PROPOSE DAY ରେ ଆଜି ମାମାଙ୍କୁ Sidhant କିପରି କଲେ ପ୍ରପୋଜ ଓ କଣ କହିଲେ ? ଦେଖନ୍ତୁ ସିଦ୍ଧାନ୍ତଙ୍କ ସହ ଏହି ସ୍ଵତନ୍ତ୍ର ସାକ୍ଷାତ୍କାର

ନମସ୍କାର ବନ୍ଧୁଗଣ, ଆମ ଓଡିଆ ସିନେ ଜଗତର ତଥା ଆମ ଓଡିଶା ବାସୀଙ୍କ ପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ରଙ୍କ ଯୋଡି ବହୁତ ପୁରୁଣା ଯୋଡି ହେବା ସହ ସମସ୍ତଙ୍କ ପ୍ରିୟ ଯୋଡି ମଧ୍ୟ । ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ପ୍ରେମ ବିବାହ କରିଥିଲେ । ମାମା ମିଶ୍ରଙ୍କ ପ୍ରତି ତାଙ୍କର ଖୁବ ଭଲ ପାଇବା ରହିଛି । ତେବେ ଆଜିର ଏହି propose dayରେ ସେ ମାମା ମିଶ୍ରଙ୍କୁ କଣ କହିଛନ୍ତି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ସିଦ୍ଧାନ୍ତ କହିଛନ୍ତି ସେ propose dayକୁ ବିଶ୍ଵାସ କରନ୍ତିନି କାରଣ ତାଙ୍କର ପ୍ରତ୍ୟକ ମୂହୁର୍ତ୍ତ ହୋଇଥାଏ propose day । କିନ୍ତୁ ସେ କହିଛନ୍ତି ଏହିଦିନ ତାଙ୍କର ମାମା ମିଶ୍ରଙ୍କ ପାଇଁ ଏକ ଗୀତ ମନେ ପଡେ । ତେବେ ସେହି ଗୀତଟି ହେଉଛି ବନ୍ଧୁ ଟିଏ ଖୋଜୁ ଖୋଜୁ ପାଇଲି ଯାହାକୁ ଆଜି ସିଏ ହେଲା ମୋର ବଧୁ । ଏବଂ ସିଦ୍ଧାନ୍ତ କହିଛନ୍ତି ତାଙ୍କ ପାଇଁ ସେହି ବଧୁ ଆଉ ସାଙ୍ଗ ହେଉଛନ୍ତି ମାମା ମିଶ୍ର ।

ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ତାଙ୍କ ଘରର ମାଆ ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି କି ମୋର ମାଆ ତ ଆଛନ୍ତି ହେଲେ ବି ସିଏ ବି ମାଆ ମୋର ହେଉଛନ୍ତି ଦୁଇ ଜଣ ମା । ତାଙ୍କ ଘର ପରିବାରର ମୂଳଦୁଆ ମାମା ମିଶ୍ର ବୋଲି କହିଛନ୍ତି ସିଦ୍ଧାନ୍ତ । ସବୁଠାରୁ ଭଲ ବ୍ୟକ୍ତିତ୍ବ ଯଦି କାହାର ଥାଏ ଓଡିଆ ଇଣ୍ଡଷ୍ଟ୍ରିରେ ତେବେ ସେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ତାଙ୍କର ଏବଂ ମାମା ମିଶ୍ରଙ୍କର ସମ୍ପର୍କକୁ ଅନେକ ଦିନ ବୀତି ଯାଇଥିବା ବେଳେ କେବେ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି ବାଦ ବିବାଦ ଗଣ ମାଧ୍ୟମରେ ଲୋକେ ଦେଖିବା ପାଇଁ ପାଇନାହାନ୍ତି । ଏହା ହିଁ ହେଉଛି ତାଙ୍କ ପ୍ରକୃତ ଭଲ ପାଇବାର ଏକ ବଡ ଉଦାହରଣ ବୋଲି ଆମେ ମାନେ ଭାବିପାରିବା ।

ନାରୀକୁ କିଭଳି ସମ୍ମାନ ଦିଆଯିବ ସେ ସ୍ତ୍ରୀ ହେଉ ବା ମାଆ ଏବଂ ଘର ପାଇଁ ଗୋଟିଏ ମହିଳାର କେତେ ଗୁରୁତ୍ଵ ରହିଛି ତାହା ମଧ୍ୟ ତାଙ୍କୁ ବେସ ଭଲ ଭାବରେ ଜଣା ଅଛି ବୋଲି ସେ ଆଜି କହିଥିବା କଥାରୁ ଜଣା ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *