିଏସ ପାଠ ପଢିବା ପରେ ମଧ୍ୟ ଗାଁର ସରପଞ୍ଚ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସହନାଜ ଖାନଙ୍କ ଏମିତି କାମ ପସନ୍ଦ ଆସିଥିଲେ ଭଉଣୀ ଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ ଆଉ ସେୟାର କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *