ମଶା ଆପଣଙ୍କ ଘରର ବାଟ ଭୁଲିଯିବ, କରନ୍ତୁ ଏହି ଘରୋଇ ଉପାୟ

ବନ୍ଧୁଗଣ, ସାଧାରଣତ ଏଭଳି କୌଣସି ଋତୁ ନାହିଁ ଯେଉଁ ଋତୁରେ ଆପଣଙ୍କ ଘରେ ମଶା ମିଳିବେ ନାହିଁ । ମଶା ପ୍ରବଳ ଦେଖିବାକୁ ମିଳନ୍ତି ଏବଂ ବହୁତ ଜୋରରେ ମଧ୍ୟ କାମୁଡିଥାନ୍ତି । ଆଜି ଆମ୍ଭେ ଆପଣଙ୍କୁ ଏହିଭଳି କିଛି ଘରୋଇ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ବହୁତ ପୁରାତ୍ତନ କାଳରୁ ମଶା ଘଉଡାଇବା ନିମନ୍ତେ ବ୍ୟବହୃତ କରାଯାଉଅଛି । ଆପଣ ଏହି ରିମେଡିକୁ ଘରେ ବନାଇପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ମଶା ଘଉଡାଇବା ନିମନ୍ତେ ଆପଣ ମାନଙ୍କୁ ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ହେବ ତାହା ହେଉଛି ଝୁଣା । ଏହା ସାଧାରଣତଃ ଆପଣଙ୍କ ଠାକୁର ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଏହା ସୁଗନ୍ଧିତ ହୋଇଥାଏ । ଏବଂ ଆମ୍ଭ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭବାନ ହୋଇଥାଏ । ବହୁ ପୁରାତ୍ତନ କାଳରୁ ମଶା ଘଉଡାଇବା ପାଇଁ ଝୁଣା କୁ ବ୍ୟବହାର କରାଯାଇଥାଏ । ମାତ୍ର ଏହି ଘରୋଇ ଉପଚାରରେ ପ୍ରଥମେ ଆପଣ ଝୁଣାତେଲ ବନାନ୍ତୁ । ଏହି ତେଲ ବନାଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସରେ ବଶାନ୍ତୁ ।

ଏହାପରେ ସେଥିରେ ଅଧକପ ସୋରିଷତେଲ ପକାନ୍ତୁ । ଏହାପରେ ଆପଣ ଏହାକୁ ଅଳ୍ପ ଗରମ କରି ନିଅନ୍ତୁ । ଏହାପରେ ଆପଣ ତେଲକୁ ବନ୍ଦ କରି ନିଅନ୍ତୁ । ଏହାପରେ ହାଲ୍କା ଥଣ୍ଡା ହେବା ନିମନ୍ତେ ଛାଡି ନିଅନ୍ତୁ । ସୋରିଷ ତେଲ ଅଳ୍ପ ଥଣ୍ଡା ହୋଇସାରିବା ପରେ ଆପଣ ଏଥିରେ ଝୁଣା ମିଶାନ୍ତୁ । ଏହିଭଳି ୪ ରୁ ୫ ଖଣ୍ଡ ଝୁଣା ମିଶାଇ ଏହି ତେଲ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହି ତେଲକୁ ଗୋଟିଏ ପାତ୍ରକୁ ଢାଳି ଦିଅନ୍ତୁ ।

ଆପଣ ବନାଇଥିବା ଝୁଣାତେଲ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ଏହାପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ପିଆଜ । ଏହାର ଗନ୍ଧ ପ୍ରାୟ ଅଧିକାଂଶ ଲୋକଙ୍କୁ ଭଲ ଲାଗିନଥାଏ । ଏହା ସହିତ ମଶା ମାନଙ୍କୁ ମଧ୍ୟ ଏହାର ଗନ୍ଧ ପସନ୍ଦ ହୋଇନଥାଏ । ସେଥିପାଇଁ ଆପଣ ଏହି ଘରୋଇ ଉପଚାରରେ ପିଆଜର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ । ଆପଣ ଏକ ପିଆଜ ନେଇ ଏହାର ଦୁଇ ପାର୍ଶ୍ଵରୁ କାଟି ଦିଅନ୍ତୁ । ଏହାପରେ ଆପଣ ଛୁଞ୍ଚିସୂତାର ସାହାର୍ଯ୍ୟରେ ପିଆଜକୁ ଗୁନ୍ଥି ନିଅନ୍ତୁ । ଆପଣ ପୂର୍ବରୁ ବନାଇଥିବା ଝୁଣାତେଲରେ ଏହି ପିଆଜ କୁ ଭଲ ଭାବରେ  ବୁଡାଇ ଦିଅନ୍ତୁ । ଏହାପରେ ଆପଣଙ୍କ ଘରେ ଯେକୌଣସି ଜାଗାରେ ମଶା ଅଧିକ ହେଉଛନ୍ତି ସେହି ଜାଗାରେ ଏହାକୁ ଝୁଲାଇ ଦିଅନ୍ତୁ ।

ଏହାର ଗନ୍ଧ ଏତେ କର୍କଶ ଯେ ଗୋଟିଏ ମଧ୍ୟ ମଶା ଆପଣଙ୍କ ଘରେ ଆଦୌ ଦେଖାଯିବେ ନାହିଁ । ବହୁ ପୁରାତ୍ତନ କାଳରୁ ଏହି ଘରୋଇ ଉପାୟର ପ୍ରୟୋଗ ହୋଇ ଆସୁଛି । ଏବଂ ଏହା ଶତ ପ୍ରତିଶତ କାର୍ଯ୍ୟକାରୀ ଅଟେ । ଧ୍ୟାନ ରଖିବେ ଯେ ଯେତେବେଳେ ଏହି ପିଆଜରୁ ସ୍ମେଲ କମିଯିବ ଆପଣ ସେତେବେଳେ ପିଆଜକୁ ଝୁଣାତେଲ ରେ ପୁଣି ବୁଡାଇ ଟଙ୍ଗାଇ ଦେବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *