‘ମତେ ବାହା ହେବା କଥା କହି ମୋ ସହ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ରଖିଲା, ମୁଁ ତା’ଠାରୁ ବଡ ଜାଣିକି ବି ସେ ମତେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବହୁ ଚର୍ଚ୍ଚିତ ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଘଟିଥିବା ଦମ୍ପତିଙ୍କ ବିବାଦ ଉପରୁ ସମାଧାନର ବାଟ ବାହାରି ପାରିନାହିଁ । ଆଜକୁ ୧୦ ଦିନ ଧରି ନିଜର ଅଧିକାର ପାଇବା ଦାବିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଅନ୍ୟପକ୍ଷରେ ତାଙ୍କର ପ୍ରେମିକ ଦିନେଶଙ୍କର ଦେଖା ଦର୍ଶନ ନାହିଁ । ତେବେ ଦିନେଶ ବିବାହ କରିବେ ବୋଲି ଦୀପିକାଙ୍କୁ କଥା ଦେଇଥିଲେ ।

ତେଣୁ ଦୀପିକା ତାଙ୍କ ସହ ସ୍ୱାମୀ-ସ୍ତ୍ରୀ ପରି ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ । ତେବେ ଦୀପିକାଙ୍କ ଏକବର୍ଷର ଛୁଆର ବାପା କିଏ ହେବ? କାହା ପରିଚୟ ନେଇ ସେ ସମାଜରେ ବଞ୍ଚିବେ? ଏପରି ଅନେକ ସମସ୍ୟା ରହିଛି । ଅନ୍ୟ ଦମ୍ପତିମାନେ ରାସ୍ତାରେ ଯାଉଥିବା ବେଳେ ସେ ନିଜକୁ ବହୁତ ଏକୁଟିଆ ଅନୁଭବ କରୁଛନ୍ତି । ଏଭଳି ଅନେକ ଦୁଃଖ ବଖାଣିଛନ୍ତି ଦୀପିକା ।

ଏହା ମଧ୍ୟରେ ସ୍ଥାନୀୟ ବିଧାୟକ ଦୀପିକାଙ୍କୁ ଭେଟି ତାଙ୍କ ସମସ୍ୟାର ସମାଧାନ କରିବେ ବୋଲି କଥା ଦେଇଥିବା ଦୀପିକା କହିଛନ୍ତି । ସୂଚନାଯୋଗ୍ୟ ଯେ, ଦୀପିକା-ଦିନେଶଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ମାତ୍ର ତାହା ପରବର୍ତ୍ତୀ ସମୟରେ ଧୋକ୍କାବାଜୀରେ ପରିଣତ ହୋଇଥିଲା । ଦୁହିଁଙ୍କର ସମସ୍ୟା ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଚାଲିଥିବା ବେଳେ ଦିନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଦୀପିକା ଖବର ପାଇଥିଲେ ।

ତେଣୁ ସେ ସ୍ତ୍ରୀର ହକ୍ ପାଇବା ଓ ନିଜ ଛୁଆର ପରିଚୟ ଦାବିରେ ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି । ତେବେ ଆଜି ଧାରଣାସ୍ଥଳରେ ଆଜି ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦୀପିକା ଏବଂ ପ୍ରମିଳା ତ୍ରିପାଠୀ ଧାରଣାସ୍ଥଳରେ ବସିଥିବା ବେଳେ ଅନ୍ୟପଟେ ଆଜି ଦିନେଶଙ୍କ କିଛି ସମ୍ପର୍କୀୟ ଘର ଭିତରକୁ ପ୍ରବେଶ କରୁଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଦୀପିକା ବାନ୍ଧିଥିବା ପଲିଥିନକୁ ଚିରି ଫିଙ୍ଗି ଦିଆଯାଇଛି । ଅନ୍ୟପଟେ ଘଟଣା ପରେ ପୁରା ଅଞ୍ଚଳବାସୀ ଏହାକୁ ବିରୋଧ କରିଛନ୍ତି । ତେବେ ଯାହା କିଛି ସମାଧାନ କରିବାର ଅଛି ନ୍ୟାୟିକ ପ୍ରକ୍ରିୟାରେ କଲେ ଭଲ । କିନ୍ତୁ ଘର ଆଗରେ ବସିବା ପୁଣି ଏଭଳି ପରିସ୍ଥିତି ସୃଷ୍ଟି ହେବା ଏହା ସମାଜ ଉପରେ କୁ ପ୍ରଭାବ ପକାଉଛି ବୋଲି କହିଛନ୍ତି ସଂପର୍କୀୟ । ଯେଉଁଭଳି ଭାବରେ ଦୀର୍ଘ ୧୦ ଦିନ ହେବ ଦୀପିକା ପ୍ରେମିକଙ୍କ ଘର ଆଗରେ ବସିଛନ୍ତି ତାଙ୍କୁ କେବେ ନ୍ୟାୟ ମିଳିବ ତାହା ଅପେକ୍ଷାରେ ସମସ୍ତେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *