Manish ଙ୍କ ଶେଷ କଲ ରେକର୍ଡ ରେ କଣ କହିଥିଲେ ସେ ବାପାଙ୍କୁ, କୋହଭରା କଣ୍ଠରେ ବାପା Navveen Das ଯାହା କହିଲେ ଶୁଣିଲେ କାନ୍ଦି ପକେଇବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ମୋ ପୁଅକୁ ହ-ତ-ୟା କରାଯାଇଛି । ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ମା-ରି ଦେ-ଇ-ଛନ୍ତି । ଭଗବାନ ଏପରି ସନ୍ତାନ ବି-ୟୋ-ଗ ଦୁଃଖ ଆଉ କାହାକୁ ନ ଦିଅନ୍ତୁ । ” ଗତକାଲି ପୁଅର ମୃ-ତ-ଦେ-ହ ଉ-ଦ୍ଧା-ର ପରେ ଆଜି ନିର୍ଭୟ ଗୁମର କଥା ଜରିଆରେ ଭିଡିଓ ରିଲିଜ୍ କରି ନିଜ ମନର କୋହ ବଖାଣିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସ । ଏଥି ସହ ସେ କହିଛନ୍ତି, ରବିବାର ଭୋର ୪ଟା ୧୧ରେ ତାର ଶେଷ ଫୋନ୍ ପାଇଥିଲି ।

ତାକୁ କିଏ ମା-ର-ଧ-ର କରୁଥିବା ମୋତେ ସେ କହୁଥିଲା । ଏହା ଶେଷ ପର୍ଯ୍ୟନ୍ତ ମୋ କାନରେ ଗୁଞ୍ଜରିତ ହେବ ।  ଏହା ପରେ ପୁଅ ମୃ-ତ୍ୟୁ ଖବର ପାଇଲି ।  ଆଉ ମାସ ପରେ ମୋ ପୁଅ ବାହା ହେବାର ଥିଲା ।   ହେଲେ ନିୟତିରେ କିଛି ଅଲଗା ଲେଖାଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ନବୀନ । ଏହା ଛଡା ଆଇନ୍‌ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଥିବା ବେଳେ ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଫୋନ୍‌ କରି ଅ-ପ-ରା-ଧୀ-ଙ୍କୁ ଧ-ରି-ବା-କୁ  ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

ଆଶା କରୁଛି ହ-ତ-ୟା କା-ରୀ-ଙ୍କୁ ପୋଲିସ ଖୁବ୍‌ ଶୀଘ୍ର ସାମ୍ନାକୁ ଆଣିବ ବୋଲି ସେ କହିଛନ୍ତି । ଏହା ବାଦ ମୃ-ତ୍ୟୁ ପୂର୍ବରୁ ମନୀଷ ଇନଫୋସିଟି ଅଞ୍ଚଳରେ ଥିବା ହୋଟେଲ୍ ‘ସାଉଥ ସିଟି’କୁ ଯାଇଥିବା ତ-ଦ-ନ୍ତ ବେଳେ ଜଣା ପଡ଼ିଥିଲା । ଏହା ପରେ ଅଧିକ ତ-ଦ-ନ୍ତ ପାଇଁ ଏହି ହୋଟେଲକୁ ସିଲ୍ କରିଛି କମିଶନରେଟ୍ ପୋ-ଲି-ସ । ମୃତ୍ୟୁ ପୂର୍ବରୁ ଉକ୍ତ ହୋଟେଲକୁ ଯାଇଥିବା ମନୀଷ  ବିଳମ୍ବିତ ରାତି ଯାଏଁ ସେଠାରେ ଥିଲେ । ତେଣୁ କିଛି ସୁ-ରା-ଗ ପାଇବା ଆଶାରେ ପୁଲିସ୍‌ ଉକ୍ତ ହୋଟେଲକୁ ସିଲ୍‌ କରିଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସ-ନ୍ଦେ-ହ-ଜ-ନ-କ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃ-ତ-ଦେ-ହ ଗତ କାଲି ଉ-ଦ୍ଧା-ର ହୋଇଥିଲା ।  ଶନିବାର ରାତିରୁ ଅନୁରାଗ ନି-ଖୋ-ଜ ଥିବା ବେଳେ ରବିବାର ତାଙ୍କର ମୃ-ତ-ଦେ-ହ ଉ-ଦ୍ଧା-ର ହୋଇଛି । ପୁଅର ମୃ-ତ୍ୟୁ ନେଇ ଖୋଦ୍ ନବୀନ ଦାସ ସୋ-ସି-ଆ-ଲ ମି-ଡି-ଆ-ରେ ସୂଚନା ଦେଇଛନ୍ତି ।

ପୁଅର ନି‌-ଖୋ-ଜ ହେବା ନେଇ ରବିବାର ସକାଳେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ ନବୀନ ଦାସ । ଶ୍ରୀଦାସଙ୍କ ଅ-ଭି-ଯୋ-ଗ କରିଥିଲେ ଯେ, ଶନିବାର ରାତିରେ ତାଙ୍କ ପୁଅ ମନିଷ ଅନୁରାଗଙ୍କୁ ତାଙ୍କ ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମା-ର-ପି-ଟ କରିଥିଲେ । ଏନେଇ ମନିଷ ଫୋନ କରି ସୂଚନା ଦେଇଥିଲେ । ନବୀନ ଦାସ ଦୈନିକ ଓଡ଼ିଆ ‘ନିର୍ଭୟ’ ର ସମ୍ପାଦକ ଥିବା ବେଳେ ପୁଅ ମଧ୍ୟ ‘ନିର୍ଭୟ’ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ସ୍ଥିର ମଧ୍ୟ ହୋଇ ଯାଇଥିଲା ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *