Malkangiri ରେ ଜଙ୍ଗଲି ଭାଲୁଙ୍କ ଆତଙ୍କ! ଦେଖନ୍ତୁ କେମିତି କବାଟ ଭାଙ୍ଗି ପଶୁଛି ଘରେ, ଦେଖନ୍ତୁ Exclusive ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟିବାରେ ଲାଗିଛି । ସେହିପରି ପୁଣିଥରେ ଏକ ଆତଙ୍କିତ ଖବର ଶୁଣିବାକୁ ମିଳୁଛି । ଯାହା ଲୋକ ମାନଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ତେବେ ସେହି ଖବର ଟି କଣ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଚାଲିଛି ଆତଙ୍କରାଜ । ଜଙ୍ଗଲୀ ଭାଲୁ ଙ୍କ ଆତଙ୍କ । କେତେବେଳେ କବାଟ ଭାଙ୍ଗି ଘର ଭିତରେ ପଶିବାକୁ ଉଦ୍ୟମ କରୁଛି ତ କେତେବେଳେ ରାଜ ରାସ୍ତା ରେ ବେଫିକର ବୁଲୁଛନ୍ତି ।

ଆଉ ଏଥିପାଇଁ ସନ୍ଧ୍ୟା ହେଲେ ତାଟି କବାଟ ବୁଜି କୋଠରୀ ରେ ଆବଦ୍ଧ ହୋଇ ଯାଉଛନ୍ତି ସାଧାରଣ ଗ୍ରାମବାସୀ । ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ କିପରି ଗୋଟିଏ ଭାଲୁ ଘର ଭିତରକୁ ପଶିବା ପାଇଁ ଟିଣ ଆବଦ୍ଧ କୁ ଖୋଲିବାରେ ଉଦ୍ୟମ କରି ଚାଲିଛି । ଆଉ ଖୋଜି ବୁଲୁଛି ତା’ର ଶିକାର କୁ । ଏହା ହେଉଛି ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଏମ୍ବି ୭ ନମ୍ବର ଗ୍ରାମ ରେ ଦୁଇଟି ଭାଲୁ ଆତଙ୍କ ଖେଳାଇ ଚାଲିଛନ୍ତି ।

ନିକଟସ୍ଥ ଜଙ୍ଗଲ ରୁ ଦୁଇଟି ଜଙ୍ଗଲୀ ଭାଲୁ ସନ୍ଧ୍ୟା ହେବା ପରେ ଗ୍ରାମ ରେ ପଶି ଅନେକ ଲୋକଙ୍କ ଘର କାନ୍ଥ ଭାଙ୍ଗୁ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ସହିତ ଘରର କବାଟ ଭାଙ୍ଗୁ ଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଜଙ୍ଗଲୀ ଭାଲୁ ପାଇଁ ଗ୍ରାମବାସୀ ମାନେ ରାତି ହେଲେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସନ୍ଧ୍ୟା ହେଲେ ଘରର କବାଟ ଦେଇ ଆବଦ୍ଧ କୋଠରୀ ଭିତରେ ରହୁଛନ୍ତି ।

ଏହା ସହିତ ସନ୍ଧ୍ୟା ସମୟରେ ଗ୍ରାମ ରାସ୍ତା ରେ ଅନେକ ଯାନବାହନ ଯାତାୟାତ କରିଥାନ୍ତି । କିନ୍ତୁ ଭାଲୁ ଭୟ ରେ ଯାତ୍ରୀ ମାନେ ଭୟଭୀତ ଅବସ୍ଥାରେ ଯାତ୍ରା କରୁଛନ୍ତି । ତେବେ ଭାଲୁ ମାନଙ୍କର ଏଭଳି ଉତ୍ପାତ ପାଇଁ ଦିନବେଳା ମଧ୍ୟ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ ଭାଲୁ ଦ୍ୱୟ କୁ କାବୁ କରିବାକୁ ସାଧାରଣ ରେ ଦାବି ହେଉଛି ।

ଏହି ଘଟଣା ସମ୍ବନ୍ଧରେ ଜାଣି ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି ଏବଂ ସେମାନଙ୍କ ମନରେ ଭୟ ର ବାତାବରଣ ଖେଳି ରହିଛି । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ସାବଧାନ ଓ ସତର୍କ ରୁହନ୍ତୁ । ଏହି ସମ୍ବନ୍ଧରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *