ମଞ୍ଚ ଉପରେ ମହାରଥୀ (Rudra Maharathy) ଙ୍କୁ ପାଖରେ ପାଇ ହସିଲେ ମୁଖ୍ୟମନ୍ତ୍ରୀ Naveen Patnaik ଆଉ କହିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁରୀର MLA ପ୍ରତାପ ମହାରଥୀ ଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ଯେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ତଥା ଆମ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ, ଯିଏ କଥା କମ ତଥା କାମରେ ବେସୀ ବିଶ୍ଵାସ କରିଥାନ୍ତି । ଏହା ସହିତ ବାରମ୍ବାର ଲୋକମାନେ ତାଙ୍କୁ ଭଲପାଇବା ଦେଇ ଆସୁଛନ୍ତି ତଥା ଆଶୀର୍ବାଦ ଦେଇ ଆସିଛନ୍ତି । ସେ କେବଳ କଥାରେ ନୁହେଁ ବରଂ କାମରେ ମଧ୍ୟ କରି ଦେଖାଇଛନ୍ତି ।

ସାଢେ ଚାରି କୋଟି ଜନତା ଙ୍କ ନେତା ସେ, ତାଙ୍କ ପରିବାରର ସଦସ୍ୟ ସେ, ସଦାବେଳେ ତାଙ୍କ ସୁଖ ଦୁଃଖରେ ରହିଛନ୍ତି ଏବଂ ସେହି ଗୋଟିଏ ବାର୍ତ୍ତା ଲୋକଙ୍କ ସେବା କର ଲୋକଙ୍କ ପାଖରେ ରୁହ ଏବଂ ତାଙ୍କ ସୁଖ ଦୁଃଖରେ ରୁହ । ରାଜନୀତି ନୁହେଁ ବରଂ ସେବା କର, ସେହି ଗୁରୁମନ୍ତ୍ର ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହି ଲକ୍ଷ୍ୟରେ ଆଜି ସମସ୍ତେ ଗୁରୁଙ୍କର ଆଦେଶ କ୍ରମେ ଲୋକଙ୍କର ସେବା କରି ଆସିଛନ୍ତି ତେବେ ଆଗାମୀ ଦିନରେ ମଧ୍ୟ ବିଶ୍ଵାସ ରହିଅଛି ବିଜୁ ଜନତା ଦଳ ପୁଣିଥରେ ୨୦୨୪ ରେ ନୂଆ ଭାବରେ ଆଉଥରେ ସରକାର ଗଢିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଗୋଟିଏ ଦାଇତ୍ଵ ଦେଇଛନ୍ତି ଯେ କେମିତି ସରକାରଙ୍କର ସମସ୍ତ ଯୋଜନା ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚୁ, ଏବଂ କୌଣସି ଅସୁବିଧାର ସେମାନେ କୌଣସି ସମ୍ମୁଖୀନ ଯେପରି ନହୁଅନ୍ତୁ ।

ଏହା ସହିତ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ କାମ କରି ଲୋକ ମାନଙ୍କ ପାଖରେ ପହଞ୍ଚି ଲୋକଙ୍କ ସହିତ ରହିବାକୁ କହିଛନ୍ତି । ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଥିବେ ଯେ ରୁଦ୍ର ମହାରଥୀ ଆଜିଭଳି ଦିନରେ ରାଜ୍ୟର ଜଣେ ଆଗ ଧାଡିର ଯୁବ ନେତା ତଥା ପିପିଲିର ବିଧାୟକ ।

ବାପା ପ୍ରଦୀପ ମହାରଥୀ ବର୍ଷ ବର୍ଷ ଧରି କ୍ଷମତା କରିଡରରେ ରହିଥିଲେ ମଧ୍ୟ ରୁଦ୍ର ମଧ୍ୟରେ ଆଦୌ ଅହଂକାର ଦେଖିବାକୁ ମିଳିନଥିଲା । ବିନମ୍ର ସ୍ଵଭାବ, ମିଷ୍ଠ ଭାଷା ହେଉଛି ତାଙ୍କ ବ୍ୟକ୍ତିତ୍ଵର ସ୍ଵତନ୍ତ୍ରତା । ରାଜ୍ୟ ରାଜନୀତିରେ ପୋଖତ ରାଜନେତା ପ୍ରଦୀପ ମହାରଥୀ ଙ୍କ ପରଲୋକ ପରେ ପିପିଲି ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ।

ପିପିଲିର ପ୍ରତିନିଧିତ୍ଵ କିଏ କରିବ ? ଏ ନେଇ ବିତର୍କ ଚାଲିଥିବା ବେଳେ ରୁଦ୍ର ମହାରଥୀ ଙ୍କ ଉପରେ ଆସ୍ଥା ଦେଖାଇଥିଲା ବିଜେଡି । ତେବେ ବର୍ତମାନ ସେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବା କଥା କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *