Vastu Shastra – ଟଙ୍କା ବର୍ଷା କରିଥାଏ ଏହି ଗଛ, କରନ୍ତୁ ଏହି ଉପାୟ

ବନ୍ଧୁଗଣ ମଲାଙ୍ଗ ଗଛ ହେଉଛି ଏପରି ଏକ ଗଛ ଯାହା ଅନ୍ୟ ଗଛରୁ ହୋଇଥାଏ । ନିର୍ମୁଳି ଲତା ପରି ଅନ୍ୟ ଗଛରୁ ମଲାଙ୍ଗ ଗଛ ଖାଦ୍ୟ ସଂଗ୍ରହ କରିଥାଏ ଏବଂ ଏହି ମଲାଙ୍ଗ ଗଛଟି ସମସ୍ତ ପ୍ରକାରର ଗଛରେ ହୋଇଥାଏ । ମଲାଙ୍ଗ ଗଛ ଯେତିକି ଦିବ୍ୟ ହୋଇଥାଏ ସେତିକି ମଧ୍ୟ ଚମତ୍କାରୀ ହୋଇଥାଏ । ଏହି ମଲାଙ୍ଗ ଗଛର ସମସ୍ତ ପ୍ରକାରର ଦେବା ଦେବୀ ବାସ କରିଥାନ୍ତି । ହେଲେ ଏହି ମଲାଙ୍ଗ ଗଛ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ଗଛ ହେଉଛି ବର ଗଛ, ଓସ୍ତ ଗଛ, ବେଲ ଗଛ ଏବଂ ବରକୋଳି ଗଛ ଆଦିର ମଲାଙ୍ଗ ।

ବନ୍ଧୁଗଣ ଏହି ମଲାଙ୍ଗ ଗଛର ସଠିକ ବ୍ୟବହାର କରିବା ଦ୍ଵାରା ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରର ସମସ୍ତ ନକରାତ୍ମକତା, ତନ୍ତ୍ର ମନ୍ତ୍ର ଏବଂ ନଜର ଦୋଷ ଆଦି ଦୂର ହୋଇଥାଏ । କେବଳ ଏତିକି ନୁହେଁ ଏହାର ସଠିକ ବ୍ୟବହାର ଦ୍ଵାରା ଘରେ ଧନର ବର୍ଷା ମଧ୍ୟ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମଲାଙ୍ଗ ଗଛର ସଠିକ ବ୍ୟବହାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ମଲାଙ୍ଗ ସମସ୍ତ ପ୍ରକାରର ଗଛରେ ହୋଇଥାଏ । ଏହା ଅତିବେଶିରେ ଦୁଇ ତିନି ହାତ ଉଚ୍ଚତା ବିଶିଷ୍ଟ ରହିଥାଏ । ଏହାର ପତ୍ର ସାହାଡା ଗଛର ପତ୍ର ପରି ଛୋଟ ଛୋଟ ହୋଇଥାଏ । ଏହା ଅଧିକାଂଶ ଆମ୍ବ ଗଛ, ବର ଗଛ ଓ ତେନ୍ତୁଳୀ ଗଛରେ ଦେଖିବାକୁ ମିଳିଥାଏ । ଏହି ମଲାଙ୍ଗ ଗଛର ବିଧିବିଧାନ ହେଉଛି ଆପଣ ଯେଉଁ ଦିନ ଏହି ଗଛର ମୂଳକୁ ଆଣିବେ ତାର ପୂର୍ବ ଦିନ ନିମନ୍ତ୍ରଣ ମଧ୍ୟ କରିବେ । ଏହି ମଲାଙ୍ଗ ଗଛ ଆଣିବାର ସର୍ବଶ୍ରେଷ୍ଠ ତିଥି ହେଉଛି ହୋଲି, ଦୀପାବଳି ଏବଂ ଚନ୍ଦ୍ର ଗ୍ରହଣ ।


ଏହା ସହିତ ରବିବାର, ଶନିବାର ଓ ବୁଧବାର ଆଦି ଦିନରେ ଯଦି ପୁଷ୍ୟା ନକ୍ଷତ୍ର ପଡିଥାଏ ତେବେ ଏହି ତିଥି ଗୁଡିକ ଅତ୍ୟନ୍ତ ଦିବ୍ୟ ଏବଂ ଚମତ୍କାରୀ ହୋଇଥାଏ । ବନ୍ଧୁଗଣ ଯେଉଁ ଦିନ ଆପଣ ମଲାଙ୍ଗ ଗଛକୁ ଆଣିବେ ତାର ପୂର୍ବ ଦିନ ଆପଣ କିଛି ଧୂପ, ଦୀପ, ଅରୁଆ ଚାଉଳ, ନାଲି ସୂତା, ଫୁଲ ଏବଂ ପାଣି ନେଇ ସେହି ଗଛ ମୂଳକୁ ଯିବେ ଯେଉଁ ଗଛରେ ମଲାଙ୍ଗ ଗଛ ଥିବ । ସେହି ଗଛ ମୂଳରେ ପାଣି ଛିଞ୍ଚି ଧୂପ ଓ ଦୀପ ଲଗାଇ ଅରୁଆ ଚାଉଳ ଅର୍ପଣ କରିଦେବେ ।

ସିନ୍ଦୁର ଓ କୁମୁକୁମ ଦେଇ ନାଲି ସୂତା ସେହି ଗଛରେ ଗୁଡାଇ ଦେବେ । ନିଜ ଇଛା ବିଷୟରେ କହି ସେହି ଗଛ ସାମ୍ନାରେ ପ୍ରାର୍ଥନା କରିବେ ଓ କହିବେ, ‘ହେ ବୃକ୍ଷ ଦେବତା ମୁ ଆପଣଙ୍କୁ କାଲି ମୋ ଘରକୁ ନେବି ମୋର ଏହି ସମସ୍ତ ଇଛା ଆପଣ ପୂରଣ କରନ୍ତୁ । ଏହା ପରେ ଆପଣ ପରଦିନ ସେହି ଗଛକୁ ନିଜ ଘରକୁ ଆଣିବେ ଓ ଗଛ ଉପରେ ଗଙ୍ଗା ଜଳ ଛିଞ୍ଚି ଦେବେ ।

ଏହା ପରେ ଆପଣ ସେହି ଗଛକୁ ନେଇ ଏକ ନାଲି ରଙ୍ଗର କପଡାରେ ଗୁଡାଇ ଦେବେ ଏବଂ ପୂଜା କରୁଥିବା ଠାକୁର ଘରେ ତାହାକୁ ରଖିଦେବେ । ସେହି ଦିନଠାରୁ ବନ୍ଧୁଗଣ ଆପଣ ସେହି ଗଛର ପୂଜା କରନ୍ତୁ । ଦେଖିବେ ଆପଣଙ୍କ ଘରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କୁ ଧନର ବର୍ଷା ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *