Malaika Arora ଖୋଲିଲେ ରାଜ, କହିଲେ – ‘ପୁଣି ଥାରେ ଖାନ ପରିବାରର ହେବାକୁ ଚାହେଁ ବୋହୁ’

ବନ୍ଧୁଗଣ, କରୋନା କାରଣରୁ ଚାଲିଆସୁଥିବା ଲକଡାଉନ ରେ ସେଲିବ୍ରୀଟି ମାନଙ୍କର ଭିଡିଓ ଏହି ଦିନ ମାନଙ୍କରରେ ବହୁତ ଭାଇରଲ ହେବାରେ ଲାଗିଛି । ସେଥି ମଧ୍ୟରୁ ନିଜ ଅଫେୟର କୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ମଲାଇକା ଆରୋରା ଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଏହି ଭିଡିଓ ଟି କରଣ ଜୋହାର ଫେମସ ସୋ “କଫି ୱୀଥ ଦ କରଣ” ସେଟ ର ଅଟେ ।

ଏହି ସୋ ରେ ମଲାଇକା କେତେକ ରହସ୍ୟମୟ କଥା ର ଖୁଲାସା କରୁଥିବାର ନଜର ଆସିଛନ୍ତି । ମଲାଇକା ଭିଡିଓ ରେ ଏହା କହିଛନ୍ତି ଯେ, ସେ ଯେବେ ପ୍ରଥମ ଥର ଖାନ ପରିବାରରେ ନିଜର ପାଦ ରଖିଥିଲେ ତ ସେତେବେଳର କଣ ଦୃଶ୍ୟ ଥିଲା, ମଲାଇକା କହିଛନ୍ତି ଯେ ପ୍ରଥମ ଥର ମୁଁ ଖାନ ପରିବାରର ସଂପୂର୍ଣ୍ଣ ଘରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ।

ମଲାଇକା ଏହା ମଧ୍ୟ କହିଲେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଅରବାଜ ଙ୍କ ଘରକୁ ଯାଇଥିଲି, ସେତେବେଳେ ତାଙ୍କ ପରିବାର ଲୋକେ ବହୁତ ଉତ୍ତମ ଭାବରେ ମୋର ସ୍ଵାଗତ କରିଥିଲେ । ମୁଁ ତାଙ୍କ ଘରକୁ ଯିବାରୁ ସମସ୍ତେ ମତେ ଦେଖି ବହୁତ ଖୁସି ଥିଲେ ଏବଂ ମଲାଇକା ସୋହେଲ ବିଷୟରେ କହିଲେ ଯେ ସେ ଘରର ଛାତ ରେ ଛିଡା ହୋଇ ଖରା ରେ ସେକି ହେଉଥିଲେ ଏବଂ ତାଙ୍କର ସୁନେଲି ରଙ୍ଗର କେଶ ଥିଲା ସେତେବେଳେ ।

ତାଙ୍କୁ ଦେଖି ମତେ ଲାଗିଲା ଯେ ଏଠାରେ ତ ସଂପୂର୍ଣ୍ଣ ମୋ ଘର ଭଳି ଦୃଶ୍ୟ ନଜର ଆସୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଖାନ ଫ୍ୟାମିଲି ଏକ ଏଭଳି ଫ୍ୟାମିଲି ଯାହା ମୋ ଉପରେ କେବେ କୌଣସି ପ୍ରକାରର ଜବରଦସ୍ତ କରି ନାହାଁନ୍ତି । ଖାନ ପରିବାର କେବେ ମଧ୍ୟ କହି ନାହାଁନ୍ତି ଯେ ତମକୁ ଏଭଳି ହେବାର ଅଛି ଅଥବା ତମକୁ ଏହିସବୁ ନିୟମ ର ପାଳନ କରିବାକୁ ହେବ ।

ଅରବାଜ ଙ୍କ ଫ୍ୟାମିଲି ପ୍ରଥମ ଦିନ ମୋର ଯେଉଁ ସ୍ଵାଗତ କରିଥିଲେ ମୁଁ ସେହି ମୂହୁର୍ତ୍ତ କୁ କେବେ ମଧ୍ୟ ଭୁଲି ପାରିବି ନାହିଁ । ମଲାଇକା ଏହା ମଧ୍ୟ କହିଛନ୍ତି ଯେ ଖାନ ଫ୍ୟାମିଲି ବହୁତ ମଡନ ଫ୍ୟାମିଲି ଅଟେ । ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ମୁଁ ଖାନ ପରିବାରର ବୋହୂ ହେଲି ।

ମଲାଇକା ଅରୋଡା କହିଛନ୍ତି ଯେ ଯଦି ତାଙ୍କର ଦ୍ଵିତୀୟ ଜନ୍ମ ହୁଏ ତେବେ ମଧ୍ୟ ସେ ଖାନ ପରିବାରର ବୋହୂ ହେବାକୁ ଚାହିଁବେ । ସୂଚନା ଅନୁଯାୟୀ 2017 ରେ ଅରବାଜ ଖାନ ଏବଂ ମଲାଇକା ଅରୋଡା ଙ୍କର ଛାଡପତ୍ର ହୋଇ ସାରିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *