ମଶାଙ୍କ ଠାରୁ ମୁକ୍ତି ପାଇବା ପାଇଁ ୨ ଟି ସହଜ ଉପାୟ, କୁମାଡିବା ତ ଦୂରର କଥା ଘର ଛାଡି ପଳାଇବେ

ବନ୍ଧୁଗଣ ସାଧାରଣତଃ ଲୋକମାନେ ମୂଷା, ଅସରପା ଓ ଝିଟିପିଟି ଆଦିକୁ ଦେଖି ଭୟ କରିଥାନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତଙ୍କ ଠାରୁ ଅଧିକ ମାରାତ୍ମକ ହେଉଛି ମଶା । ବନ୍ଧୁଗଣ ମଶା ହେଉଛି ଏକ ଏମିତି ମାରାତ୍ମକ ଜୀବ ଯାହାର କାମୁଡିବା ଦ୍ଵାରା ପ୍ରତ୍ୟେକ ବର୍ଷ ପୁରା ଦୁନିଆରେ ୧୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ । ମଶା ବ୍ଯତୀତ ଏମିତି କୌଣସି ଜୀବ ବା ପ୍ରାଣୀ ନାହାନ୍ତି ଯାହାଙ୍କ ପାଇଁ ବର୍ଷକୁ ଏତେ ଲୋକ ମୃତ୍ୟୁବରଣ କରିଥାନ୍ତି ।

ସାଧାରଣତଃ ମଶା ବହୁତ ପ୍ରକାରର ଅଛନ୍ତି ହେଲେ ସବୁଠାରୁ ମାରାତ୍ମକ ମଶା ହେଉଛନ୍ତି ମ୍ୟାଲେରିଆ ଓ ଡେଙ୍ଗୁ । ଏହି ଦୁଇଟି ମଶା ପାଇଁ ଲୋକମାନେ ମୃତ୍ୟୁବରଣ କରିଥାନ୍ତି । ବନ୍ଧୁଗଣ ସାଧାରଣତଃ ବର୍ଷା ଓ ଶୀତ ଋତୁରେ ମଶା ମାନେ ବୃଦ୍ଧି ହୋଇଥାନ୍ତି । ମଶା ମାନଙ୍କ ଦ୍ଵାରା ଡେଙ୍ଗୁ, ମ୍ୟାଲେରିଆ ଓ ଚିକେନଗୁନିଆ ଆଦି ମାରାତ୍ମକ ରୋଗ ହୋଇଥାଏ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ମଶା ମାନଙ୍କୁ ଘର ମଧ୍ୟରୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର କଏଲ ଓ ମଶାବତୀ ଆଦିର ବ୍ୟବହାର କରନ୍ତି । ହେଲେ ଏହି ମଶାବତୀ ଓ କଏଲ ଆଦିରେ ପ୍ରଚୁର ମାତ୍ରାରେ କେମିକାଲ ମିଶିଥାଏ । ଯାହା ଆପଣଙ୍କ ଶରୀରକୁ ବହୁତ ହାନି ପହଞ୍ଚାଇ ଥାଏ ।


ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣମାନେ ନିଜ ଘରକୁ ମଶାମୁକ୍ତ କରିପାରିବେ । ବନ୍ଧୁଗଣ ଏହି ଘରୋଇ ଉପାୟ ଗୁଡିକୁ ବ୍ୟବହାର କରିଲେ ଆପଣଙ୍କ ଶରୀରକୁ ମଧ୍ୟ କିଛି ହାନି ହେବନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


୧. ବନ୍ଧୁଗଣ ଆମର ପ୍ରଥମ ଉପାୟ ପାଇଁ ଆପଣ ଏକ ପାତ୍ର ନିଅନ୍ତୁ ଓ ସେଥିରେ ୧୦୦ ମିଲି. ଲିଟର ନିମ ତେଲ ନିଅନ୍ତୁ । ଏହାପରେ ଆପଣ ଏଥିରେ ଏକ ଚାମଚ ପୂଜା କର୍ପୁରକୁ ଗୁଣ୍ଡ କରି ପକାଇ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ମିକ୍ସ କରିବା ପରେ ଆପଣ ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ରଖିଦିଅନ୍ତୁ । ବନ୍ଧୁଗଣ ଏହା ପରେ ଆପଣ ସେହି ସମସ୍ତ ସ୍ଥାନରେ ଏହି ସ୍ପ୍ରେକୁ ଛିଞ୍ଚନ୍ତୁ ଯେଉଁଠି ଅଧିକ ମଶା ଆସୁଥିବେ । ଦେଖିବେ ବହୁତ କମ ସମୟ ମଧ୍ୟରେ ଆପଣଙ୍କ ଘର ମଶାମୁକ୍ତ ହୋଇଯିବ ।


୨. ବନ୍ଧୁଗଣ ଆମର ଦ୍ଵିତୀୟ ଉପାୟ ପାଇଁ ଆପଣ ଏକ ପାତ୍ର ନିଅନ୍ତୁ ସେଥିରେ ୧୦୦ ମିଲି. ଲିଟର ନୀମ ତେଲ, ଗୋଟେ ପୂଜା କର୍ପୁର ଓ ୫ ରୁ ୭ଟି ତେଜପତ୍ର ନିଅନ୍ତୁ । ବନ୍ଧୁଗଣ ଏହି ସମସ୍ତ ଜିନିଷକୁ ଏକା ସହ ଜଳାଇ ଦିଅନ୍ତୁ । ହେଲେ ଜଳାଇବା ସମୟରେ ଆପଣ ନିଜ ଘରର କବାଟ ଝରକାକୁ ବନ୍ଦ କରିଦେବେ । ଏହି ଗୋଟିଏ ଉପାୟ କରି ଦେଖନ୍ତୁ । ବନ୍ଧୁଗଣ ଆପଣ ଦେଖିବେ ୫ ମିନିଟ ମଧ୍ୟରେ ଆପଣଙ୍କ ଘର ମଶାମୁକ୍ତ ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *