କିଛି ମଜାଦାର ପ୍ରଶ୍ନ- ଓଠରେ ଓଠ ମିଶିଲେ କଣ ହୁଏ ? ଖାଇବାକୁ ଦେଲେ ବଞ୍ଚେ ପିଇବାକୁ ଦେଲେ ମରିଯାଏ ? ତାହା କଣ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ କିଛି ଏଭଳି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଯାହା ଆପଣଙ୍କୁ ଅନେକ ସ୍ଥାନରେ ସାହାର୍ଯ୍ୟ କରିବ । ଯଦି ଆପଣ ସରକାରୀ ଚାକିରି ନିମନ୍ତେ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କ ନିମନ୍ତେ ବହୁତ ଉପଯୋଗୀ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ, ସେ କିଏ ?

ଉତ୍ତର;- ନିଆଁ ।

୨;- ଗୋଟିଏ ଗାଡି, ଚାରୋଟି ପାଇଲଟ ?

ଉତ୍ତର;- କୋକେଇ ।

୩;- ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି ୨ ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?

ଉତ୍ତର;- ପୂର୍ବରୁ ସେ କୋଟିପତି ଥିଲା ।

୪;- ଗୋଟିଏ ଟେବୁଲ ଉପରେ ଦୁଇଟି ପ୍ଳେଟରେ ଦୁଇଟି ସେଓ ଅଛି, ନ କାଟି କେମିତି ୩ ଜଣ ଲୋକ ଖାଇବେ ?

ଉତ୍ତର;- ଅନ୍ୟଟି ଟେବୁଲ ଉପରେ ଅଛି ।

୫;- ଓଠକୁ ଓଠରେ ମିଶାଇଲେ କ’ଣ ହୁଏ ?

ଉତ୍ତର;- ପାଟି ବନ୍ଦ ହୋଇଯାଏ ।

୬;- ବିରାଟ ଦେହ ମୋ ଶୂନ୍ୟରେ ଝୁଲେ, ସବୁ ସାଇତିଛି ମୋହରି କୋଳେ !

ଉତ୍ତର;- ପୃଥିବୀ ।

୭;- ରାତିରେ ଜନମି ରାତିରେ ମରେ, ଅନ୍ଧାରକୁ ସିଏ ଆଲୁଅ କରେ !

ଉତ୍ତର;- ଜହ୍ନ ।

୮;- ସୂର୍ଯ୍ୟଙ୍କ ଠାରୁ ଆଶିକ ଗରମ_ନାହିଁ, ବାଦଶାହକୁ _ଦରକାର ନାହିଁ, ଭିକାରି ପାଖରେ _ନାହିଁ, ଯିଏ_ନଖାଇବ ସେ ମରିଯିବ ?

ଉତ୍ତର;- କିଛି ।

୯;- ପୋଷା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ, ଶୁଖିଲା ଖାଏ ସେ ପିଏନି ପାଣି, ପେଚା ନୁହେଁ କିନ୍ତୁ ଅନ୍ଧାରେ ଦେଖେ, ସାହାର୍ଯ୍ୟ କରେ ସେ ରଖିଲେ ପାଖେ ?

ଉତ୍ତର;- ଟର୍ଚ ।

୧୦;- ଯାଆଁଳା ଆମେ ଭାଇ ଭଉଣୀ, ମୁଗ ବିରି କୋଳଥ ଯାହା ପାଉ ଖାଉ ଚଟ କିନି ?

ଉତ୍ତର;- ଚକି ବା ଘୋରଣା ।

୧୧;- ଟାହିଆ ଉପରେ ଟାହିଆ ତିନି ମୁଣ୍ଡ ଦଶ ଗୋଡ ଦେଖିଲୁ କିରେ ବାଇୟା ?

ଉତ୍ତର;- ହଳ ।

୧୨;- କ୍ଷୀର ସମୁଦ୍ରରେ କରେ ମୁଁ ବାସ, ଦେଖନ୍ତିନି ମତେ କେହି, ସମୁଦ୍ର ମନ୍ଥନ ହୋଇଲେ ଶେଷ, ମୋ ରୂପ ଦେଖିବୁ ତୁହିଁ ?

ଉତ୍ତର;- ଲହୁଣୀ । ତେବେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ଜାଣି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *