ଖୋଲିଲା ରହସ୍ୟ, ମଦ ବିକ୍ରି ପାଇଁ ହେଇଥିଲା ଷଡଯନ୍ତ୍ର

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ସମସ୍ତ ଓଡିଆ ଲୋକ ତାଙ୍କ ପାଇଁ ଦୁଃଖ ଅନୁଭବ କରିଛନ୍ତି । ହେଲେ ଦୁଃଖର କଥା ଏହା ହେଉଛି ଯେ, ଆଦିତ୍ୟଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ଆଦିତ୍ୟଙ୍କ କେସରେ ଜିଆରପି ପୋଲିସ ଅନୁସନ୍ଧାନ ଜାରି ରଖିଛି । ସବୁ ଦିନ ଆଦିତ୍ୟଙ୍କ କେସରେ କିଛି ନା କିଛି ନୂଆ ଖୁଲାସା ସାମ୍ନାକୁ ଆସିଛି । ସେହିପରି ମିଡିଆ ରିପୋର୍ଟସ ଅନୁସାରେ ଆଦିତ୍ୟଙ୍କ କେସ ଏକ ନୂଆ ମୋଡ ନେଇଥିବାର ଜଣା ପଡିଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ଖବର ଅନୁସାରେ ଜଣା ପଡିଛି ପୁରା ପ୍ଲାନିଙ୍ଗ ହିସାବରେ ହୋଇଥିଲା ଆଦିତ୍ୟଙ୍କ ବାହାଘର । ଆଦିତ୍ୟଙ୍କ ଘର ଭୁବନେଶ୍ବରରେ ଥିଲା ଓ ତାଙ୍କ ପତ୍ନୀଙ୍କର କଟକରେ ହେଲେ ତାଙ୍କର ବିବାହ ହୋଇଥିଲା କେନ୍ଦ୍ରାପଡାରେ । ଅବଶ୍ୟ ଆଦିତ୍ୟଙ୍କ ଗାଁ ମଧ୍ୟ କେନ୍ଦ୍ରାପଡାରେ ଅବସ୍ଥିତ । ହେଲେ ତାଙ୍କର ବିବାହ କେନ୍ଦ୍ରପଡାର ଅନ୍ୟ ଏକ ଗାଁରେ ହୋଇଥିଲା । ଆଦିତ୍ୟଙ୍କ ବିବାହ କେନ୍ଦ୍ରାପଡାରେ ପାଟକୁରା ଗାଁରେ ହୋଇଥିଲା । ଆଦିତ୍ୟ ଲୁଚି ଲୁଚି ବିବାହ କରିବା ପଛରେ କଣ ରହିପାରେ ରହସ୍ୟ ।

ଖବର ଅନୁସାରେ ଜଣା ପଡିଛି ଯେ ବିବାହ ପଛରେ ଏକ ଓଏସଏଫ ଅଫିସରଙ୍କ ହାତ ରହିଛି ବୋଲି କୁହାଯାଇଛି । ବିବାହ ହୋଇଥିଲା ଲକଡାଉନର ପ୍ରଥମ ପର୍ଯ୍ୟାୟରେ । ଏହି ବିବାହ ଯେହେତୁ ଲକଡାଉନ ସମୟରେ ହୋଇଥିଲା ଖବର ଅନୁସାରେ ସେହି ସମୟରେ ଆଇନ ବ୍ୟବସ୍ଥା ବହୁତ କଡା ଥିଲା । ହେଲେ କାହିଁକି ଆଦିତ୍ୟ ବିବାହ କରିରଥିଲେ ଏହି ପରିସ୍ଥିତିରେ । ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଓଡିଶା ବାସୀ । କାରଣ ଆଦିତ୍ୟଙ୍କ ଘର ଓ ଆଶ୍ରମ ହେଉଛି ଭୁବନେଶ୍ବରରେ ତାଙ୍କ ବିବାହ ବହୁତ ଗୋପନୀୟ ହୋଇ ରହିଯାଇଛି । ତାଙ୍କ ବିବାହର ସମସ୍ତ ବ୍ୟବସ୍ଥା କରିଥିଲେ ସେହି ଓଏସଏଫ ଅଫିସର ।

ଲକଡାଉନ ସମୟରେ ତାଙ୍କୁ କେମିତି ମିଳିଥିଲା ମନ୍ଦିର ଅନୁମତି । ବିବାହ ହୋଇଥିଲା ଜୁନ ୯ରେ ହେଲେ, ବିବାହର କିଛି ଦିନ ମଧ୍ୟରେ ଆଦିତ୍ୟ ଆତ୍ମହତ୍ୟା କରିଥିଲେ । ଏହି ବିବାହ କରାଇ ଥିଲେ ଓଏସଏଫ ଅଧିକାରୀ, ଏହି ବିବାହ କରିବା ପଛରେ ତାଙ୍କର କିଛି ଅନ୍ୟ ଉଦେଶ୍ୟ ନଥିଲା ତ, ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି । ଏହି ବିବାହରେ କେବଳ ଆଦିତ୍ୟଙ୍କ ପରିବାର ଓ ବିଦ୍ୟାଶ୍ରୀଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ବିବାହର ସମସ୍ତ ନିଷ୍ପତ୍ତି ସେହି ଓଏସଏଫ ଅଫିସର ନେଇଥିଲେ ।

ଖବର ଅନୁସାରେ ଜଣା ପଡିଛି ଆଦିତ୍ୟ ମଦ ବିରୋଧରେ ଆନ୍ଦୋଳନ କରୁଥିଲେ, ଏହି ସବୁ ଚକ୍ରାନ୍ତ ତାଙ୍କ ଶତ୍ରୁ ମାନଙ୍କର ମଧ୍ୟ ହୋଇପାରେ । ହେଲେ ବର୍ତ୍ତମାନ ଜିଆରପି ପୋଲିସ ନିଜ ତଦନ୍ତ ଜାରି ରଖିଛି । ଆଶା କରା ଯାଉଛି ଆଦିତ୍ୟଙ୍କୁ ବହୁତ ଶୀଘ୍ର ନ୍ୟାୟ ମିଳିବ । ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟାବାଦ

Leave a Reply

Your email address will not be published. Required fields are marked *