Ind vs Nz ମ୍ଯାଚ ମଝିରେ ସିକ୍ଯୁରିଟି ଭାଙ୍ଗି Rohit ଙ୍କ ପାଦ ଚୁଇଂବାକୁ ପଡିଆ ଭିତରକୁ ପଶିଗଲା ଜଣେ ଫ୍ୟାନ ତ ରୋହିତ ଏମିତି ଜିତିଲେ ହୃଦୟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତୀୟ କ୍ରିକେଟ ଟିମର ହିଟ ମ୍ୟାନ ରୋହିତ ଶର୍ମାଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ରୋହିତ ଅନେକ ଥର ନିଜ ଦମଦାର ଖେଳର ପଦର୍ଶନ କରି ରେକର୍ଡସ କରିଛନ୍ତି । ରୋହିତ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚାରେ ରୁହନ୍ତି ଓ ରୋହିତଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଟି20 ବିଶ୍ଵ କପ୍ ଶେଷ ହେବା ପରେ ରୋହିତଙ୍କୁ ଭାରତର କ୍ୟାପଟେନ କରାଯାଇଛି ।

କ୍ୟାପଟେନ ହେବା ପରେ ଇଣ୍ଡିଆ ଟିମ ଲଗାତାର ଦୁଇଟି ଟି20 ମ୍ୟାଚ ଜିତିଛି । ଆପଣ ମାନେ ସମସ୍ତେ ଗତ କାଲିର ମ୍ୟାଚ ତ ନିଶ୍ଚୟ ଦେଖିଥିବେ । ଗତ କାଲି ଇଣ୍ଡିଆ ଓ ନ୍ୟୁଜଲାଣ୍ଡର ଦ୍ଵିତୀୟ ମ୍ୟାଚ ଥିଲା ଏବଂ ଏହି ମ୍ୟାଚଟି ରାଞ୍ଚିରେ ଖେଳା ଯାଇଥିଲା । ଗତ କାଲିର ମ୍ୟାଚଟି ଦମଦାର ଥିଲା ଓ ଲୋକମାନେ ମଧ୍ୟ ଏହି ମ୍ୟାଚଟିକୁ ବହୁତ ଏଞ୍ଜୋଏ କରିଥିଲେ । ଗତ କାଲିର ମ୍ୟାଚରେ ଭାରତୀୟ ଟିମର ସମସ୍ତ ଖେଳାଳି ମାନଙ୍କର ବହୁତ ବଡ ଭୂମିକା ରହିଛି ।

ନ୍ୟୁଜଲାଣ୍ଡ ସହ ହୋଇଥିବା ମ୍ୟାଚରେ ରୋହିତ ଟସ ଜିତି ଥିଲେ ଓ ନିଜ ଟିମ ପାଇଁ ବୋଲିଙ୍ଗ ବାଛି ଥିଲେ । ନ୍ୟୁଜଲାଣ୍ଡ ୧୫୩ ରନ୍ କରି ଭାରତ ପାଇଁ ୧୫୪ ରନ୍ ର ଟାର୍ଗେଟ ରଖିଥିଲା । ଭାରତୀୟ ଟିମ ଖେଳାଳି ରୋହିତ ଶର୍ମା ଓ କେ ଏଲ ରାହୁଲ ପ୍ରଥମେ ମଇଦାନ ଉପରୁ ଆସି ନିଜ ଦମଦାର ଖେଳ ପଦର୍ଶନ କରିଥିଲେ ।

ରୋହିତ ୩୬ ବଲରେ ୫୬ ରନ୍ କରିଥିଲେ ଓ କେ ଏଲ ରାହୁଲ ୪୯ ବଲରେ ୬୫ ରନ୍ କରିଦେଲେ । ଅନ୍ୟ ଖେଳାଳି ମାନେ ମଧ୍ୟ ବହୁତ ଭଲ ପଦର୍ଶନ କରିଥିଲେ ଓ ଭାରତ ୧୫୫ ରନ୍ କରି ବିଜୟ ହୋଇଥିଲା । ବର୍ତ୍ତମାନ ଯାହା ଜଣା ପଡୁଛି ଆସୁଥିବା ସମୟରେ ରୋହିତ ଭାରତୀୟ ଟିମକୁ ଏଭଳି ଗୋଟେ ପରେ ଗୋଟେ ସଫଳତା ହାସଲ କରାଇବେ ।

ରୋହିତଙ୍କ କ୍ୟାପଟେନସିକୁ ନେଇ ମଧ୍ୟ ଲୋକ ମାନେ ବହୁତ ପ୍ରଶଂସା କରୁଛନ୍ତି । ଗତ କାଲିର ମ୍ୟାଚରେ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଗତ କାଲିର ମ୍ୟାଚରେ ଜଣେ ଫ୍ୟାନ ବାରିକେଟ ଭାଙ୍ଗି ବିଚ ମଇଦାନ ଭିତରକୁ ଜୋର ଜବରଦସ୍ତି ପଶି ଯାଇଥିଲା ଓ ରୋହିତଙ୍କ ପାଦ ତଳେ ସୋଇ ପଡିଥିଲା । ରୋହିତ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି ଦୃଶ୍ୟ ଦେଖି ରୋହିତଙ୍କ ପତ୍ନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ବନ୍ଧୁଗଣ ଏହି ଘଟଣା ଦେଖି ଜଣା ପଡୁଛି ଯେ, ରୋହିତ ମଧ୍ୟ ସେତିକି ଫେମସ ହୋଇସାରିଛନ୍ତି ଯେତିକି ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହିଲି ଅଛନ୍ତି ।

Leave a Reply

Your email address will not be published. Required fields are marked *