ପ୍ରେମ ଏତେ ସହଜ ନ ଥିଲା , ବାଥରୁମ୍ ରୁ ବାହାରିଲି ମାମା ବାଡେଇ ଫଟେଇଦେଇଥିଲା ନିରୁ ଓ ଦିବ୍ୟଙ୍କ ପ୍ରେମ କାହାଣୀ

ନମସ୍କାର ବନ୍ଧୁଗଣ । ପ୍ରେମ କରିବା ସହଜ ମାତ୍ର ପ୍ରେମରେ ଉଠାଇବାକୁ ପଡିଥାଏ ବହୁତ କଷ୍ଟ । ତାହାର ଏକ ଉଦାହରଣ ହେଉଛନ୍ତି ଲୋକପ୍ରିୟ ୟୁଟୁବର ନିରୁ ଭାଉଜ । ନିରୁ ଏବଂ ଦିବ୍ୟ ଉଭୟ ଉଭୟକୁ ଭଲ ପାଆନ୍ତି । ତାଙ୍କ ପ୍ରେମ ଆରମ୍ଭ ହୋଇ 12 ବର୍ଷ ଓ ବିବାହ କୁ ସାଥ ବର୍ଷ ହୋଇଛି । ମାତ୍ର ପ୍ରେମ ରୁ ବିବାହ ପଥରେ ତାଙ୍କୁ ବହୁତ ସଙ୍ଗର୍ଷ କରିବାକୁ ପଡିଥିଲା ।

ଥରେ ସେ ବାଥରୁମ୍ ରେ  ପଶି ଟାବ୍ କୁ ଚଳାଇ କଥା ହେଉଥିବା ସମୟରେ  ତାଙ୍କ ମା ‘ ତାହା ଶୁଣି ତାଙ୍କୁ ଭୟଙ୍କର ମାଡ ମାରି ଗୋଟେ ଗୋଡରେ ଠିଆ କରେଇକି ଫଟେଇଦେଇଥିଲେ  । ନିରୁ ଓ ଦିବ୍ୟଙ୍କ ପ୍ରେମ ସମ୍ପର୍କକୁ ଘରଲୋକମାନେ କଦାପି ଗ୍ରହଣ କରିନଥିଲେ । କାରଣ ନିରୁ ଭାଉଜଙ୍କ ବାପାଙ୍କ ଇଛା ଥିଲା କି ତାଙ୍କ ଜ୍ଵାଇଁ ସରକାରୀ ଚାକିରୀ କରୁଥିବା ପୁଅ ହେଇଥିବା ଦରକାର ।

ମାତ୍ର ଦିବ୍ୟ ସାମାନ୍ୟ ଚାକିରୀ କରୁଥିବା ହେତୁ ସେ ଜମା ଉଭୟଙ୍କ ବିବାହ ପାଇଁ ସହମତି ଦେଉନଥିଲେ । ନିରୁ ନିଷ୍ପତି ନେଇଥିଲେ ଯେ ଘରଲୋକେ ଚାକିରୀ କୁ ନେଇ ବିବାହ ମନା କରୁଛନ୍ତି । ତେବେ ସେ ଘର ଛାଡି କୋର୍ଟ ମ୍ୟାରେଜ୍ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । ତା ପରେ ଉଭୟ ପଳେଇ କୋର୍ଟ ମ୍ୟାରେଜ କରିବା ଖବର ଶୁଣିଥିବା ନିରୁଙ୍କ ଘରଲୋକେ ଦିବ୍ୟଙ୍କ ଉପରେ ପୋଲିସ ଥାନାରେ ଅଭିଯୋଗ କରିଥିଲେ

। ମାତ୍ର ନିରୁଙ୍କ ସହମତି ଥିବା କାରଣରୁ ପୋଲିସ ମଧ୍ୟ କିଛି କରିପାରିନଥିଲେ । ଏପ୍ରିଲ ମାସରେ କୋର୍ଟ ମ୍ୟାରେଜ୍ କରିଥିବା ନିରୁ ଓ ଦିବ୍ୟଙ୍କ ଦୁଇ ମାସ ଅପେକ୍ଷା କରିଥିଲେ ମାତ୍ର ନିରୁଙ୍କ ଘରଲୋକେ ରାଜି ହୋଇନଥିଲେ । ପରେ ଜୁଲାଇ ମାସ 2016 ରେ ଉଭୟ ପାରମ୍ପରିକ ରୀତିରେ ବିବାହ କରିଥିଲେ । ଏବେ ସମସ୍ତେ ତାଙ୍କ ବିବାହକୁ ନେଇ ଖୁସିରେ ଅଛନ୍ତି ।

ନିରୁ ଶେଷରେ  ଏହା ମଧ୍ୟ କହୁଛନ୍ତି କି ପ୍ରେମ କରନ୍ତୁ ମାତ୍ର ଦେଖିବେ କି ପୁଅ ଭଲ ହେବା ଦରକାର ଆପଣଙ୍କ ଆବଶ୍ୟକତାକୁ ପୂରଣ କରୁଥିବା ବ୍ୟକ୍ତିକୁ ଭଲ ପାଇ ବିବାହ କରନ୍ତୁ । ଏହି ପ୍ରେମ ବିବାହ ଆପଣମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *