‘ବାହା ହେବ କହି ମତେ ଘରୁ ନେଇ ୧୦ ଦିନ ରଖିଲା, ମୋ ସହ ସବୁ କିଛି କରି ସାରି ମତେ…’ ପ୍ରେମିକ ବିରୁଦ୍ଧରେ ପ୍ରେମିକାଙ୍କ ସାଘାଂତିକ ଅଭିଯୋଗ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରେମିକ ଏବଂ ପ୍ରେମିକା ଦୁହେଁ ଦୁହିଙ୍କୁ । ପରସ୍ପରକୁ ମନଦିଆନିଆ ହୋଇ ବିବାହ ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ନେଇଥିଲେ । ଗୋଟେ ଘରେ ରହି ପ୍ରତିଜ୍ଞା ମଧ୍ୟ କରିଥିଲେ ଯେ କେହି କାହାକୁ ଛାଡିବେ ନାହିଁ । ଏକାଠି ବଞ୍ଚିବେ ଏବଂ ଏକାଠି ମରିବେ । ମାତ୍ର ଭଲ ପାଇବାର ପ୍ରତିଶୃତି ଦେଇ ପ୍ରେମିକ ପ୍ରେମିକାଙ୍କ ସହିତ ରଖିଥିଲା ଶାରୀରିକ ସମ୍ପର୍କ । ଏବଂ ମନ ଭରିଗଲା ପରେ ଅଧ ରାସ୍ତାରେ ଛାଡିଦେଲା ପ୍ରେମିକାର ହାତ । ଏବଂ ବର୍ତ୍ତମାନ ଥାନର ଦ୍ଵାରସ୍ଥ ହୋଇଛନ୍ତି ପ୍ରେମିକା ଜଣକ ।

ତେବେ ଏହି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଆସ୍ତରଙ୍ଗ ଅଞ୍ଚଳରେ । ପ୍ରେମିକ ସମ୍ପତ୍ତକୁ ଭରୋଷା କରି ପ୍ରେମିକା ପାପୁନୀ ଘର ଛାଡି ଗତ ୯ ତାରିଖରେ ପଳାଇ ଆସିଥିଲେ । ଏହାପରେ ସମ୍ପତ୍ତ ନିଜ ପ୍ରେମିକାକୁ ନେଇ ଅନ୍ଦ୍ରପ୍ରଦେଶରେ ନେଇ ରଖିଥିଲା ।

ଏବଂ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ସମ୍ପତ୍ତ । ଏହାପରେ ମନ ଭରିଗଲା ପରେ ଯୁବତୀଙ୍କୁ ଗାଁ କୁ ନେଇ ଆସିଥିଲା । ଏହାପରେ ଯୁବତୀ ଜଣକ ବିବାହ ନିମନ୍ତେ କହିବାରୁ ତାକୁ ମାନସିକ ସହିତ ଶାରୀରିକ ନିର୍ଯାତନ ଦେବାକୁ ଲାଗିଲା ପ୍ରେମିକ ସମ୍ପତ୍ତ । ପ୍ରେମିକ ସହିତ ପ୍ରେମିକଙ୍କ ମା’ ମଧ୍ୟ ଯୁବତୀଙ୍କୁ ମାଡ ମାରିବା ସହିତ ଜାତିପ୍ରଥା କଥା ଉଠାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା ।

ତେବେ ଅନ୍ୟ କୌଣସି ଉପାୟ ନ ପାଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଉକ୍ତ ଯୁବତୀ । ଏହା ସହିତ ତାଙ୍କର ଗୋଟିଏ ଜିଦ ଯେ “ସେ ମତେ ବିବାହ କରିବେ” । କାରଣ ଯୁବତୀ ଜଣକ କହିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କୁ ବହୁତ ଭଲପାଆନ୍ତି ଏବଂ ତାଙ୍କ ବିନା ବଞ୍ଚି ପାରିବେ ନାହିଁ । ପ୍ରେମିକାଙ୍କ ମା’ କହିଛନ୍ତି ଯେ ମୋ ଝିଅ ଗୋଟିଏ ପୁଅକୁ ଭଲ ପାଉଥିଲା । ତାହାର ନାମ ସମ୍ପତ୍ତ ମହାନ୍ତି ଅଟେ । ସେ ପ୍ରଶାନ୍ତ ମହାନ୍ତିଙ୍କ ପୁଅ ଅଟନ୍ତି ।

ସେ ମୋ ଝିଅକୁ ଭଲପାଇ ବାହାରକୁ ନେଇ ପଳାଇଥିଲା । ଏହାପରେ ମା’ ଜଣକ କହିଛନ୍ତି ଯେ ଆମ୍ଭେ ଆମ୍ଭ ଝିଅକୁ ବହୁତ ଖୋଜିଲୁ କିନ୍ତୁ ପାଇଲୁ ନାହିଁ । ବର୍ତ୍ତମାନ ମୋ ଝିଅ ଥାନାର ଦ୍ଵାରସ୍ଥ ହୋଇଛି ଶାରୀରିକ ସମ୍ପର୍କ ରଖିଥିବାରୁ ମୋ ଝିଅକୁ ନ୍ୟାୟ ମିଳୁ ଏବଂ ମୋ ଝିଅକୁ ସେ ବିବାହ କରୁ ବୋଲି କହିଛନ୍ତି ପ୍ରେମିକାଙ୍କ ମା’ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *