ପଶୁ-ମଣିଷ ପ୍ରେମ, ମାଲିକ ପାଇଁ ଟ୍ରକ ପଛରେ 4 କି.ମି. ଦୌଡିଲା କୁକୁର, ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଜରାସ୍ତାରେ କୁକୁର ଜଣକ ଗୋଟିଏ ଟ୍ରକ ପଛରେ ଦୌଡୁଥିବାର ଦୃଶ୍ୟ ନଜର ଆସିଥିଲା । ଏହାପରେ ଗଣମାଧ୍ୟମ ଏହା ପଚାର ରହସ୍ୟ ଜାଣିବା ନିମନ୍ତେ କୁକୁରଟିର ପିଛା କରିଲେ । ଅନେକ ସମୟ ପରେ ଅନୁଧ୍ୟାନ କରିବାରୁ ଜଣାପଡିଲା ଯେ ଅନେକ ଗାଡି ହାଇୱେ ରେ ଯାଉଛି । ମାତ୍ର କୁକୁରଟି ଏକ ନିର୍ଦ୍ଧିଷ୍ଟ ଟ୍ରକକୁ ଫଲୋ କରୁଛି । ଏହାପରେ ଟ୍ରକ ଅଟକିଲା ଏବଂ ଟ୍ରକରେ ଥିବା ଏକ ବ୍ୟକ୍ତି ହେଉଛନ୍ତି ସେହି କୁକୁରଟିର ମାଲିକ ଦିଲ୍ଲୀପ ନାୟକ ।

ଯେଉଁ ଟ୍ରକ ପଛରେ କୁକୁରଟି ଦୌଡୁଥିଲା, ସେହି ଟ୍ରକରେ ହିଁ କାମ କରିବାକୁ ଯାଉଥିଲେ ଦିଲ୍ଲୀପ । ମାତ୍ର ମାଲିକଙ୍କୁ ଛାଡି ରହି ପାରିଲାନାହିଁ ସ୍ନେହ କାଙ୍ଗାଳ ଏହି କୁକୁରଟିଏ । ଏଣୁ ସେ ଆରମ୍ଭ କରିଥିଲା ଟ୍ରକ ପଛରେ ଦୌଡିବାକୁ । କୁକୁରଟି ଏହିଭଳି ପ୍ରାଏ 4 କିମି ଟ୍ରକ ପଛରେ ଦଉଡି ଦଉଡି ଶେଷରେ ତା’ ମାଲିକ ପାଖରେ ପହଞ୍ଚିଥିଲା । ମାଲିକ ଜଣକ କହିଥିଲେ ଯେ ମୁଁ ଯୁଆଡେ ଯାଉଛି କାମଧନ୍ଦା ତଥା ଯେଉଁ ଗାଡିରେ ଗଲେ ମଧ୍ୟ ସେ ଦଉଡି ଆସୁଛି ।

ନଚେତ ମୁଁ ଯେତେ ମନା କରିଲେ ମଧ୍ୟ ସେ ମାନୁନାହିଁ । ସେ ନିହାତି ଭାବରେ ତାଙ୍କ ସହିତ ଯାଏ ବୋଲି କହିଛନ୍ତି ଦିଲ୍ଲୀପ । ସବୁବେଳେ ଖାଇବା ପିଇବା ଦେଇଥାନ୍ତି ଦିଲ୍ଲୀପ । ଏହା ସହିତ କୁକୁରଟି ଦିଲ୍ଲୀପଙ୍କ ପାଖରେ ମଧ୍ୟ ଶୁଅନ୍ତି । ତାଙ୍କ ପରିବାରକୁ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷତି କରିନାହିଁ ବୋଲି କହିଛନ୍ତି ମାଲିକ । ତାଙ୍କ ଘରକୁ ଯିଏ ମଧ୍ୟ ଯିବେ କୁକୁରଟି ଆଗ ଭୋକିଥାଏ ।

ଏହାପରେ ମାଲିକ ଘରକୁ ଆସିଥିବା ବ୍ୟକ୍ତିଙ୍କୁ କୁହନ୍ତି ଚାଲିଜା ସେମାନେ ପଳାନ୍ତି । ଏହାପରେ ଗାଈ ଛେଳି ଯାହାକୁ ସେ ନେଇ ଜାଆନ୍ତି ଅନ୍ୟ ମାନଙ୍କୁ ହଟାଇ ମାଲିକଙ୍କ ଗାଈ ଛେଳିକୁ ଆଗୁଆ ଚରାଇବାକୁ ନେଇକି ଯିବ । ଦିଲ୍ଲୀପ କହିଛନ୍ତି ମୁଁ ତାକୁ ମୋ ନିଜ ପିଲା ଭଳି ପାଳିଛି । ଭଗବାନଙ୍କ ଦୟାରୁ ତାର କିଛି ନ ହେଉ । ତେବେ ଦିଲ୍ଲୀପ ଜୀବନରେ କୁକୁରଙ୍କୁ କେବେ କୁକୁର ବୋଲି ଭାବିନାହାଁନ୍ତି ।

ତାଙ୍କ ଦୃଷ୍ଟିରେ ସେ ମଧ୍ୟ ଜଣେ ମଣିଷ ଭଳି । ମଣିଷ ଆଉ କୁକୁର ମଧ୍ୟରେ ଏଭଳି ସମ୍ପର୍କ ଦେଖିଲେ ହୃଦୟ ଆନନ୍ଦରେ ଭରି ଯାଉଛି । ଦିଲ୍ଲୀପ ନିଜ ଖାଦ୍ୟରୁ ଅଧା କୁକୁରଙ୍କୁ ଦିଅନ୍ତି । ତେବେ ଭଗବାନ କରନ୍ତୁ ଉଭୟଙ୍କ ଭଲପାଇବା ଏହିଭଳି ସର୍ବଦା ରହିଥାଉ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *