Mihir Das ଙ୍କ ପରଲୋକରେ ଭୋ-ଭୋ ହେଇ କାନ୍ଦି ପକେଇଲେ Actor Kuna Tripathy, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆଜି ଏକ ବଡ ଦୁଃଖର ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣି ସମସ୍ତ ଓଡିଶା ବାସୀଙ୍କ ଆଖି ଲୁହରେ ଭରିଯାଇଛି ।  ଓଡିଆ ଫିଲ୍ମ ଇଣ୍ଡଷ୍ଟର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ମିହିର ଦାସଙ୍କ ପରଲୋକ ପରେ ଓଡିଆ ଇଣ୍ଡଷ୍ଟ୍ରି ଓ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଦିଗଜ ଅଭିନେତା ଥିଲେ ।

ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ । ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଦୀର୍ଘ ବର୍ଷ ଧରି ମିହିର କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ଓ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା ।

ଏହା ପରେ ତାଙ୍କ ଚିକିତ୍ସା ଏସିବି ମେଡିକାଲରେ ଚାଲିଥିଲା ବନ୍ଧୁଗଣ ଗତ କିଛି ସମୟ ତଳେ ଖବର ଆସିଲା ମିହିର ଦାସ ଆଉ ଏହି ଦୁନିଆରେ ନାହାନ୍ତି ।ତେବେ ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଅଭିନେତା କୁଣା ତ୍ରିପାଠୀ ନିଜ ମନର କଥା କହିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କୁଣା ତ୍ରିପାଠୀ କାନ୍ଦି କାନ୍ଦି କହିଛନ୍ତି-‘ ଏଇଟା ବହୁତ ବଡ ଦୁଃଖ ଖବର । ଆମେ ମାନେ ଯେଉଁ ମାନେ ମିହିର ଭାଇଙ୍କ ସହ ଛୋଟ ବେଳୁ ବଢିଥିଲୁ ସେମାନଙ୍କ ପାଇଁ ତ ଅତ୍ୟନ୍ତ ଦୁଃଖର ଖବର । ବଡ ଭାଇ ଚାଲିଗଲେ ସାନ ଭାଇର କଷ୍ଟ କେତେ ସେଇଟା ସମସ୍ତେ ଜାଣିଛନ୍ତି । ଆଉ ରହିଲା ଅଭିନୟର କଥା ମୁ ମିହିର ଭାଇଙ୍କୁ ସେ ଥିଏଟର ସମୟରୁ ଦେଖି ଆସିଛୁ ସେତେବେଳେ ଆମେ ପ୍ରଣ୍ଟିଙ୍ଗ କରୁଥିଲୁ ସେମାନଙ୍କ ପାଇଁ’ ।

ଆଗକୁ ସେ କହିଛନ୍ତି-‘ମିହିର ଭାଇ କମେଡିଆନ ହେବା ପରବର୍ତ୍ତୀ ସମୟରେ ହିରୋ ହେବା ସିନେମାକୁ ଆସିବା ଏବଂ ପ୍ରତ୍ୟକ ପଦକ୍ଷେପ ଓ ପ୍ରତ୍ୟକ ଜୀବନ ମୋଡରେ ମିହିର ଭାଇ ଛିଡା ହୋଇଥିଲା । ସେ ସିନେମା କଥା ହେଉ ବା ମୋ ଘର କଥା ହେଉ ବା ତା ଘର କଥା ହେଉ ମାନେ ସବୁ କଥା ମନେ ପଡେ । ତା ବାହାଘର ବରଯାତ୍ରୀରେ କେଉଁ ଡ୍ରେସ ପିନ୍ଧି ଯାଇଥିଲୁ ତାହା ଆଜି ପର୍ଯ୍ୟନ୍ତ ମନେ ଅଛି । ସେହି ସବୁ କଥା ଗୁଡାକ ହିଁ କଷ୍ଟ ଦିଏ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ କୁଣା ତ୍ରିପାଠୀ ନିଜର ମନ କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *