ମଝି ଆକାଶରେ ଆତଙ୍କ ! ଦେଖନ୍ତୁ ଏହି ଛାତିଥରା Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର।ନେକ ଥର ଅନେକ ସ୍ଥାନରେ ବିମାନ ଦୁର୍ଘଟଣା ଘଟିଥାଏ । ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ବି ହରାଇଥାନ୍ତି । ଠିକ୍‌ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ସହରରେ ଏପରି ଏକ ଭୟାନକ୍ ଘଟଣା ଘଟିଛି । ଉଡ଼ାଣ ଭରିବା ପରେ ପରେ କାଳବୈଶାଖୀର ପ୍ରଭାବରେ ମଝି ଆକାଶରେ ଏକ  ବିମାନ ଥରି ଉଠିଥିଲା । ପଳରେ ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ତେବେ ଏହି ଅଘଟଣ ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।  ତେବେ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଅଣ୍ଡାଲ୍ ବିମାନ ବନ୍ଦରରେ ଦୁର୍ଘଟଣା। ୧୮୦ ଯାତ୍ରୀକୁ ନେଇ ପୁନେରୁ ଆଣ୍ଡାଲ ଆସୁଥିବା ବିମାନ ଅବତରଣ କିଛି ସମୟ ପୂର୍ବରୁ ଝଡ଼ରେ ଫସି ଯାଇଥିଲା। ରନୱେରେ ପ୍ରବଳ ଝଡ ତୋଫାନ ଯୋଗୁ ଝଟକା ମାରିଥିଲା।ଏହି ଘଟଣାରେ ୧୨ ଯାତ୍ରୀ ଆହତ ହୋଇଥିବା ଖବର ରହିଛି।

ମିଳିଥିବା ସୂଚନା ଅନୁସାରେ ରବିବାର ଅପରାହ୍ଣରେ ଅବତରଣର କିଛି ସମୟ ପୂର୍ବରୁ ଝଡରେ ଫସିଥିଲା ସ୍ପାଇସଜେଟର ବୋଇଂ ବି୭୩୭ ଏସଜି-୯୪୫ ବିମାନ ।କାଳବୈଶାଖୀ ତୋଫାନରେ ଫଶିବାରୁ ବିମାନ ଖୁବ ଜୋରରେ ଦୋହଲିଥିଲା । ଫଳରେ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଲାଗିଥିଲା ଜୋରଦାର ଝଟକା । ବିମାନ ଅବତରଣ କରୁଥିବା ବେଳେ ଏହି ଘଟଣା ଘଟିଥିଲା ।

ବିମାନ ଅବତରଣ ସମୟରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନଟି ଝଡ଼ରେ କିପରି ଫସିଗଲା ସେନେଇ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି । ଅବତରଣ କରିବା ପୂର୍ବରୁ ହଠାତ୍ ଝଡ଼ ତୋଫାନ ଯୋଗୁଁ ବିମାନଟି ବାୟୁରେ ହିଁ ନିୟନ୍ତ୍ରଣ ହରାଇ ଥିଲା। ତେବେ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ସ୍ପାଇସଜେଟ୍ ଦୁଃଖ ପ୍ରକାଶ କରିଛି । କମ୍ପାନୀ କହିଛି ଯେ ଏହି ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆ ଯାଉଛି।

ବିମାନଟି ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ ମାତ୍ରେ ହଠାତ୍ ଝଡ଼ରେ ଫସି ଯାଇଥିଲା ଏବଂ କିଛି ସମୟ ପାଇଁ ବିମାନଟି ଆକାଶରେ ବିପଜ୍ଜନକ ଭାବେ ଘୂରିବାକୁ ଲାଗିଥିଲା । ଏହି ସମୟରେ ବିମାନର କ୍ୟାବିନରୁ କିଛି ଲଗେଜ୍ ଖସି ପଡ଼ିବାରୁ କିଛି ଯାତ୍ରୀ ମାନେ ଆହତ ହୋଇଥିଲେ। ବିମାନର ନିରାପଦ ଅବତରଣ ପରେ ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ରାନିଗଞ୍ଜ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିଲା।

ତେବେ ଘଟଣା ସମୟରେ ଯାତ୍ରୀ ମାନେ ଅଧିକ ବିଚଳିତ ହୋଇଥିଲେ । ସିଟ ଉପରେ ରଖା ଯାଇଥିବା ସାମଗ୍ରୀ ତଳକୁ ଖସିବାରୁ ଅବସ୍ଥା ଆହୁରୀ ଖରାପ ହୋଇଥିଲା । ଅବଶ୍ୟ ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟିକୁ ଝଡ଼ରୁ ବାହାର କରି ସୁରକ୍ଷିତ ଭାବେ ଅବତରଣ କରିଥିଲେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *