ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ ଯାହା ଏହି କିଛି ଦିନ ହେବ ଘଟିଛି । ଆଜି ଆମେ ଆପଣଙ୍କୁ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଏକ ବଡ ଖୁଲାସା ବିଷୟରେ କହିବୁ । ପ୍ରତିଦିନ ତାଙ୍କ ମୃତ୍ୟୁ ପଛରେ କିଛି ନା କିଛି ଷଡଯନ୍ତ୍ରର ଖୁଲାସା ହେଉଛି । ଜିଆରପି ପୋଲିସ ଏହି କେସର ଅନୁସନ୍ଧାନ କରୁଛି । ଆଜି ଆମେ ଆପଣଙ୍କୁ ଏହି କେସ ସହ ଜଡିତ ଏକ ବଡ ଖୁଲାସାର ପରଦାଫାଶ କରିବୁ, ତେବେ ଆସନ୍ତୁ ଜାଣିବା ଏହି କେସ ବିଷୟରେ ।
ଆଦିତ୍ୟ ଦାସଙ୍କ ପତ୍ନୀ ପ୍ରାୟ ୧୩ ଦିନ ହେବ ସବୁ ଦିନ କିଛି ନୂଆ ନୂଆ କଥା କହୁଛନ୍ତି । ତାଙ୍କ ପତ୍ନୀଙ୍କ ମତରେ ସେମାନେ ଦୁନିଆରେ ବହୁତ ଖୁସିରେ ଥିଲେ । ହେଲେ ଗତକାଲି ପୋଲିସ ତାଙ୍କ ସହ ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଥିଲା । ଯାହାଫଳରେ ଜଣା ପଡିଥିଲା । ବିଦ୍ୟାଶ୍ରୀଙ୍କ ମତରେ ତାଙ୍କ ସହ ଆଦିତ୍ୟଙ୍କ କଳି ହୋଇଥିଲା, ତାଙ୍କ ସ୍ଵାମୀ ତାଙ୍କୁ ମାନସିକ ଉତ୍ପୀଡନା ଦେଉଥିଲେ ଏବଂ ଘରୁ ମଧ୍ୟ ବାହାର କରିଦେଉଥିଲେ । ଯେତେବେଳେ ଆଦିତ୍ୟ ଦାସଙ୍କ ସାଙ୍ଗ ମାନଙ୍କୁ ଏହି କେସ ବିଷୟରେ ପଚରା ଉଚରା କରାଯାଇଥିଲା ସେତେବେଳେ ତାଙ୍କ ସାଙ୍ଗମାନେ କହିଥିଲେ, ଆଦିତ୍ୟ ତାଙ୍କ ବୈବାହିକ ଜୀବନରେ ଖୁସି ନଥିଲେ ।
ଆଦିତ୍ୟ ଦାସଙ୍କ କେସକୁ ନେଇ ବଡ ଖୁଲାସା ହେଉଛି ଆଦିତ୍ୟଙ୍କ ସୁସାଇଡ କେସରେ ଯେତେବେଳେ ତାଙ୍କ ସୁସାଇଡ ନୋଟ ମିଳିଥିଲା, ସେହି ନୋଟକୁ ଫରେନସିକ ଲ୍ୟାବରେ ଦିଆଯାଇଥିଲା । ଫରେନସିକ ଲ୍ୟାବରୁ ଜଣାପଡିଛି ସୁସାଇଡ ନୋଟର ଶେଷ ଦୁଇ ପେଜକୁ ଆଦିତ୍ୟ ଲେଖିନଥିଲେ । ତାହା ଥିଲା ତାଙ୍କ ପତ୍ନୀଙ୍କ ଅକ୍ଷର । ଗତକାଲି ବିଦ୍ୟାଶ୍ରୀ ଓ ତାଙ୍କ ବାପା ମାଙ୍କୁ ପୋଲିସ ନେଇ ପାଖା ପାଖି ୪ ଘଣ୍ଟା ପର୍ଯ୍ୟନ୍ତ ୫୦ଟି ପ୍ରଶ୍ନ ପଚାରିଥିଲା । ତାଙ୍କ ମାଙ୍କୁ ୨୦ଟି ପ୍ରଶ୍ନ ପଚରା ହୋଇଥିଲା ଆଉ ଅନ୍ୟ ସଦସ୍ୟ ମାନଙ୍କୁ ଅଲଗା ଅଲଗା ରୁମରେ ନେଇ ପ୍ରଶ୍ନ ପଚରା ହୋଇଥିଲା ।
ପୋଲିସ ବର୍ତ୍ତମାନ ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଉପରେ ସନ୍ଦେହ କରିବାକୁ ଲାଗିଲେଣି । ଯେଉଁ ସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା ସେହି ଟ୍ରାକ ଦେଇ ପୁରୁଷୋତମ ଏକ୍ସପ୍ରେସ ଯାଇଥିଲା । ସେହି ଟ୍ରେନର ଡ୍ରାଇଭରକୁ ଯେତେବେଳେ ପଚରାଯାଇଥିଲା ସେ କାହାକୁ ବାଡେଇଛନ୍ତି ନା ନାହିଁ । ସେତେବେଳେ ଡ୍ରାଇଭର ମନା କରି ଦେଇଥିଲା । ଏହି ସବୁ ତଥ୍ୟରୁ ଜଣା ପଡିଯାଇଛି ମାନବ ପ୍ରେମୀ ଆଦିତ୍ୟ ଦାସ ଆତ୍ମହତ୍ୟା କରି ନାହାନ୍ତି ତାଙ୍କର ହତ୍ୟା କରାଯାଇଛି ।
ଖବରଟିକୁ ସଂପୂର୍ଣ୍ଣ ପଢି ଥିବାରୁ ଧନ୍ୟବାଦ । ଏମିତି ନୀତିଦିନର ଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।