‘ସମସ୍ତେ କହୁଛନ୍ତି ମୁଁ କୁଆଡେ ଅପବିତ୍ର, ମୋ ପାଖ କେହି ମାଡୁ ନାହାଁନ୍ତି, ମତେ ସମସ୍ତେ…’ ନିଜ ଦୁଃଖ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନାବାଳିକା, ଦେଖନ୍ତୁ Video

“ମୁଁ ହତଭାଗିନୀ ଟିଏ । ମୋର ଜନ୍ମ କଲା ବାପା ମାଆ କିଏ ସତରେ ମୁଁ ଜାଣି ନାହିଁ । ମୁଁ ଦ୍ଵିତୀୟ ଶ୍ରେଣୀ ରେ ପାଠ ପଢ଼ିବା ସମୟରେ ମୋତେ ପାଳନ କରୁଥିବା ବାପା ମୋତେ ଛାଡ଼ି ଆରପାରି କୁ ଚାଲିଗଲେ । ବାପା ଚାଲିଗଲା ପରେ ମାଆ ମୋର ମାନସିକ ରୋଗରେ ଆକ୍ରାନ୍ତ ହୋଇ ରହିଛି । ମୋତେ ଛୁଇଁଲେ କୁଆଡ଼େ ଅଶୁଭ ହେବ ବୋଲି ବଡବାପା ଙ୍କ ପରିବାର ମୋ ଠାରୁ ଦୂରେଇ ରହୁଛନ୍ତି ।

ବାପା ଚାଲିଗଲା ପରେ ମାଆ ପାଉଥିବା ୫୦୦ ଟଙ୍କା ଭତ୍ତା ଏବଂ ଚାଉଳ ରେ ଓଳିଏ ଖାଇଲେ ଓଳିଏ ଉପବାସ ରେ ରହୁଛୁ । ଘର ମଧ୍ୟ ଭାଙ୍ଗିବାକୁ ବସିଲାଣି । ” ତେବେ ଏମିତି କୋହଭରା ଦୁଃଖ ର କାହାଣୀ ଆପଣ ମାନେ ହୁଏତ ଶୁଣି ନଥିବେ କିମ୍ବା କେଉଁ ସିନେମା ରେ ଦେଖି ନଥିବେ । କିନ୍ତୁ ଏହା କୌଣସି ସିନେମା ର କାହାଣୀ ନୁହେଁ । ଏ ହେଉଛନ୍ତି ସୁଭଦ୍ରା ।

ସୁଭଦ୍ରା କୁ ପିଲାବେଳୁ ବାପା ଆଣିଥିଲେ ଏବଂ ଲାଳନ ପାଳନ କରିଲେ । କିନ୍ତୁ ଅଧାରେ ବାପା ତାଙ୍କୁ ଛାଡ଼ି ଚାଲିଗଲେ । ଏବେ ଅଛୁଆଁ ଛୁଆଁ ଭିତ୍ତି ରେ ତାଙ୍କ ପାଖକୁ କେହି ଆସୁ ନାହାନ୍ତି । ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି କିଛି ଚିଠି ଲେଖିଛନ୍ତି । ଯାହା ପଢ଼ିଲେ ଆପଣଙ୍କ ଆଖି ରେ ଲୁହ ଆସିଯିବ । ଏହା ହେଉଛି ବାଲେଶ୍ଵର ଜିଲ୍ଲା ର ସୁଭଦ୍ରା ପଣ୍ଡା ଙ୍କ କଥା ।

ସୁଭଦ୍ରା ଏବେ ଦଶମ ଶ୍ରେଣୀ ରେ ପାଠ ପଢୁଛନ୍ତି । ପାଠ ପଢ଼ା ସହିତ ଘରର ସମସ୍ତ କାମ ମଧ୍ୟ କରୁଛନ୍ତି । ତାଙ୍କ ସାହା ହେଉଛି କେବଳ ତାଙ୍କର ବିଧବା ମାଆ । ସୁଭଦ୍ରା କାହାଠାରୁ ସାହାଯ୍ୟ ନପାଇ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି ଚିଠି ଲେଖିଛନ୍ତି । ଏପଟେ ଘରର ଆର୍ଥିକ ସ୍ଥିତି ଯାହା କେହିବି ସାହାଯ୍ୟ ଟିକେ କରୁ ନାହାନ୍ତି । ସେ ଚିଠି ମାଧ୍ୟମରେ ନିଜ ସ୍ୱପ୍ନ କଥା କହିଛନ୍ତି ।

ତେବେ ଏହି ଚିଠି ସେ ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଛନ୍ତି । ତେବେ ଆମେ ଆଶା କରୁଛୁ ଏହି ଖବର ମାଧ୍ୟମରେ ଏହି ବାର୍ତ୍ତା ଟି ଯାଇ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଂଚିବ । ହୁଏତ ପ୍ରଶାସନିକ ସ୍ତର ରେ ତାଙ୍କୁ କିଛି ସାହାଯ୍ୟ କରାଯିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *