ଦେଖନ୍ତୁ ମଖାନା କିପରି ପ୍ରସ୍ତୁତ କରା ଯାଇଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଖାନା ନାମକ ଏକ ପ୍ରକାର ମଞ୍ଜି ମାର୍କେଟରେ ଉପଲବ୍ଧ ହୋଇଥାଏ । ଯାହାକୁ ଲୋକେ ଖାଇବା ପାଇଁ ତଥା ବିଭିନ୍ନ ପ୍ରକାର ଉପଚାର ପାଇଁ ବ୍ୟବହାର କରିଥାନ୍ତି । ଏହା ସହିତ ଏହି ମାଖାନା ମଞ୍ଜିର ଅନ୍ୟାନ୍ୟ ବ୍ୟବହାର ମଧ୍ୟ ରହିଥାଏ । ତେବେ ଆଜି ଚାଲନ୍ତୁ ମଖାନା ମଞ୍ଜି କିପରି ପ୍ରସ୍ତୁତ ହୋଇଥାଏ ତାହାର ସଂପୂର୍ଣ୍ଣ ବିବରଣୀ ବିଷୟରେ ଆଲୋଚନା କରିନେବା । ତେବେ ମଖାନାକୁ କୌଣସି ବିଲ କି କ୍ଷେତରେ ପ୍ରସ୍ତୁତ କରାଯାଇନଥାଏ ।

ଏହାକୁ ତ ପୋଖରୀରେ ଫସଲ କରାଯାଇଥାଏ । ଡିସେମ୍ବର ରୁ ଜାନୁଆରୀ ମାସ ପୂର୍ବରୁ ହିଁ ପୋଖରୀକୁ ସଫା କରି ସେଥିରେ ମଖାନାର ମଞ୍ଜି ବା ବୀଜ ବୁଣାଯାଇଥାଏ । ତାପର ଜାନୁଆରୀ ମାସ ପରେ ପରେ ବୁଣାଯାଇଥିବା ମଞ୍ଜିରୁ ଧୀରେ ଧୀରେ ପୋଖରୀରେ ଛୋଟ ଛୋଟ ପତ୍ର ବାହାରିବା ଆରମ୍ଭ ହୋଇଯାଇଥାଏ । ଏପ୍ରିଲ ମାସ ସୁଦ୍ଧା ସେହି ପୋଖରୀରେ କଣ୍ଟାଯୁକ୍ତ ପତ୍ର ଭର୍ତ୍ତି ହୋଇଯିବା ସହ ମଖାନାର ଫୁଲ ବାହାରି ଆସିଥାଏ ।

ଜୁନ ମାସ ସୁଦ୍ଧା ବାଇଗଣୀ ରଙ୍ଗର ଫୁଲ ପୋଖରୀ ସାରା ଫୁଟି ପୋଖରୀର ସୁନ୍ଦରତାକୁ ବଢାଇ ଦେଇଥାନ୍ତି । ତାପରେ ମାସ ଭିତରେ ସେଥିରୁ ଫଳ ମଧ୍ୟ ବାହାରିବା ଆରମ୍ଭ ହୋଇଯାଇଥାଏ । ସେହିଫଳ ଗୁଡିକ ମଧ୍ୟ କଣ୍ଟାଯୁକ୍ତ ହୋଇଥାଏ । ସେହିଫଳ ଗୁଡିକରେ ମଖାନା ରହିଥାଏ । ଯାହାକି ଆଗାମୀ ସମୟରେ ତାହାକୁ ବାହାର କରି ମଖାନା ପ୍ରସ୍ତୁତ କରାଯାଇଥାଏ । ଅଗଷ୍ଟ ରୁ ସେପ୍ଟେମ୍ବର ମାସ ମାସ ମଧ୍ୟରେ ପୋଖରୀ ଭିତରେ ରହିଥିବା ପତ୍ର ଗୁଡିକୁ ସଫା କରାଯାଇଥାଏ ।

ତାପରେ ମଖାନା ଗୁଡିକ ପାଣିର ତଳ ସ୍ତରରେ ବସିଯାଇଥାନ୍ତି । ଚାଷୀ ଭାଇ ମାନେ ଟୋକେଇ ଭଳି ଜିନିଷ ସାହାଜ୍ଯରେ ପାଣି ମଧ୍ୟରୁ ମଖାନାକୁ ସଂଗ୍ରହ କରି ଆଣିଥାନ୍ତି । ସଂଗ୍ରହ କରିଥିବା ମଖାନା ମଞ୍ଜି ଗୁଡିକୁ ଆଣି ତାହାର ଉପର ଭାଗକୁ ଭଲ ଭାବରେ ସଫା କରି ତାପରେ ତାହାକୁ ଭଜୀ ଖରାରେ କିଛି ସମୟ ପାଇଁ ରଖାଯାଇଥାଏ । ତାପରେ ସେହି ମଖାନାକୁ ପିଟି ପିଟି ସେଥିରୁ ମଖାନା ପ୍ରସ୍ତୁତ କରାଯାଇଥାଏ ।

ତାପରେ ମଖାନାରୁ ଭଲ ଭାବରେ ବାହାର ଖୋଳପା କାଢିବା ଓ ଏହାର ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତିକରଣ ପାଇଁ ମେସିନ କାରଖାନାକୁ ନିଆଯାଇଥାଏ । ଯେଉଁଠାରେ ଧଳା ରଙ୍ଗର ଅସଲୀ ମଖାନା ବାହାରିବା ସହ ତାହାକୁ ପାକେଟ ମଧ୍ୟ କରାଯାଇଥାଏ । ତାପରେ ମଖାନାର ସଂପୂର୍ଣ୍ଣ ରୂପରେ ପ୍ରସ୍ତୁତି କାର୍ଯ୍ୟ ସରିଗଲା ପରେ ମାର୍କେଟରେ ଏହା ଯାଇ ଉପଲବ୍ଧ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *