ମାର୍ଗଶୀର ମାସ ପ୍ରତ୍ୟେକ ଗୁରୁବାର ଦିନ କରନ୍ତୁ ଏହି 5 ଟି କାମ ଘରେ ହେବ ଧନର ବର୍ଷା- Ajira Anuchinta

ବନ୍ଧୁଗଣ ପ୍ରତ୍ୟେକ ଗୁରୁବାରଦିନ କରନ୍ତୁ ଏହି 5ଟି କାମ ଘରକୁ ଆସିବେ ନିଜେ ମାତା ଲକ୍ଷ୍ମୀ । ହେବ ସମସ୍ତ ସମସ୍ୟାର ଅନ୍ତ । ବନ୍ଧୁଗଣ ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ବା ଧନର ଆବଶ୍ୟକତା ଅନୁଭବ କରିଥାନ୍ତି ।ଏହି ସମୟରେ ଅନେକ ଲୋକ ବି ଅଛନ୍ତି ଯେଉଁମାନେ ବହୁତ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ବି ରହେ ନାହିଁ । କେଉଁଠି ବା କେଉଁଠି ଖର୍ଚ ହୋଇଯାଇଥାଏ ।

ଯେଉଁଥିପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଧନ ସେହିମାନଙ୍କ ପାଖରେ ରହିଥାଏ ଯେଉଁମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା କରିବା ସହିତ କେତେକ ନିତି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ । ତେବେ ଆଜି ଆମେ ଜାଣିବା ଯେ ପ୍ରତ୍ୟେକ ଗୁରୁବାର ଦିନ କେଉଁ ପାଞ୍ଚଟି କାମ କରିବା ଦ୍ଵାରା ସମସ୍ତ ଆର୍ଥିକ ସମସ୍ୟା ଗୁଡିକର ଅନ୍ତହେବା ସହିତ ଘରେ ଧନର ବର୍ଷା ହୋଇଥାଏ ।

ପ୍ରଥମ କଥା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାପାଇଁ ଆପଣଙ୍କୁ ପ୍ରତ୍ୟେକ ଗୁରୁବାରଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ । ଏହା କରିବାଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ଗୁଡିକର ଅନ୍ତ ଘଟିବ ।

ଦ୍ଵିତୀୟ କଥା ଗୁରୁବାରଦିନ ହଳଦିଆ ପୋଷାକ ପିନ୍ଧନ୍ତୁ । ଏହା ସହିତ ମାତା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଚନ୍ଦନ ଏବଂ ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ ।

ତୃତୀୟ କଥା ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ । ଏବଂ ଗୋଟିଏ କଦଳୀ ଗଛର ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହାଦ୍ଵାରା ଆପଣଙ୍କ ଘରେ କେବଳ ଧନ ହିଁ ଧନ ଆସିଥାଏ ।

ଚତୁର୍ଥକଥା ଧନର ଅଭାବ ଦୂର କରିବା ପାଇଁ ଗୁରୁବାରଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି ।

ପଞ୍ଚମକଥା ଗୁରୁବାର ଦିନ ଆପଣ ତୁଳସୀ ଚଉରା ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏବଂ ଗୁରୁବାରଦିନ ଆପଣଙ୍କ ବୃହଷ୍ପତିଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ବୃହଷ୍ପତିଗ୍ରହ ପ୍ରସନ୍ନ ହୋଇଥାଏ । ଏବଂ ସବୁ ଗ୍ରହଦୋଷ ମଧ୍ୟ କଟିଯାଇଥାଏ ।

ତେବେ ବନ୍ଧୁଗଣ ଆପଣମାନେ ଗୁରୁବାରଦିନ ଏହିସବୁ ନିୟମ ପାଳନ କରନ୍ତୁ । ଦେଖିବେ ଆର୍ଥିକ ସମସ୍ୟା ରହିବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *