ଯେଉଁ ମହିଳାଙ୍କର ଏହି 5 ଟି ଅଙ୍ଗ ହୋଇଥାଏ ବଡ, ସେମାନେ ହୋଇଥାନ୍ତି ସବୁଠୁ ଅଧିକ ସୌଭାଗ୍ୟଶାଳୀ- Samudra Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାମୁଦ୍ରିକ ଶାସ୍ତ୍ର ରେ ଥିବା ନାରୀ ମାନଙ୍କୁ ନେଇ ରହିଥିବା କିଛି ତଥ୍ୟ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଭାରତୀୟ ସଂସ୍କୃତି ରେ ନାରୀ ଜାତି କୁ ଶ୍ରେଷ୍ଠ ଜାତି ରୂପେ ମାନ୍ୟତା ଦିଆ ଯାଇଛି ଏବଂ ନାରୀ ଜାତିଙ୍କୁ ସବୁଠାରୁ ଉଚ୍ଚ ସମ୍ମାନ ପ୍ରଦାନ କରଯାଉଛି। ଏହି କାରଣ ରୁ ଭାରତୀୟ ସଂସ୍କୃତି ରେ କନ୍ୟା ପୂଜନ ର ପରମ୍ପରା ମଧ୍ୟ ରହିଛି। ବନ୍ଧୁଗଣ ସମୁଦ୍ରଶାସ୍ତ୍ର ରେ ନାରୀ ର ପ୍ରତ୍ୟେକ ଅଙ୍ଗ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ନାରୀ ଙ୍କ ସ୍ଵଭାଵ ଭିନ୍ନ ହୋଇଥାଏ ଏବଂ ନାରୀ କେଉଁ ଲକ୍ଷଣ ପୁରୁଷ ପାଇଁ ଉପଯୋଗୀ ତାହା ମଧ୍ୟ ସମୁଦ୍ରଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି।

ନାରୀ ର ମୁଣ୍ଡ ର କେଶ ଠାରୁ ନେଇ ନାରୀର ପାଦ ଏବଂ ନଖ ସମ୍ବନ୍ଧରେ ସମୁଦ୍ରଶାସ୍ତ୍ର ରେ ଉଲ୍ଲେଖ ରହିଛି। ନାରୀ ଶରୀର ର ପ୍ରତ୍ୟେକ ଅଙ୍ଗ ତାର ଲକ୍ଷଣ ସମ୍ବନ୍ଧରେ ପ୍ରକାଶ କରିଥାଏ।ଏହି କାରଣ ରୁ ମାତା ପିତା ଅଥବା ଘରର ମୁଖ୍ୟ ବ୍ୟକ୍ତି ବିବାହ ସମୟରେ ଝିଅ ଦେଖିବାକୁ ଯାଇଥାନ୍ତି ଏବଂ ପ୍ରତ୍ୟେକ ଅଙ୍ଗକୁ ମଧ୍ୟ ନିରୀକ୍ଷଣ କରିଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ନାରୀ ର କେଉଁ ଅଙ୍ଗ କଣ ସବୁ ଲକ୍ଷଣ ଦେଖାଇଥାଏ ଏବଂ ଏହାଦ୍ୱାରା ପୁରୁଷ ତଥା ପରିବାର ର କଣ ଲାଭ ହୋଇଥାଏ।

୧. ବନ୍ଧୁଗଣ ପ୍ରଥମ ଅଙ୍ଗଟି ହେଉଛି, ନାରୀ ଶରୀରର କାନ। ଯେଉଁ ନାରୀ ମାନଙ୍କ କାନ ସାମାନ୍ୟ ଅପେକ୍ଷା ଲମ୍ବା ହୋଇଥାଏ ସେହି ନାରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେହି ନାରୀ ମାନଙ୍କ ଆୟୁଷ ମଧ୍ୟ ଅଧିକ ହୋଇଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଅଙ୍ଗ ଟି ହେଉଛି ନାରୀ ର ପାଦ। ବନ୍ଧୁଗଣ ଯେଉଁ ନାରୀର ପାଦ ଲମ୍ବା ହୋଇଥାଏ ସେହି ନାରୀ ମାନଙ୍କୁ ସାକ୍ଷାତ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିବେଚନା କରାଯାଇଥାଏ। ଏହି ନାରୀ ମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘରେ ମାତା ଲଷ୍ମୀ ଙ୍କ ବାସ ରହିଥାଏ ଏବଂ ଏହା ସହିତ ସେହି ଘରେ କେବେବି ଧନର ଅଭାବ ହୋଇନଥାଏ।

୩. ବନ୍ଧୁଗଣ ତୃତୀୟ ଅଙ୍ଗଟି ହେଉଛି ନାରୀ ମୁଣ୍ଡ ରେ ଥିବା କେଶ।ବନ୍ଧୁଗଣ ଯେଉଁ ନାରୀର କେଶ ଲମ୍ବା ଏବଂ ଘନ ହୋଇଥାଏ ସେହି ନାରୀ ମାନେ ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାଆନ୍ତି। ଲମ୍ବା ଏବଂ ଘନ କେଶ ଥିବା ନାରୀ ମାନେ ଅତ୍ୟନ୍ତ ଉଚ୍ଚକୋଟି ର ହୋଇଥାଆନ୍ତି ଏବଂ ଲମ୍ବା ଓ ଘନ କେଶ ସୌନ୍ଦର୍ଯ୍ୟ ର ପ୍ରତୀକ ହୋଇଥାଏ।ଏହି ନାରୀ ମାନେ ନିଜର ଘନ ଏବଂ ଲମ୍ବା କେଶ ପାଇଁ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ରହିଥାନ୍ତି।ଏହି ନାରୀ ମାନେ ନିଜ ସ୍ୱାମୀ ଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଆନ୍ତି।

୪. ବନ୍ଧୁଗଣ ଚତୁର୍ଥ ଅଙ୍ଗ ଟି ହେଉଛି, ହାତ। ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ହାତ ସାମାନ୍ୟ ଅପେକ୍ଷା ଲମ୍ବା ହୋଇଥାଏ ସେହି ନାରୀ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହି ନାରୀ ମାନଙ୍କର କେବେବି ଧନ ଐଶ୍ଚର୍ଯ୍ୟ ର ଅଭାବ ରହିନଥାଏ। ଏହି ନାରୀ ମାନଙ୍କ ଜୀବନ ରେଖା ମଧ୍ୟ ଅଧିକ ହୋଇଥାଏ।

୫. ବନ୍ଧୁଗଣ ପଞ୍ଚମ ଅଙ୍ଗଟି ହେଉଛି, ନାଭି। ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଶରୀରର ନାଭି ଲମ୍ବା ଏବଂ ଗଭୀର ହୋଇଥାଏ ଏହା ସହିତ ଡାହାଣ ଆଡ଼କୁ ମୋଡ଼ି ହୋଇ ରହିଥାଏ ସେହି ନାରୀ ମାନେ ଧନବାନ ଏବଂ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *