Interesting Gk Questions- ମା’ ଠାରୁ ଜନ୍ମ ହୁଏ ମା’ କୁ ଛୁଇଁଲେ ମରିଯାଏ, କୁହନ୍ତୁ ସେ କିଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର- ଅଣ୍ଡା ଖାଇବା ପୂର୍ବରୁ ପ୍ରଥମେ ତାକୁ ଭାଙ୍ଗିବାକୁ ପଡିଥାଏ ।

୨. ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀ ମାନେ ସବୁଦିନ କରନ୍ତି ?

ଉତ୍ତର- ମଥାରେ ସିନ୍ଦୁର ଦେବା ।

୩. କେଉଁ ବହି ଯାହା କେବେ ଛପା ଯାଇନାହିଁ ?

ଉତ୍ତର- ଫେସବୁକ ହେଉଛି ଏକ ସୋସିଆଲ ମିଡିଆ ଆପ୍ଲିକେସନ ଯାହା କେବେ ଛପା ଯାଇନାହିଁ ।

୪. କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହିଁ ?

ଉତ୍ତର- ମହାକାଶରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରିପାରିବ ନାହିଁ ।

୫. ସେ କେଉଁ ଜିନିଷ ଯାହା ଆମେ ନଚାହିଁଲେ ବି ଆସିଥାଏ ?

ଉତ୍ତର- ମୃତ୍ୟୁ ଆମେ ନଚାହିଁଲେ ବି ଆସିଥାଏ ।

୬. ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ତାହା କଣ ?

ଉତ୍ତର- ଲୁଣ

୭. ଏମିତି କେଉଁ ଫଳ ଅଛି ଯାହା ମିଠା ହେବା ସତ୍ବେ ବଜାରରେ ବିକ୍ରି ହୁଏ ନାହିଁ ?

ଉତ୍ତର- ଧର୍ଯ୍ୟର ଫଳ ବହୁତ ମିଠା ହେଲେ ଏହା ବଜାରରେ ମିଳେ ନାହିଁ ।

୮. ମୁଁ ବାୟୁଠାରୁ ହାଲୁକା କିନ୍ତୁ ଶହେ ଲୋକ ମୋତେ ସାବଧାନରେ ଉଠାନ୍ତି ମୁଁ କିଏ ?

ଉତ୍ତର- ବନ୍ଧୁଗଣ ଏହା ହେଉଛି ବେଲୁନ । ବେଲୁନ ବହୁତ ହାଲୁକା ହେଲେ ତାକୁ ସାବଧାନତାର ସହ ଉଠାଇବାକୁ ପଡେ ନହେଲେ ବେଲୁନ ଫାଟିଯିବ ।

୯. ଆହାତରୁ ତା ହାତ ହୁଏ ସେ ବହୁତ ଯାହା ହାତରେ ରହିଲା ସିଏ ମଜବୁତ ?

ଉତ୍ତର- ଏହା ହେଉଛି ଟଙ୍କା । ଯାହା ହାତରେ ରହିବ ସେ ମଝବୁତ ହେବ ।

୧୦. ଆମେରିକାରେ ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାହାର ଦାନ୍ତର ରଙ୍ଗ କଣ ହୋଇଥିବ ?

ଉତ୍ତର- ଜନ୍ମ ହେବା ମାତ୍ରେ ଦାନ୍ତ ଉଠି ନଥାଏ ।

୧୧. ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?

ଉତ୍ତର- ନାମ

୧୨. ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ଵବାସୀଙ୍କୁ କିଏ ପ୍ରଥମେ ଅବଗତ କରାଇଥିଲେ ?

ଉତ୍ତର- ସାର ଆଇଜାକ୍ ନିଉଟନ

Leave a Reply

Your email address will not be published. Required fields are marked *