ମାର୍ଗଶିର ମାସ ଗୁରୁବାର ଭୁଲ୍‌ରେ ବି କରନ୍ତୁ ନାହିଁ ଏହି 8 ଟି କାମ, ନହେଲେ ହୋଇଯିବେ ଲକ୍ଷ୍ମୀଛଡା- Ajira Anuchinta

ବନ୍ଧୁଗଣ ନମସ୍କାର , ମାର୍ଗଶିର ମାସ ଗୁରୁବାର ଦିନ କିଛି କାମ କରିବା ଦ୍ୱାରା ମା ସେତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ କ୍ରୋଧିତ ହୋଇଯାଆନ୍ତି , ତେବେ ଆସନ୍ତୁ ଜାଣିବା ମାର୍ଗଶିର ମାସ ଗୁରବାର ଦିନ କଣ କରିବା ଉଚିତ୍ ଏବଂ କଣ କରିବା ଅନୁଚିତ୍ । ସନାତନ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତି ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ , ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ସାଧୁ ସନ୍ତଙ୍କର ଦେବତା ବୋଲି କୁହାଯାଇଛି । ଏପରିକି ଆମର ସମସ୍ତ ସୁଖର ଚାବିକାଠି ବୃହସ୍ପତିଙ୍କ ପାଖରେ ଥିବା ମଧ୍ୟ କୁହାଯାଇଥାଏ ।

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ଏହା କୁହାଯାଇଛି ଯେ ବୃହସ୍ପତିଙ୍କ କୃପା ଦୃଷ୍ଟି ରଖିଥାନ୍ତି ସେହି ବ୍ୟକ୍ତିଙ୍କ ର ଜୀବନ ରେ କେବେବି ଦୁଃଖ ପ୍ରବେଶ କରେ ନାହିଁ । ତେଣୁ ବୃହସ୍ପତି ବାର ଅର୍ଥାତ୍ ଗୁରୁବାରରେ କଣ କଲେ ଶୁଭ ଫଳ ମିଳଥାଏ ଆସନ୍ତୁ ଜାଣିବା

୧. ଗୁରୁବାର ଦିନ ବିଳମ୍ବ ଯାଏଁ ସୋଇ ରୁହନ୍ତୁ ନାହିଁ , ଏହି ଦିନ ସକାଳୁ ଉଠି ପ୍ରଥମେ ଘର ଦ୍ଵାର ସଫା କରିବା ଆବଶ୍ୟକ ହୋଇଥାଏ ।

୨. ସକାଳେ ଉଠିବା ପରେ ବାସି ବିଛଣା ପଡ଼ିଥିବା ଅବସ୍ଥାରେ ପୂଜା କରନ୍ତୁ ନାହିଁ । ପ୍ରଥମେ ବାସି ବିଛଣା ଉଠାଇ ଘରକୁ ଝାଡୁ କରନ୍ତୁ , ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ ।

୩. ଗୁରୁବାର ଦିନ ପ୍ରଥମେ ତୁଳସୀ ଚଉରା ନିକଟରେ ବୃନ୍ଦାବତୀ ଙ୍କୁ ପୂଜା କରନ୍ତୁ ଏବଂ ଏହା ପରେ ଆପଣ ଆପଣଙ୍କ ଠାକୁର ଘରେ ଠାକୁରଙ୍କୁ ପୂଜା କରନ୍ତୁ ।

୪. ଗୁରୁବାର ବୃହସ୍ପତିଙ୍କ ସମର୍ପିତ ହୋଇଥିବାରୁ ଦେବଗୁରୁ ଙ୍କ ର ପ୍ରିୟ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କର ମଧ୍ୟ ହଳଦିଆ ରଙ୍ଗ ଅତି ପ୍ରିୟ ଅଟେ ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।

୫. ଗୁରୁବାର ଦିନ ହଳଦିଆ ରଙ୍ଗର କୌଣସି ବସ୍ତୁକୁ ଦାନ କଲେ ଶୁଭ ବୋଲି କୁହାଯାଇଥାଏ । ଏହିଦିନ ହଳଦୀ , ଚଣା ଡାଲି କିମ୍ବା ହଳଦିଆ କଦଳୀ ଆଦି ଦାନ କରନ୍ତୁ । ଏହା ସହ ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କ ର ମନ୍ତ୍ର ୧୦୮ ଥର ଜାପ କରନ୍ତୁ , ନିଶ୍ଚୟ ଶୁଭ ଫଳ ମିଳିବ ।

୬. ଗୁରୁବାର ମାତା ଲକ୍ଷ୍ମୀଙ୍କର ବାର ମଧ୍ୟ କୁହାଯାଇଥାଏ , ତେଣୁ ବନ୍ଧୁଗଣ ଏହି ଦିନ ଲାଲ୍ ରଙ୍ଗର କପଡ଼ାରେ କିଛି ଧାନ ବିଛାଇ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ ଏବଂ କିଛି ଶ୍ବେତ ପୁଷ୍ପ ମଧ୍ୟ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ , ଏହା ଦ୍ଵାରା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ।

୭. ବନ୍ଧୁଗଣ ଗୁରୁବାରରେ ଭୁଲରେ ବି ଆମିଷ ରନ୍ଧନ କରନ୍ତୁ ନାହିଁ , କି ଏହି ଦିନ ଆମିଷ ଖାନ୍ତୁ ନାହିଁ ।

୮. ଗୁରୁବାର ଦିନ ୧୨ ଘଣ୍ଟିକା ପରେ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ । ଏହି ବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏପରି କଲେ ଘରୁ ଲକ୍ଷ୍ମୀ ଚଡି ଚାଲିଯାଇଥାଆନ୍ତି ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *